ନୂଆଦିଲ୍ଲୀ,୦୧/୦୭: ସକାଳ ପ୍ରାୟ ୯ଟା ବାଜିଥାଏ। ଖଣ୍ଡଗିରି ଛକ ଓଭର ବ୍ରିଜ ଉପରେ ଗାଡିଗୁଡ଼ିକ ଦ୍ରୁତ ଗତିରେ ଯାଉଥାଏ। ଠିକ୍ ଏହି ସମୟରେ, ଏକ ମୋଟରସାଇକେଲ ସେହି ରାସ୍ତା ଦେଇ ଗଲା। ହଠାତ୍, ଦ୍ରୁତ ଗତି ଏବଂ ପ୍ରବଳ ପବନ ଯୋଗୁଁ ପଛପଟେ ବସିଥିବା ଯୁବକଙ୍କ ହେଲମେଟ୍ ତାଙ୍କ ମୁଣ୍ଡରୁ ଉଡ଼ିଗଲା। ପରବର୍ତ୍ତୀ ମୁହୂର୍ତ୍ତରେ, ହେଲମେଟ୍ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାର ସହିତ ଧକ୍କା ହୁଏ। ସୌଭାଗ୍ୟବଶତଃ, କାରଟିରେ ସାମାନ୍ୟ ଆଘାତ ଲାଗିଥିଲା କିନ୍ତୁ କୌଣସି ବଡ଼ ଦୁର୍ଘଟଣା ଘଟିନଥିଲା। କିନ୍ତୁ କାର ପଛରୁ ଆସୁଥିବା ଏକ ପିକଅପ୍ ଭ୍ୟାନର ଟାୟାର ହେଲମେଟ୍ ଉପରେ ଚଢ଼ିଥିବା ପରେ ହେଲମେଟଟି ଖଣ୍ଡ ଖଣ୍ଡ ହୋଇଗଲା।
ମୁହୂର୍ତ୍ତକ ମଧ୍ୟରେ ହେଲମେଟଟି ଭାଙ୍ଗିରୁଜି ଚୁରମାର ହୋଇଗଲା। ରାସ୍ତାରେ ପଡ଼ିଥିବା ଭଗ୍ନାବଶେଷକୁ ଭଲ ଭାବରେ ଦେଖିବା ମାତ୍ରେ କେବଳ ଧଳା ପ୍ଲାଷ୍ଟିକ୍ ଏବଂ ଗୋଟିଏ ସୋଲର ଆସ୍ତରଣ ଖଣ୍ଡ ଦେଖାଗଲା। ଯେତେବେଳେ ବାଇକ ଆରୋହୀଙ୍କୁ ଅଟକାଇ ପଚରାଉଚରା କରାଗଲା, ସେତେବେଳେ ସେ ଏକ ଚିନ୍ତାଜନକ କଥା ସାମ୍ନାକୁ ଆଣିଲେ। ସେ ବୁଝାଇଲେ ଯେ ସେ ଓଲା, ଉବର ଏବଂ ରାପିଡୋ ଭଳି କମ୍ପାନୀ ପାଇଁ ଏହି ବାଇକ୍ ଟ୍ୟାକ୍ସି ଚଳାନ୍ତି। ଏଠି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହେଲା, ଏସବୁ କି ପ୍ରକାରର ହେଲମେଟ, ଯାହା ଉପରେ ସାମାନ୍ୟ ଚାପ ପଡ଼ିଲେ ଏହା ଭାଙ୍ଗିରୁଜି ଯାଉଛି। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଦିଆଯାଉଥିବା ଏହି ସୁରକ୍ଷା କବଚ କ'ଣ କେବଳ ଗୋଟିଏ ପ୍ରହସନ? ଏ ସମ୍ପର୍କରେ ଅନୁସନ୍ଧାନ କଲା ପରେ ଗୋଟିଏ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଲା।
ଅଧିକ ପଢ଼ନ୍ତୁ: ବିଳାସପୂର୍ଣ୍ଣ ହୋଟେଲରେ ଏହି ଦୁଇ ଅଭିନେତ୍ରୀ ଚଳାଇଥିଲେ ସେକ୍ସ ରାକେଟ୍, ଏମିତି ଧରିଲା ପୁଲିସ
ଚାଲାଣରୁ ବଞ୍ଚିବାର ଯୋଗାଡ଼ ପାଲଟିଛି ହେଲମେଟ୍?
ଭାରତରେ ବାଇକ୍ ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ହେଲମେଟ୍ ଏକ "ସୁରକ୍ଷା କବଚ" ଭଳି ବେଶ୍ କାମକରେ କିନ୍ତୁ ପ୍ରକୃତରେ, ଏହା କେବଳ ୧,୦୦୦ ଟଙ୍କା ଜରିମାନାରୁ ରକ୍ଷା ପାଇବା ପାଇଁ ଗୋଟିଏ ଶସ୍ତା ଏବଂ ନିମ୍ନମାନର ଯୋଗାଡ଼ ପାଲଟିଛି। ପ୍ରଶ୍ନ ହେଉଛି, ଯେଉଁ ବିଲିୟନ ଡଲାର କମ୍ପାନୀଗୁଡ଼ିକ ଉପରେ ଲୋକମାନେ ଭରସା କରି ବାଇକ୍ ବୁକ୍ କରୁଛନ୍ତି, ସେମାନେ ସେମାନଙ୍କର ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ କ'ଣ କରୁଛନ୍ତି? କମ୍ପାନୀଗୁଡ଼ିକ ପ୍ରଥମେ ସୁରକ୍ଷା ଦାବି କରୁଥିବା ବେଳେ, ସେମାନଙ୍କ ଆରୋହୀମାନେ ଯାତ୍ରୀମାନଙ୍କୁ ଯେଉଁ ହେଲମେଟ୍ ଦେଉଛନ୍ତି ତାହା ଏତେ ନିମ୍ନମାନର ଯେ କେବଳ ସାମାନ୍ୟ ଆଘାତରେ ଭାଙ୍ଗିଯାଉଛି।
ସାଧାରଣ ଲୋକଙ୍କ ଜୀବନ ସହିତ ବାଇକ୍ ଟ୍ୟାକ୍ସିଗୁଡ଼ିକ କିପରି ଖେଳୁଛନ୍ତି? ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ, ଆମେ କିଛି ନିର୍ଦ୍ଦିଷ୍ଟ ଆପ୍ସରୁ ବାଇକ୍ ବୁକ୍ କରିଥିଲୁ। ଲଗାତାର ବାଇକ୍ ବୁକ୍ କରି ଏହାର ବାସ୍ତବତା ଯାଞ୍ଚ କରିଥିଲୁ। ପ୍ରାୟ ପ୍ରତ୍ୟେକ ଯାତ୍ରାରେ ଯେଉଁ କଥା ସାଧାରଣ ଭାବରେ ସାମ୍ନାକୁ ଆସିଲା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପ୍ରତ୍ୟେକ ଥର ଯାତ୍ରୀଙ୍କୁ ଦିଆଯାଇଥିବା ହେଲମେଟ୍ ଅତ୍ୟନ୍ତ ନିମ୍ନମାନର ଏବଂ ଜଙ୍କ ଲାଗିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆରୋହୀମାନେ ନିଜେ ପିନ୍ଧିଥିବା ହେଲମେଟ୍ ଆଇଏସଆଇ ମାନଦଣ୍ଡ ପାଳନ କରୁଥିଲେ। ଅର୍ଥାତ୍, ଆରୋହୀମାନେ ନିଜେ ଭଲ ହେଲମେଟ୍ ପିନ୍ଧିବେ କିନ୍ତୁ ଏହି ନୀଳ-ହଳଦିଆ, ଅତ୍ୟନ୍ତ ହାଲୁକା ଏବଂ ନିମ୍ନମାନର ପ୍ଲାଷ୍ଟିକ୍ ହେଲମେଟ୍ ସେମାନେ ଯାତ୍ରୀଙ୍କୁ ଦେବେ, ଯାହାକି ରାସ୍ତା କଡ଼ରେ ୮୦ ରୁ ୧୦୦ ଟଙ୍କାରେ ଉପଲବ୍ଧ।
ଆହୁରି ପଢ଼ନ୍ତୁ: Naagin Dance : ବରର ନାଗିନ୍ ଡ୍ୟାନ୍ସ ଦେଖି କନିଆ ତାଜୁବ୍, ଭାଙ୍ଗିଦେଲେ ବାହାଘର, ମଣ୍ଡପ ପାଲଟିଲା ରଣକ୍ଷେତ୍ର
କ'ଣ କହିଲେ ବାଇକ ରାଇଡର?
ତେବେ ରାଇଡରଙ୍କ ପାଇଁ ମଜବୁତ ହେଲମେଟ ଥିବା ବେଳେ ଯାତ୍ରୀଙ୍କୁ କାହିଁକି ନିମ୍ନମାନର ହେଲମେଟ ଦିଆଯାଉଛି ବୋଲି ପଚାରିବାରୁ ଡାଇଡର ଜଣକ କହିଲେ,'ଆମେ ଜାଣୁ ଏହି ଖୋଳ ହେଲମେଟ କାହାର ଜୀବନ ରକ୍ଷା କରିପାରିବ ନାହିଁ, ଏହା କେବଳ ଏଥିପାଇଁ ଦିଆଯାଉଛି ଯେ, ଟ୍ରାଫ୍ରିକ ପୁଲିସ ଆମର ୧୦୦୦ ଟଙ୍କାର ଚାଲାଣ ନକାଟନ୍ତୁ। ପୁଲିସକୁ ବାସ୍ ଦେଖିବାର ଅଛି, ବାଇକରେ ବସିଥିବା ଲୋକର ମୁଣ୍ଡରେ ହେଲମେଟ ଅଛି କି ନାହିଁ, ସେ ଦୁର୍ବଳ ହେଉ କି ମଜବୁତ ହେଉ, କିଛି ଯାଏ ଆସ ନାହିଁ।'
ବାସ୍ତବିକ ଏହି ହେଲମେଟ ଗୁଡ଼ିକ ଯୋଗାଏ କିଏ?
ଯେତେବେଳେ ଆମେ ବାଇକ ଚାଳକଙ୍କୁ ପଚାରିଲୁ ଯେ କମ୍ପାନୀଗୁଡ଼ିକ କାହିଁକି ଭଲ ଗୁଣବତ୍ତାର ISI ଚିହ୍ନିତ ହେଲମେଟ୍ ଯୋଗାଇ ନାହାଁନ୍ତି, ସେତେବେଳେ ରାପିଡୋ ଚାଳକ ଏ ବିଷୟରେ କହିଥିଲେ।ଏଥିରେ ଜଏନ କଲା ବେଳେ କମ୍ପାନୀଗୁଡ଼ିକ କେବଳ ଡକ୍ୟୁମେଣ୍ଟ ନିଅନ୍ତି ଏବଂ ଏକ ଛୋଟ ଶୁଳ୍କ ନିଅନ୍ତି। କିନ୍ତୁ କମ୍ପାନୀ ପକ୍ଷରୁ କୌଣସି ହେଲମେଟ୍ ଦିଆଯାଏ ନାହିଁ। ରାପିଡୋ ପୂର୍ବରୁ ହେଲମେଟ୍ ଯୋଗାଇ ଦେଉଥିଲା, କିନ୍ତୁ ଏବେ ସେମାନେ ବନ୍ଦ କରିଦେଇଛନ୍ତି। ଏହି ହେଲମେଟ ଆମକୁ ହିଁ କିଣିବାକୁ ପଡ଼ୁଛି।
ତେବେ ଯଦି ପାସେଞ୍ଜର ଏହି ମାମଲାରେ କିଛି ସୁଦୃଢ଼ ହେଲମେଟକୁ ନେଇ ଦାବି କରୁଛନ୍ତି, ତାହେଲେ ହସୁଛନ୍ତି ରାଇଡର। କହୁଛନ୍ତି ଆପଣ ଆପଣଙ୍କ ତରଫରୁ ରାଇଡ କ୍ୟାନସଲ କରିଦିଅନ୍ତୁ।
ଆହୁରି ପଢ଼ନ୍ତୁ: Himachal Pradesh Landslide: ହିମାଚଳରେ ପ୍ରକୃତିର ତାଣ୍ଡବ; ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୯ ମୃତ, ୪୯ରୁ ଅଧିକ ରାସ୍ତା ବନ୍ଦ
କମ୍ପାନୀଗୁଡ଼ିକର ମଧ୍ୟ କୌଣସି ସ୍ପଷ୍ଟ ପଲିସି ନାହିଁ:
Ola, Uber, ଏବଂ Rapido ଆପ୍ସରେ ବାଇକ ଯାତ୍ରୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୁରକ୍ଷା ନିର୍ଦ୍ଦେଶାବଳୀ ନାହିଁ। ଆପ୍ କେବଳ ଏତିକି କହୁଛି ଯେ, ଆପଣ ରାଇଡରଙ୍କ ଠାରୁ ହେଲମେଟ୍ ମାଗିପାରିବେ। କିନ୍ତୁ କେଉଁ ପ୍ରକାରର ହେଲମେଟ ମାଗିବା ଆବଶ୍ୟକତା ରହିଛି ସେ ସମ୍ପର୍କରେ କୁହାଯାଇନାହିଁ।
ଏଥିରୁ ତ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଓଲା, ଉବେର ଏବଂ ରାପିଡୋ ଭଳି କମ୍ପାନୀମାନେ କେବଳ ଟ୍ରାଫିକ ଚାଲାଣରୁ ମୁକ୍ତି ପାଇବା ପାଇଁ ଲୋକଙ୍କୁ ହେଲମେଟ ଦେଉଛନ୍ତି, ଯାହାର ଗୁଣବତ୍ତା ଅତି ନିମ୍ନମାନର। ଲୋକଙ୍କର କିଛି ହେଲେ ବାସ୍ କିଛି ଫରକ ପଡ଼ିବନି। କିନ୍ତୁ ମୋଟର ଯାନ ଆଇନର ଧାରା ୧୨୯ ଅନୁଯାୟୀ, ଦୁଇଚକିଆ ଯାନର ଡ୍ରାଇଭର ଏବଂ ପଛପଟେ ବସିଥିବା ବ୍ୟକ୍ତି ଉଭୟଙ୍କ ପାଇଁ ନିର୍ଦ୍ଧାରିତ ମାନର ସୁରକ୍ଷାମୂଳକ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ।
କହିରଖୁଛୁ ଯେ, ଭାରତରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ବା ବିଆଇଏସ୍ ହେଲମେଟର ଗୁଣବତ୍ତା ଯାଞ୍ଚ କରେ। ଆଇନଗତ ଭାବେ ହେଲମେଟ ଉପରେ ଆଇଏସଆଇ ମାର୍କ ବା ଚିହ୍ନ ରହିବା ବାଧ୍ୟତାମୂଳକ। କିନ୍ତୁ ରାସ୍ତା କଡ଼ରେ ମିଳୁଥିବା ହେଲମେଟ କେବଳ ଆମେ ଦେଖେଇ ହେବା ପାଇଁ ପିନ୍ଧୁଛେ, ଟ୍ରାଫିକ ଚାଲାଣରୁ ବଞ୍ଚିବା ପାଇଁ, ଯେଉଁ ହେଲମେଟ ସାମାନ୍ୟ ଆଘାତରେ ଗୁଣ୍ଡ ହୋଇଯାଉଛି।
ଏବେ ଆମର କିଛି ପ୍ରଶ୍ନ ଅଛି?
* ଯେତେବେଳେ ଓଲା, ଉବର ଏବଂ ରାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକ ପ୍ରତ୍ୟେକ ଯାତ୍ରାରେ ଯାତ୍ରୀମାନଙ୍କଠାରୁ 'ସୁରକ୍ଷା କିମ୍ବା ବୀମା ଶୁଳ୍କ' ଆଦାୟ କରୁଛନ୍ତି, ସେହି ଟଙ୍କା କେଉଁଠିକୁ ଯାଉଛି?
* କାହିଁକି ଯାତ୍ରୀଙ୍କୁ ଦିଆଯାଉଛି ଖୋଳପା ହେଲମେଟ?
* କ’ଣ କମ୍ପାନୀଗୁଡ଼ିକ ସେମାନଙ୍କ ଯାତ୍ରୀମାନଙ୍କୁ ମାଗଣାରେ କିମ୍ବା ସବସିଡି ଦରରେ ISI ଚିହ୍ନିତ ହେଲମେଟ ଯୋଗାଇ ପାରିବେ ନାହିଁ?
ଏ ପ୍ରଶ୍ନ କେବଳ ଆମର ନୁହେଁ, ପ୍ରତ୍ୟେକଟି ଜନସାଧାରଣଙ୍କର ମଧ୍ୟ...ଆଉ ଜନସାଧାରଣଙ୍କୁ ମଧ୍ୟ ପରାମର୍ଶ ରାଇଡ୍ ବୁକ୍ କରିବା ସମୟରେ ଆଇଏସଆଇ ମାର୍କ ଥିବା ହେଲମେଟ ହିଁ ଦାବି କରନ୍ତୁ। ଆପଣଙ୍କ ଜୀବନ ଆଉ କାହା ଅବହେଳାର ଶିକାର ନହେଉ....
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: EPFO 3.O: ଆରମ୍ଭ ହେଲା EPFO ପୋର୍ଟାଲ, ପାସବୁକ୍ ୱେବସାଇଟ୍ ଏବେବି ବନ୍ଦ, ଜାଣନ୍ତୁ କେବେଠୁ ATMରୁ କାଢି ପାରିବେ ଟଙ୍କା...