ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଖୁବ୍‌ଶୀଘ୍ର ଭାରତୀୟ ଦଳ ଘୋଷଣା: ରାହୁଲ, ସାମସନ, ଚହଲଙ୍କ ପାଇଁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୩୦/୦୪: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଖୁବ୍‌ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ମଙ୍ଗଳବାର ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଅହମ୍ମଦାବାଦରେ ଏକତ୍ରିତ ହୋଇ  ଏକ ୧୫ଜଣିଆ ଦଳ ପ୍ରସ୍ତୁତ କରିବ । ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସ୍ୱୀକୃତି ପରେ ୧ ତାରିଖ ଦିନ ଦଳ ଘୋଷଣା ହେବ ।  

ଗତ କିଛି ଦିନ ହେଲା ବିଶ୍ୱକପ୍‌ ଦଳ ଚୟନକୁ ନେଇ ଜୋରଦାର ଆଲୋଚନା  ଚାଲିଛି । ଚଳିତ ଆଇପିଏଲ୍‌ର ପ୍ରଦର୍ଶନକୁ  ନେଇ ବହୁ ପୂର୍ବତନ ଖେଳାଳି, ଭାଷ୍ୟକାର ପ୍ରମୁଖ ନିଜ ନିଜ ପସନ୍ଦର ଦଳ ପ୍ରସ୍ତୁତ  କରିବାରେ ଲାଗିଛନ୍ତି । ମାତ୍ର ଚୟନ କମିଟି  ଆଇପିଏଲ୍‌ ପ୍ରଦର୍ଶନକୁ ପ୍ରାଥମିକତା ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଅନ୍ତର୍ଜାତୀୟ ପ୍ରଦର୍ଶନ, ଫିଟ୍‌ନେସ୍‌ ଓ ସାମ୍ପ୍ରତିକ ଫର୍ମ  ଉପରେ ଖେଳାଳି ଚୟନ କରାଯିବ । ରୋହିତ  ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା,  ସୂର୍ଯ୍ୟକୁମାର ଯାଦବ ଓ ରବିନ୍ଦ୍ର ଜାଡେଜା  ଦଳରେ ସ୍ଥାନ ପାଇବା ନିଶ୍ଚିତ ରହିଛି । ରିଷଭ  ପନ୍ତ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ  ଦ୍ୱିତୀୟ ୱିକେଟ୍‌ କିପର ସ୍ଥାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇ ଚୟନ କମିଟି ବିସ୍ତୃତ  ଆଲୋଚନା କରିବା ସମ୍ଭବାନା ରହିଛି ।  

ଦ୍ୱିତୀୟ ୱିକେଟ୍‌ କିପର ଦୌଡ଼:  ବର୍ତ୍ତମାନ ସଞ୍ଜୁ ସାମସନ, କେଏଲ ରାହୁଲ,  ଜିତେଶ ଶର୍ମା ଓ ଧ୍ରୁବ ଜୁରେଲ ଦ୍ୱିତୀୟ  ୱିକେଟ୍‌ କିପର ସ୍ଥାନ ଦୌଡ଼ରେ ରହିଛନ୍ତି ।  ସାମସନ ଓ ରାହୁଲ ଚମତ୍କାର ଫର୍ମରେ  ରହିଥିଲେ ହେଁ ଦଳର ଆବଶ୍ୟକତା ଅନୁଯାୟୀ  ଉପଯୋଗୀ ସାବ୍ୟସ୍ତ ହେଉ ନାହାନ୍ତି ।  ଚୟନ କମିଟି ନିମ୍ନ ଭାଗରେ(ଡେଥ୍‌ ଓଭର  ଗୁଡ଼ିକରେ) ଦ୍ରୁତ ବ୍ୟାଟିଂ କରିପାରୁଥିବା ଜଣେ  ୱିକେଟ୍‌ କିପର/ବ୍ୟାଟରଙ୍କ ଆବଶ୍ୟକତା ଲୋଡ଼ୁଛି । ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ  ପକ୍ଷରୁ ଓପନ୍‌ କରୁଛନ୍ତି ଓ ସାମସନ  ରାଜସ୍ଥାନ ରୟାଲ୍ସ ପକ୍ଷରୁ ୩ନଂ ସ୍ଥାନରେ ଖେଳୁଛନ୍ତି । ରୋହିତ, ଯଶସ୍ୱୀ ଜୈସ୍ୱାଲ ଓ  ବିରାଟ କୋହଲି ବ୍ୟାଟିଂ କ୍ରମର ପ୍ରଥମ ୩ଟି ସ୍ଥାନ ସମ୍ଭାଳିବେ । ତେଣୁ ସାମସନ ଓ ରାହୁଲ ଏହି ସ୍ଥାନରେ ଖେଳିପାରିବେ ନାହିଁ । 

ସାମସନ ଭାରତ ପକ୍ଷରୁ ୨୫ଟି ଟି-ଟ୍ୱେଣ୍ଟି ଖେଳି ୨୦ ହାରରେ ରନ୍‌ ସଂଗ୍ରହ  କରିଛନ୍ତି । ଏଥିରେ ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୩୫  ରହିଛି । ତେଣୁ କରି ଗୋଟିଏ ଆଇପିଏଲ୍‌  ସିଜନର ପ୍ରଦର୍ଶନକୁ ଆଧାର କରି ତାଙ୍କୁ  ଦଳରେ ସ୍ଥାନ ଦିଆଯାଇ ପାରିବ ନାହିଁ । ଦ୍ୱିତୀୟ  ୱିକେଟ୍‌ କିପର ଦୌଡ଼ରେ ସାମସନଙ୍କ  ତୁଳନାରେ ରାହୁଲ ଆଗରେ ରହିଥିଲେ ହେଁ  ସୀମିତ ଓଭର କ୍ରିକେଟ୍‌ରେ ତାଙ୍କ ମନ୍ଥର  ବ୍ୟାଟିଂ କିଛି ଚୟନକର୍ତ୍ତାକୁ ନିରାଶ କରୁଛି ।  

ଜୁରେଲ ନିମ୍ନ ଭାଗରେ ବ୍ୟାଟିଂ କରୁଥିଲେ  ହେଁ ଏଥର ଆଇପିଏଲ୍‌ରେ ୱିକେଟ୍‌ କିପିଙ୍ଗ୍‌  କରୁନାହାନ୍ତି କିମ୍ବା ବ୍ୟାଟିଂ କରିବା ପାଇଁ  ଯଥେଷ୍ଟ ସୁଯୋଗ ପାଇ ନାହାନ୍ତି । ସେହିପରି  ଜିତେଶ ଶର୍ମା ଉନ୍ନତ କିପିଙ୍ଗ୍‌ କରୁଥିଲେ  ହେଁ ବ୍ୟାଟିଂରେ ବିଫଳ ହୋଇଛନ୍ତି ।  

ପେସ୍‌ ବୋଲିଂ ଅଲରାଉଣ୍ଡର  ଦୌଡ଼ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର  ବିକଳ୍ପ । ୱେଷ୍ଟ ଇଣ୍ଡିଜ୍‌ର ମନ୍ଥର  ପିଚ୍‌ରେ ତାଙ୍କ ବୋଲିଂ ଉପଯୋଗୀ  ସାବ୍ୟସ୍ତ ହେବ ବୋଲି ଚୟନକର୍ତ୍ତା  ଅନୁଭବ କରୁଛନ୍ତି । ତଥାପି ବୈଠକରେ  ତାଙ୍କୁ ନେଇ ଜୋରଦାର ଆଲୋଚନା  ହୋଇପାରେ । ପାଣ୍ଡ୍ୟା ଦଳକୁ ଫେରିଲେ  ଉପ ଅଧିନାୟକ ପଦ ଫେରିପାଇବା  କଷ୍ଟକର ହେବ । କାରଣ ରିଷଭ ପନ୍ତଙ୍କୁ  ଉପ ଅଧିନାୟକ ଦାୟିତ୍ୱ ଫେରାଇ  ଦେବାକୁ ଚୟନ କମିଟି ଚିନ୍ତା କରୁଛି ।  

ଚହଲଙ୍କ ପାଇଁ ସ୍ଥାନ ନାହିଁ: ଲେଗ  ସ୍ପିନର ୟୁଝବେନ୍ଦ୍ର ଚହଲ ସମ୍ପ୍ରତି  ଆଇପିଏଲ୍‌ରେ ଉନ୍ନତ ପ୍ରଦର୍ଶନ କରୁଥିଲେ  ହେଁ ଦଳକୁ ଫେରିବା ସମ୍ଭବାନା କ୍ଷୀଣ ।  ଇତି ମଧ୍ୟରେ ସେ ୧୩ଟି ୱିକେଟ୍‌ ଅକ୍ତିଆର  କରିସାରିଛନ୍ତି । ମାତ୍ର ଦୁର୍ବଳ ଫିଲ୍ଡିଂ ଯୋଗୁଁ  ତାଙ୍କୁ ଦଳରେ ସ୍ଥାନ ଦେବାକୁ ଚୟନକର୍ତ୍ତା  ଚାହୁଁ ନାହାନ୍ତି । ଅଲ୍‌ରାଉଣ୍ଡର ଭାବେ  ଜାଡେଜା ପ୍ରତ୍ୟେକ ମ୍ୟାଚ୍‌ ଖେଳିବା  ନିଶ୍ଚିତ । ତେଣୁ ଅନ୍ୟ ସ୍ପିନର ଭାବେ  କୁଲଦୀପ ଯାଦବଙ୍କୁ ପ୍ରଥମିକତା ମିଳିବ।  

ବୁମରା ସମ୍ଭାଳିବେ ପେସ୍‌  ବିଭାଗ: ବୁମରା ପେସ୍‌ ବୋଲିଂ ବିଭାଗ  ସମ୍ଭାଳିବେ । ତେଣୁ ଅନ୍ୟ ୨ଜଣ ପେସ୍‌  ବୋଲରଙ୍କୁ ୧୫ଜଣିଆ ଦଳରେ ସ୍ଥାନ  ମିଳିବ । ମହମ୍ମଦ ସିରାଜ ଓ ଅର୍ଶଦୀପ  ସିଂହ ଦଳରେ ସ୍ଥାନ ପାଇବା ନିଶ୍ଚିତ ।  

ଅତିରିକ୍ତ ସଦସ୍ୟ ଭାବେ ଶୁଭମନ  ଗିଲ, ଅଭେଶ ଖାନ, ତିଳକ ବର୍ମା, ଖଲିଲ  ଅହମ୍ମଦ, ରବି ବିଷ୍ଣୋଇ ପ୍ରମୁଖ ଦଳ  ସହ ଯାତ୍ରା କରିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.