ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଟି-୨୦ ବିଶ୍ବକପ ଲାଗି ହେଲା ଟିମ୍ ଇଣ୍ଡିଆର ଘୋଷଣା : ରୋହିତଙ୍କ ନେତୃତ୍ବରେ କାହାକୁ ମିଳିଲା ସ୍ଥାନ, ଜାଣନ୍ତୁ...

ନୂଆଦିଲ୍ଲୀ, ୩୦/୪ :  ଭାରତ ଟି-୨୦ ବିଶ୍ବକପ୍ ୨୦୨୪ଲାଗି ଟିମ୍ ଘୋଷଣା କରିଛି । ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଖେଳିବ । ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡର ଚୟନ କମିଟି ମଙ୍ଗଳବାର ବୈଠକ କରିଥିଲା । ରୋହିତ ଶର୍ମାଙ୍କ ସହ ଯଶସ୍ବୀ ଜୟସଓ୍ବାଲ, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ସଞ୍ଜୁ ସ୍ୟାମସନଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ଶୁଭମନ ଗିଲଙ୍କୁ ରିଜର୍ଭ ଖେଳାଳୀଙ୍କ ଲିଷ୍ଟରେ ରଖାଯାଇଛି । ବୋର୍ଡ ଶିବମ ଦୁବେଙ୍କ ଉପରେ ବି ଭରସା ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ କରାଯାଇଛି ।  

ଟିମ୍ ଇଣ୍ଡିଆ ଓ୍ବିକେଟ କିପର ବ୍ୟାଟର ଋଷଭ ପନ୍ତ ଏବଂ ସଞ୍ଜୁ ସ୍ୟାମସନଙ୍କୁ ଟିମ୍‌ରେ ସ୍ଥାନ ଦେଇଛି। ସ୍ୟାମସନ ଏବଂ ପନ୍ତ ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରୁଛନ୍ତି । ଋଷଭ ପନ୍ତ ଲମ୍ବା ସମୟ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ସେ କାର୍ ଆକ୍ସିଡେଣ୍ଟ ପରେ ମୈଦାନରୁ ଦୂରରେ ଥିଲେ । କିନ୍ତୁ ଆଇପିଏଲ ମାଧ୍ୟମରେ ସେ ଫେରିଛନ୍ତି ଏବଂ ନିଜ ଫର୍ମକୁ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ଏହାର ସୁଫଳ ମିଳିଲା । ସ୍ୟାମସନଙ୍କ କଥା ଯଦି ଆମେ କହିବା ତେବେ‌ ସେ ଆଇପିଏଲ ୨୦୨୪ରେ ୯ ମ୍ୟାଚ ଖେଳିଛନ୍ତି ଏବଂ ୩୮୫ରନ୍ କରିଛନ୍ତି। ଏହି ସମୟରେ ୪ଅର୍ଦ୍ଧଶତକ ଲଗାଇଛନ୍ତି ।

ବିସିସିଆଇ ଶିବ ଦୁବେ ଏବଂ ଅକ୍ଷର ପଟେଲଙ୍କ ଉପରେ ବି ଭରସା କରିଛି । ଶିବମ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଲାଗି ଖେଳୁଛନ୍ତି । ସେ ବିସ୍ଫୋଟକ ବ୍ୟାଟିଂ କରିବାରେ ମାହିର ଅଟନ୍ତି। ଏହାସହ ଫିନିଶର ଭୂମିକା ନିଭାଇଥାନ୍ତି । ଶିବମ ଦୁବେ ଏହି ସିଜନରେ ୯ମ୍ୟାଚରେ ୩୫୦ରନ କରିଛନ୍ତି । ଏହି ସମୟରେ ୩ଅର୍ଦ୍ଧଶତକ ଲଗାଇଛନ୍ତି । ଅକ୍ଷରଙ୍କ କଥା ଯଦି ଆମେ କହିବା ସେ ବୋଲିଂ ସହ ବ୍ୟାଟିଂରେ ବି କମାଲ ଦେଖାଇଛନ୍ତି ।

ଟି-୨୦ ବିଶ୍ବକପ ୨୦୨୪ଲାଗି ଭାରତୀୟ କ୍ରିକେଟ ଟିମ୍ – ରୋହିତ ଶର୍ମା, ଯଶସ୍ବୀ ଜୟସଓ୍ବାଲ, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସ୍ୟାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ, ମୋହମ୍ମଦ ସିରାଜ ।

ରିଜର୍ଭ ଖେଳାଳୀ- ଶୁଭମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଏବଂ ଅବେଶ ଖାନ । 




 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.