ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୋଲ୍ଡମ୍ୟାନ ସ୍ୟାଚ୍‌ର ଅନୁମାନ: ଗ୍ରାମାଞ୍ଚଳ ଯୋଜନା ବ୍ୟୟ ବଢ଼ିବ, ନିବେଶ ସହ ଲୋକଙ୍କ ଆୟରେ ଉନ୍ନତି ଆଶା

Published By : Prameya | January 20, 2025 1:54 PM

ନୂଆଦିଲ୍ଲୀ,୨୦/୦୧: ଦେଶର  ସିଂହ ଭାଗ ଲୋକ ଗ୍ରାମାଞ୍ଚଳରେ ବସବାସ  କରିଥାନ୍ତି । ସରକାର କୌଣସି ଯୋଜନା  ପ୍ରଣୟନ ବେଳେ ଗ୍ରାମାଞ୍ଚଳ ବିକାଶକୁ  ଧ୍ୟାନରେ ରଖିଥାନ୍ତି । ଫେବ୍ରୁଆରି ପହିଲାରେ  ଆସିବ ସାଧାରଣ ବଜେଟ । ଏଥର  ବଜେଟରେ କେନ୍ଦ୍ର ସରକାର ଗ୍ରାମାଞ୍ଚଳ  ଇଲାକା ସହ ଜଡିତ ଯୋଜନା ଗୁଡିକରେ  ବ୍ୟୟ ବରାଦ ବଢ଼ାଇବାର ଢ଼େର ସମ୍ଭାବନା  ରହିଛି । ବ୍ରୋକରେଜ ଫାର୍ମ ଗୋଲ୍ଡମ୍ୟାନ  ସ୍ୟାଚ୍‌ ଏ ନେଇ ଆକଳନ କରିଛି । 

ଏଥିରେ ଜନକଲ୍ୟାଣକାରୀ ଯୋଜନା  ସହ ଅନ୍ୟ ଯୋଜନା ଗୁଡିକ ସାମିଲ  ରହିବ । ତେବେ ଆଗାମି ଦିନରେ ଏଭଳି  ଯୋଜନାରେ ସରକାରଙ୍କ ଖର୍ଚ୍ଚ ଜିଡିପି  ଅଭିବୃଦ୍ଧି ତୁଳନାରେ କମ୍‌ ରହିପାରେ  ବୋଲି କୁହାଯାଉଛି । ସରକାର ବଜେଟରେ  ଗ୍ରାମାଞ୍ଚଳ ଯୋଜନା ଗୁଡିକରେ ବ୍ୟୟବରାଦ  ବଢ଼ାଇଲେ ଏହା ଗ୍ରାମାଞ୍ଚଳ ଅର୍ଥନୀତିକୁ  ଚଳଚଞ୍ଚଳ କରିବାରେ ସହାୟକ ହେବ  ବୋଲି ବିଶେଷଜ୍ଞ କହିଛନ୍ତି । 

ଏହା ଦ୍ୱାରା ଲୋକଙ୍କ ଆୟ ଉପରେ  ଏହା ଭଲ ପ୍ରଭାବ ପକାଇବ । ଫଳରେ  ଲୋକଙ୍କ ହାତକୁ ପୁଞ୍ଜି ଆସିଲେ  ସେମାନେ ଏହାକୁ ଖର୍ଚ୍ଚ କରିବେ କିମ୍ବା  ଖର୍ଚ୍ଚ ବଢ଼ାଇବେ । ତେବେ ଏଭଳି ସ୍ଥିତି  ସଞ୍ଚୟ ବୃଦ୍ଧି ମଧ୍ୟ ଆବଶ୍ୟକତା ରହିଛି ।  ଲୋକଙ୍କ ଆୟରେ ସୁଧାର ଆସିଲେ  ଏହା ଗ୍ରାମାଞ୍ଚଳରେ ଚାହିଦା ବଢ଼ାଇବାରେ  ସହାୟକ ହେବ । ସେହିଭଳି ଗ୍ରାମୀଣ  ବିକାଶ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ  କରାଯିବାର ଆବଶ୍ୟକତା ମଧ୍ୟ ରହିଛି । 

ଏ କ୍ଷେତ୍ରରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଶାଖା  ବିସ୍ତାର କରିବାକୁ ପ୍ରୟାସ ଜାରି ରଖିବେ ।  ଆୟରେ ସୁଧାର ହେଲେ ଲୋକମାନେ  ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବେ ।  ଏହା ସହ ଗ୍ରାମାଞ୍ଚଳରେ ବୀମା ସୁବିଧା  ମଧ୍ୟ ତ୍ୱରାନ୍ୱିତ ହେବ । ଆଇସିଆଇସିଆଇ  ପ୍ରୁଡେନସିଆଲ ଏଏମ୍‌ସିର ଫଣ୍ଡ୍‌  ମ୍ୟାନେଜର ପ୍ରିୟଙ୍କା ଖଣ୍ଡେଲୱାଲ  କହିଛନ୍ତି, ଦେଶର ଯୁବ ଶ୍ରମଶକ୍ତିର  ଏକ ବଡ ଭାଗ ଗ୍ରାମାଞ୍ଚଳରେ ବସବାସ  କରୁଛନ୍ତି । ଏମାନଙ୍କ ବିକାଶ ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ । ଦେଶର ୬୪% ଭାଗ ଲୋକ  ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । 

ଅର୍ଥନୀତିକୁ ସେମାନଙ୍କ ଯୋଗଦାନ  ଗୁରୁତ୍ୱପୂର୍ଣ୍ଣ । ଗତ ୧୦ ବର୍ଷରେ ସରକାର  ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ପଦକ୍ଷେପ  ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ଆଖିଦୃଶିଆ  ନିବେଶ ସହ ବହୁତ ଲୋକଙ୍କୁ ଦାରିଦ୍ର‌୍ୟତାରୁ  ବାହାରକୁ ବାହାର କରାଯାଇଛି । ସାମାଜିକ  କଲ୍ୟାଣକାରୀ ଯୋଜନା ଗୁଡିକ ବାଦ ଗତ  କିଛି ବର୍ଷରେ କୃଷି ଆୟ ବୃଦ୍ଧି ଉପରେ ମଧ୍ୟ  ଉଦ୍ୟମ ଜାରି ରହିଛି । ତେବେ ଏ କ୍ଷେତ୍ରରେ ସରକାରଙ୍କୁ ଏତେଟା ସଫଳତା ମିଳିନି । 

ଆସୋସିଏସନ ଅଫ୍‌ ମ୍ୟୁଚୁଆଲ  ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ (ଏଏମ୍‌ଏଫ୍‌ଆଇ) ର ପରାମର୍ଶଦାତା ବିକାଶ ଆନନ୍ଦ କହିଛନ୍ତି,  ଗତ ୧ ଦଶନ୍ଧି ଧରି ଅଣି କୃଷି କ୍ଷେତ୍ରରେ  କାର୍ଯ୍ୟରତ ଲୋକଙ୍କ ଜୀବନରେ ସେଭଳି  ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ଏବେ  ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ  ହେଉଥିବାରୁ ଏ କ୍ଷେତ୍ରରେ ଦେଶକୁ ଆହୁରି  ଅଧିକ କାମ କରିବାକୁ ହେବ । କାରଣ  କୃଷି ଆୟର ଏକ ସୀମା ରହିଛି । ମାତ୍ର  ସହରାଞ୍ଚଳରେ ଲୋକଙ୍କ ଆୟ ବଢ଼ୁଛି । 

ଏଭଳି କାରଣରୁ ସହରୀ ଭାରତ  ଗ୍ରାମୀଣ ଭାରତ ତୁଳନାରେ ଆୟ ଏବଂ  ଚାହିଦା ବୃଦ୍ଧି କ୍ଷେତ୍ରରେ ଏକ ଉନ୍ନତ  ସ୍ଥାନରେ ରହିଛି । ଚଳିତ ଦଶନ୍ଧିରେ  ଗ୍ରାମୀଣ ଭାରତ ଲାଗି ଦୃଷ୍ଟିକୋଣ ଅଲଗା  ହୋଇପାରେ । କାରଣ ଅଣ କୃଷି ନିଯୁକ୍ତି  କ୍ଷେତ୍ର ଉନ୍ନତ ସ୍ଥିତିରେ ରହିବ ବୋଲି ଆଶା  କରାଯାଉଛି । ଘରୋଇ ଆବଶ୍ୟକତା ସହ  ଦେଶ ବିନିର୍ମାଣ କ୍ଷେତ୍ର ରପ୍ତାନି ବୃଦ୍ଧି ଉପରେ  ଏବେ ଫୋକସ କରୁଛି । ଲାଡଲି ବହନ  ଭଳି ଯୋଜନା ଗ୍ରାମାଞ୍ଚଳ ଚାହିଦା ଏବଂ  ଆୟ କ୍ଷେତ୍ରରେ ଉନ୍ନତ ସଙ୍କେତ ଦେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.