ନୂଆଦିଲ୍ଲୀ,୫।୩: ପାସ୍ପୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ। ଯାହାକି ବିଦେଶ ମନ୍ତ୍ରଣାଳୟର ପାସପୋର୍ଟ ବିଭାଗ ଦ୍ବାରା ଜାରି କରାଯାଇଥାଏ। ଏହା ସହ ନାଗରିକାତା ପ୍ରମାଣ କରୁଥିବା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ। ବିନା ପାସପୋର୍ଟରେ ବିଦେଶ(କିଛି ଦେଶକୁ ଛାଡିକି) ଯିବା ସମ୍ଭବ ହୋଇପାରିବନି। ବିଦେଶରେ ପାସପୋର୍ଟ ଜରିଆରେ ହିଁ ଆପଣଙ୍କ ନାଗରିକତା ପ୍ରମାଣିତ ହୋଇଥାଏ। ଭାରତ ସରକାର ପାସପୋର୍ଟ ତିଆରି କରିବାର ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ କୌଣସି ଆବେଦକଙ୍କ ପାଇଁ ଜନ୍ମ ପ୍ରମାଣ ପତ୍ର ଦେବା ବାଧ୍ୟତାମୂଳକ କରି ଦିଆଯାଇଛି। ଅର୍ଥାତ ଯାହାଙ୍କ ଜନ୍ମ ୧ ଅକ୍ଟୋବର, ୨୦୨୩ ପରେ ହୋଇଛି ଓ ସେମାନେ ପାସପୋର୍ଟ ତିଆରି କରନ୍ତି ତେବେ ନିଜର ଜନ୍ମ ତିଥି ପାଇଁ ବାର୍ଥ ସାର୍ଟିଫିକେଟନ ଦେବା ବାଧ୍ୟତାମୂଳକ କରି ଦିଆଯାଇଛି।
ଜନ୍ମ ପ୍ରମାଣପତ୍ର: ୧ ଅକ୍ଟୋବର ୨୦୨୩ ପରେ ଜନ୍ମ ପରେ ଯଦି ପାସପୋର୍ଟ ତିଆରି କରିବାକୁ ଚାହାନ୍ତି ତେବେ ତାଙ୍କ ଜନ୍ମ ତିଥି ପାଇଁ କେବଳ ଜନ୍ମ ପ୍ରମାଣ ପତ୍ର ମାନ୍ୟତାପ୍ରାପ୍ତ ହେବ। ତେବେ ଏହା ପୂର୍ବରୁ ଜନ୍ମ ନେଇଥିବା ଲୋକ ୧୦ ଦଶମ ବୋର୍ଡର ମାର୍କସିଟ୍ କିମ୍ବା ସାର୍ଟିଫିକେଟ୍, ସ୍କୁଲ ଲିଭିଂ ସାର୍ଟିଫିକେଟ୍, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ ସରକାରୀ ଆଇଡି ଭଳି ଅତିରିକ୍ତ ଦସ୍ତାବିଜ ଆଧାରରେ ନିଜର ଜନ୍ମ ତିଥି ପ୍ରମାଣ କରିପାରନ୍ତି।
ଆବାସିକ ଠିକଣା: ବଦଳି ଥିବା ପାସପୋର୍ଟର ଶେଷ ପୃଷ୍ଠାରେ ଏବେ ଆବାସିକ ଠିକଣା ପ୍ରିଣ୍ଟ କରାଯିବ ନାହିଁ। ଏହା ବଦଳରେ ଇମିଗ୍ରେସନ୍ ଅଧିକାରୀ ବାରକୋଡକୁ ସ୍କାନ୍ କରି ସୂଚନା ହାସଲ କରିପାରିବେ।
କଲର କୋଡିଂ ପ୍ରଣାଳି: ପାସପୋର୍ଟ ପାଇଁ ଏକ ଏକ କଲର କୋଡି ସିଷ୍ଟମ ଆରମ୍ଭ କରାଯାଇଛି। ଅଧିକାରୀଙ୍କ ପାଇଁ ଧଳା, କୁଟନୀତିଜ୍ଞଙ୍କ ପାଇଁ ଲାଲ ଓ ସାଧାରଣ ନାଗରିକଙ୍କୁ ନୀଳ ରଙ୍ଗର ପାସପୋର୍ଟ ଜାରି କରାଯିବ। ଯାହାକି ଅଧିକାରୀଙ୍କ ପାଇଁ ପାସ୍ପୋର୍ଟ ଚିହ୍ନଟ କରିବାରେ ସୁଗମତା ଓ ସହଜତା ପ୍ରଦାନ କରିବ।
ବାପା-ମାଙ୍କ ନାଁ ହଟାଯିବ: ପାସପୋର୍ଟଧାରୀଙ୍କ ବାପା-ମା’ଙ୍କ ନାଁ ଏବେ ପାସପୋର୍ଟର ଶେଷ ପୃଷ୍ଠରେ ଛପାଯିବ ନାହିଁ। ଏହି ନିୟମରେ ଏକକ ଅବିଭାବକ କିମ୍ବା ଅଲଗା ଅଲଗା ପରିବାରର ପିଲାଙ୍କୁ ଆଶ୍ବସ୍ଥି ମିଳିବ ଓ ତାଙ୍କର ଗୋପନୀୟତା ବଜାୟ ରହିବ।
ପାସ୍ପୋର୍ଟ ସେବା କେନ୍ଦ୍ରର ବିସ୍ତାର: ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଆଗାମୀ ୫ ବର୍ଷରେ ପାସପୋର୍ଟ ସେବା କେନ୍ଦ୍ରର ସଂଖ୍ୟା ୪୪୨ରୁ ବଢି ୬୦୦ ହୋଇଯିବ। ଏହାଦ୍ବାରା ଆବେଦନକଙ୍କ ପାଇଁ ସୁରକ୍ଷା ଦକ୍ଷତା ଓ ସୁବିଧା ବଢିପାରିବ।