ଅହମ୍ମଦାବାଦ: ଦିଲ୍ଲୀ କ୍ୟାପିଟାଲ୍ସର ବୋଲରଙ୍କ ସାମ୍ନାରେ ତିଷ୍ଠିପାରିଲେ ନାହିଁ ଗୁଜରାଟ ବ୍ୟାଟର । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲଜ୍ଜାଜନକ ସ୍କୋର କରିଛି ଗୁଜରାଟ ଟାଇଟନ୍ସ । ୧୭.୩ ଓଭର ଖେଳି ୮୯ ରନ୍ରେ ଅଲଆଉଟ୍ ହୋଇଛି ଗୁଜରାଟ । ଆଜିର ମ୍ୟାଚ୍ରେ ରାଶିଦ ଖାନ ୩୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।ସାଇ ସୁଦର୍ଶନ ୧୨ ରନ୍ କରିଥିବା ବେଳେ ରାହୁଲ ତେଓ୍ବତିଆ ୧୦ ରନ୍ କରିଛନ୍ତି । ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦିଲ୍ଲୀ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିପାରି ନଥିଲେ ଜିଟି ବ୍ୟାଟର। ଟପ୍ ଅର୍ଡରର କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠିପାରି ନଥିଲେ। ରାଶିଦ ଖାନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ରାଶିଦ ୨୪ ବଲରୁ ୩୧ ରନ କରିଥିଲେ। ସାଇ ସୁଦର୍ଶନ(୧୨) ଓ ରାହୁଲ ତେଓ୍ଵତିଆ(୧୦)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷରେ ଗୁଜରାଟ ୧୭.୩ ଓଭରରେ ୮୯ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ଶୁଭମାନ ଗିଲ୍ ୮ ରନ, ଋଦ୍ଧିମାନ ଶାହ ୨ ରନ ଓ ଡେଭିଡ୍ ମିଲର ୨ ରନ କରି ଦଳକୁ ନିରାଶ କରିଛନ୍ତି।
ସେପଟେ ଦିଲ୍ଲୀର ବୋଲର ମୁକେଶ କୁମାର ୨.୩ ଓଭର ବୋଲିଂ କରିବା ସହ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ତ୍ରିଷ୍ଟାନ ଷ୍ଟବ୍ସ ଏବଂ ଇଶାନ୍ତ ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ଓ ଅକ୍ସର ପଟେଲଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ଓ୍ବିକେଟ୍ ।