ନୂଆଦିଲ୍ଲୀ ୦୭/୧୦: ଗରୁଡ କନଷ୍ଟ୍ରକସନ  ଆଣ୍ଡ୍‌ ଇଞ୍ଜିନିୟରିଂର ଆଇପିଓ ୮ ଅକ୍ଟୋବରରେ ଖୋଲିବ । ନିବେଶକ ଏହି ଇସ୍ୟୁ ଜରିଆରେ ୧୦  ଅକ୍ଟୋବର ଯାଏ ବିଡିଂ କରିବାର ସୁଯୋଗ ପାଇବେ ।  ୧୫ ଅକ୍ଟୋବରରେ ଏହି କମ୍ପାନି ବମ୍ବେ ଷ୍ଟକ ଏକ୍ସଚେଞ୍ଜ  ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ସୂଚୀଭୁକ୍ତ ହେବ । ଏହି ଇସ୍ୟୁ ଜରିଆରେ କମ୍ପାନି ୨୬୪ କୋଟି ଟଙ୍କା  ଉଠାଇବ । ଏହା ୧୭୩ କୋଟି ଟଙ୍କାର ଫ୍ରେସ ଶେୟାର  ଜାରି କରିବ । ସେହିଭଳି ଏହା ୯୦.୨୫ କୋଟିର  ଅଫର ଫର ସେଲ୍‌ ନେଇ ମଧ୍ୟ ଯୋଜନା ରଖିଛି ।