ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଘୋଷଣା କଲା ନ୍ୟୁଜିଲାଣ୍ଡ; କେନ୍‌ ଓ୍ବିଲିୟମସନ୍‌ ଅଧିନାୟକ

Image source: ICC

ନୂଆଦିଲ୍ଲୀ,୨୯/୦୪: ଟି ୨୦ ବିଶ୍ବକପ୍‌ ୨୦୨୪ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି ନ୍ୟୂଜିଲାଣ୍ଡ। ଟୁର୍ଣ୍ଣାମେଣ୍ଟ ପାଇଁ କେନ୍‌ ଓ୍ବିଲିୟମସନ୍‌ଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନ ବିପକ୍ଷରେ ଟି ୨୦ ସିରିଜ ଖେଳିଥିଲା। କିନ୍ତୁ ସମ୍ପୁର୍ଣ୍ଣ ସ୍କାଡ୍‌ ଟିମ୍‌ ପାକିସ୍ତାନ ଯାଇନଥିଲେ। ଟି ୨୦ ବିଶ୍ବକପ୍‌ ପାଇଁ ଅଧିନାୟକ ଭାବେ ଚୟନ କରାଯାଇଥିବା କେନ୍‌ ଓ୍ବିଲିୟମସନ୍‌ ଏବେ ଭାରତରେ ଆଇପିଏଲ୍‌ ୨୦୨୪ ପାଇଁ ଖେଳୁଛନ୍ତି। ଓ୍ବିଲିୟମସନ୍‌ ଗୁଜରାଟ ଟାଇଟନ୍ସର ଖେଳାଳି ରହିଛନ୍ତି।

କହିରଖୁଛୁ ଯେ, ଦଳ ଘୋଷଣା ପାଇଁ ଆଇସିସି ମେ ୧ ତାରିଖ ଧାର୍ଯ୍ୟ କରିଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହା ପୂର୍ବରୁ ୨୯ ଏପ୍ରିଲ ସୋମବାର ଦିନ ଏହାର ଟିମ୍‌ ଘୋଷଣା କରିଥିଲା। ଟି ୨୦ ବିଶ୍ୱକପ ବିଷୟରେ କହିବାକୁ ଗଲେ ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧ ରୁ ଆରମ୍ଭ ହେବ, ଯାହା ଆମେରିକା ଏବଂ କାରିବିଆନ୍ ରାଷ୍ଟ୍ରରେ ଖେଳାଯିବ। ଟି ୨୦ ବିଶ୍ୱକପ ଜୁନ୍ ୧ ରୁ ଆରମ୍ଭ ହେବ, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଜୁନ୍ ୭ ରୁ ଏହାର ଅଭିଯାନ ଆରମ୍ଭ କରିବ। ଏହି ଟୁର୍ନାମେଣ୍ଟରେ କିଓ୍ବି ଦଳ ଗୁୟାନାରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଗ୍ରୁପ୍ ସିରେ ନ୍ୟୁଜିଲ୍ୟାଣ୍ଡ ସ୍ଥାନିତ ହୋଇଛି।

ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ମଧ୍ୟରେ ସନ୍ତୁଳନ:

ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳରେ ଅଭିଜ୍ଞ ତଥା ଯୁବ ଖେଳାଳିଙ୍କ ଭଲ ସନ୍ତୁଳନ ଥିବା ଜଣାପଡ଼ିଛି। ଏହି ଦଳରେ କେନ୍ ୱିଲିୟମସନ, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦୀ ଏବଂ ଡେରିଲ ମିଚେଲଙ୍କ ଭଳି ଅନୁଭବୀ ଖେଳାଳି ଅଛନ୍ତି। ଏହା ବ୍ୟତୀତ ମାର୍କ ଚେପ୍‌ମେନ ଏବଂ ରଚିନ୍ ରବିନ୍ଦ୍ରଙ୍କ ପରି ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ରଚିନ୍ ରବିନ୍ଦ୍ର ମଧ୍ୟ ଦିନିକିଆ ବିଶ୍ୱକପ୍ ୨୦୨୩ ରେ ନ୍ୟୁଜିଲ୍ୟାଣ୍ଡର ଏକ ଅଂଶ ଥିଲେ। ରଚିନ୍ ଆଇପିଏଲ୍ ୨୦୨୪ ପାଇଁ ସେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି।

ଟି ୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ:

ୱିଲିୟମ୍ସନ୍ (ଅଧିନାୟକ), ଫିନ୍ ଏଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ୍ ବ୍ରେସୱେଲ, ମାର୍କ ଚେପମେନ୍, ଡେଭୋନ୍ କନୱେ, ଲକି ଫର୍ଗ୍ୟୁସନ୍, ମ୍ୟାଟ ହେନେରୀ, ଡେରିଲ ମିଚେଲ, ଜେମ୍ସ ନିଶମ, ଗ୍ଲେନ ଫିଲିପ୍ସ, ରଚିନ ରବିନ୍ଦ୍ର, ମିଚେଲ ସେଣ୍ଟନର୍, ଇଶ ସୋଢ଼ୀ ଏବଂ ଟିମ୍ ସାଉଦି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.