ଖନ୍ତାପଡା, ୨୯।୧୦ ରାସ୍ତା ପାରି ହେବା ପାଇଁ ଅଜା ସହ ନାତୁଣୀ ଛିଡା ହୋଇଥିଲା। ହଠାତ ଏକ ହାଇଓ୍ବା ମାଡିଯିବାରୁ ନାତୁଣୀରୁ ଜୀବନ ଚାଲିଯାଇଥିଲା। ମୃତକ ଜଣକ ହେଲେ ଅଲିଭା ମଳିକ (୪) । ବାଲେଶ୍ୱର ଖାନ୍ତାପଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୌଡୁଣୀ ପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ବାଲେଶ୍ୱର ଖାନ୍ତାପଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୌଡୁଣୀ ପୋଖରୀ ଛକ ନିକଟରେ ଅଲିଭା ତାଙ୍କ ଅଜାଙ୍କ ସହ ରାସ୍ତା ପାର ହେବାପାଇଁ ଛିଡା ହୋଇଥିଲେ। ଏହି ସମୟରେ ରାସ୍ତା କାମ କରୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜା ଆହତ ହୋଇଛନ୍ତି। ଖାନ୍ତାପଡା ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି। ସ୍ଥାନୀୟ ଲୋକେ ୧୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।