ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଲାଞ୍ଚ ମାମଲାରେ ମୁହଁ ଖୋଲିଲେ ଆଦାନୀ, କହିଲେ ପ୍ରତ୍ୟେକ ଆକ୍ରମଣ ଆମକୁ ସୃଦୁଢ କରିଛି

Published By : Ankita S | December 1, 2024 7:56 AM

ନୂଆଦିଲ୍ଲୀ,୦୧/୧୨: ହିଣ୍ଡେନବର୍ଗ ବିବାଦରୁ ମୁକୁଳିବା ପରେ ଆଉ ଏକ ଝଡ଼ର ସାମ୍ନା କରିଛନ୍ତି ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ । ଲାଞ୍ଚ କାରବାର ନେଇ ଆମେରିକୀୟ କୋର୍ଟ ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ସଂସଦରେ ମଦ୍ୟ ଝଡ଼ ଉଠିଛି । ସଂସଦ ଶୀତଅଧିବେଶନରେ ବିରୋଧୀ ଏହାକୁ ବଡ ପ୍ରସଙ୍ଗ କରିଛନ୍ତି । ଏହାରି ଭିତରେ ଲାଞ୍ଚ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ । ସେ କହିଛନ୍ତି ପ୍ରତି ଆକ୍ରମଣ ଆମକୁ ସୃଦୁଢ କରିଛି । ଏଥିରୁ ଜଣାପଡୁଛି ତାଙ୍କ ଉପରେ ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଲାଞ୍ଚ ପ୍ରଦାନ ସଂକ୍ରାନ୍ତ ଅଭିଯୋଗ ଆଣିଛି । ଏହା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ । ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତ୍ୟେକ ଆକ୍ରମଣ ଆମକୁ ସୁଦୃଢ କରିଛି ବୋଲି କହିଛନ୍ତି । ଜୟପୁରଠାରେ ଆୟୋଜିତ ୫୧ତମ ଜେମ୍ ଆଣ୍ଡ ଜୁଏଲାରୀ ପୁରସ୍କାର ପ୍ରଦାନ ସମାରୋହରେ ଯୋ ଦେଇ ଗୌତମ ଆଦାନୀ ଏହା କହିଛନ୍ତି ।

ସେ କହିଛନ୍ତି, ଏହା ପ୍ରଥମ ନୁହେଁ । ଆମ ଉପରେ ଅନେକ ଆଭିଯୋଗ ହୋଇଛି । ଯଦିଓ ଆମର ଅନେକ ସଫଳତା ରହିଛି, ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି । ଏସବୁ ଚ୍ୟାଲେଞ୍ଜ ଆମକୁ ଭାଙ୍ଗି ଦେଇ ନାହିଁ ବରଂ ମଜଭୁତ କରିଛି । ଆମ ନୀତିଗୁଡିକ ପ୍ରତି ଆମର ବଳିଷ୍ଠ ଅଙ୍ଗୀକାରବଦ୍ଧ ରହିଛି । ନିକଟ ଅତୀତରେ ଘଟିଥିବା ଏକ ଘଟଣା ଏହାର ଉଦାହରଣ ।

ସେ ଆହୁରି କହିଛନ୍ତି, ଆମେରିକାଠାରୁ ଆମେ କେତେକ ଅଭିଯୋଗର ସମ୍ମୁଖୀନ ହୋଇଛୁ । ପ୍ରଥମଥର ଏପରି ସମସ୍ୟାରେ ପଡିନାହୁଁ । ପ୍ରତି ଆକ୍ରମଣ ଆମକୁ ସୃଦୁଢ କରିଛି । ପ୍ରତି ପ୍ରତିବଦ୍ଧକ ଆମକୁ ଉପରକୁ ଉଠିବାକୁ ପାହାଚ ସମାନ ହୋଇଛି । ଆପଣ ଯେତେ ଉପରକୁ ଉଠିବେ ସେତେ ଯାଞ୍ଚର ସାମ୍ନା କରିବେ । ବିଦେଶୀ ଦୁର୍ନୀତି ଆଚରଣ ଆଇନ ବା ଏଫସିସି ଅଧୀନରେ ଆଦାନୀ ଗ୍ରୁପର କେହି ଏ ନେଇ ଅଭିଯୋଗ ପାଇନାହାନ୍ତି । କିନ୍ତୁ ନକାରାତ୍ମକ ବିଷୟ ତୀବ୍ର ବେଗରେ ପ୍ରସାରିତ ହୁଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.