ପ୍ରମୂଖ ଖବର
  • ଅନୁଗୁଳ ଡେଲି ମାର୍କେଟରେ ଅଗ୍ନିକାଣ୍ଡ; ପୋଡ଼ି ପାଉଁଶ ହୋଇଗଲା ୩୦ରୁ ଉର୍ଦ୍ଧ୍ୱ ପିଣ୍ଡି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
  • ||
  • ଛତିଶଗଡ଼ ସୁକମାରେ ନକ୍ସଲ ହମଲା;୨ ଯବାନ ଗୁରୁତର
  • ||
  • ଭାପୁର : ମହାନଦୀରୁ ସାତଫୁଟର ମୃତ କୁମ୍ଭୀର ଉଦ୍ଧାର
  • ||
  • ପାଟଣା ରେଞ୍ଜରେ ହାତୀପଲଙ୍କ ଆତଙ୍କ, ବିଳମ୍ବିତ ରାତିରେ ଭାଙ୍ଗିଦେଲେ ୪ ଘର
  • ||
  • ମୋହନା : ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ, ଅଭିଯୁକ୍ତକୁ ଖୋଜୁଛି ମହାରାଷ୍ଟ୍ର ପୋଲିସ
  • ||
  • ସୁବର୍ଣ୍ଣପୁର : ବୋଲେରୋ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ବଲାଙ୍ଗୀର ଜିଲ୍ଲାରେ ଗଜରାଜ ମୃତ, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିରରେ ପଡ଼ିଲା ଛେପ, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
  • ||
  • ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ପରିବା, ଜଣେ ଅଟକ
  • ||
  • ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଆଜି ବିଜେପି ନିଜ ସଙ୍କଳ୍ପପତ୍ର ଜାରି କରିପାରେ
  • ||
  • ଟାଙ୍ଗୀ : ଅଟୋକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡ଼ି; ଜଣେ ହବିଷ୍ୟାଳି ମୃତ, ଡ୍ରାଇଭର ସହ ୬ ଗୁରୁତର
  • ||
  • ଭୂକମ୍ପରେ ଥରିଲା ରାଜଧାନୀ, ଭୁବନେଶ୍ବରରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ
  • ||
  • ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ, ୧୮ ତାରିଖ ଯାଏଁ ଚାଲିବ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା
  • ||
  • ଆଜି ଶାନ୍ତିସ୍ତୂପ ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୪ ଗୁରୁତର
  • ||
  • ନଭେମ୍ବରରେ ଗରମ ବିଦାୟ ନେଉନି, ଶୀତର ବି ନାହିଁ ଖୋଜ ଖବର: ଏଯାଏ ଲା-ନିନା ଆସିଲାନି
  • ||

ମାନବ ଇତିହାସରେ ପ୍ରଥମ: ବିଗିଡ଼ିଲା ବୈଶ୍ୱିକ ଜଳଚକ୍ର ସନ୍ତୁଳନ,ଖାଦ୍ୟ ଉତ୍ପାଦନ ୫୦% ହ୍ରାସ ପାଇବ

ନୂଆଦିଲ୍ଲୀ,୧୮/୧୦:  ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ । ମାନବ ଇତିହାସରେ ପ୍ରଥମ ଥର ପାଇଁ  ବିଗିଡ଼ିଛି ବୈଶ୍ୱିକ ଜଳଚକ୍ର ସନ୍ତୁଳନ ।  ଏଥିଯୋଗୁ ଜୀବଜଗତ ଭୟଙ୍କର  ବିପର୍ଯ୍ୟୟର ସମ୍ମୁଖୀନ ହେବେ । ଖାଦ୍ୟ  ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇବ  ବୋଲି ଏକ ନୂଆ ରିପୋର୍ଟରେ ଦାବି  କରାଯାଇଛି । ‘ଗ୍ଲୋବାଲ କମିଶନ ଅନ୍‌  ଇକୋନୋମିକ୍ସ ଅଫ୍‌ ୱାଟର’ ପକ୍ଷରୁ  ବୁଧବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଦଶନ୍ଧି ଦଶନ୍ଧି ଧରି ଭୂତଳ  ଜଳର ବିନାଶକାରୀ ବ୍ୟବହାର ଏବଂ  ଜଳ ପରିଚାଳନାରେ ଅବହେଳା  ବୈଶ୍ୱିକ ଜଳଚକ୍ରକୁ ଅଭୂତପୂର୍ବ ଭାବେ ପ୍ରଭାବିତ କରିଛି । ଏହା ମନୁଷ୍ୟକୃତ  ସ୍ଥିତି ଜଳବାୟୁ ପରିବର୍ତ୍ତନ ଜନିତ  ବିପଦଠାରୁ ବି ଆହୁରି ଭୟଙ୍କର ବୋଲି  ରିପୋର୍ଟରେ କୁହାଯାଇଛି।

ପୃଥିବୀ ଚାରିପାଖରେ ଏକ ନିର୍ଦ୍ଦିଷ୍ଟ  ଢଙ୍ଗରେ ପାଣିର ଘୂର୍ଣ୍ଣନକୁ ଜଳଚକ୍ର  ପ୍ରଣାଳୀ କୁହାଯାଏ । ଭୂମିରୁ ପାଣି  ନଦୀ, ଝରଣା ଭଳି ଜଳ ଉତ୍ସ ଏବଂ  ଗଛ ଜରିଆରେ ବାଷ୍ପୀଭୂତ ହୋଇ  ଉପରକୁ ଉଠିଥାଏ । ଏହି ଜଳୀୟ  ବାଷ୍ପ ଥଣ୍ଡା ହୋଇ ଆକାଶରେ ବାଦଲ  ହୋଇଥାଏ ଏବଂ ବର୍ଷା ରୂପରେ  ପୁଣି ଭୂପୃଷ୍ଠକୁ ପଡ଼ିବା ପୂର୍ବରୁ ଏକ  ଦୀର୍ଘ ବାଟ ଅତିକ୍ରମ କରିଥାଏ । ଏହି  ପ୍ରକ୍ରିୟା ସ୍ୱାଭାବିକ ରହିଲେ ଜଳଚକ୍ର  ସନ୍ତୁଳିତ ଥିବା କୁହାଯାଏ । କିନ୍ତୁ  ଏବେ ଏହି ପ୍ରକ୍ରିୟାରେ ଅସ୍ୱାଭାବିକତା  ଦେଖାଦେଇଛି । ଜଳଚକ୍ର ଅସନ୍ତୁଳିତ  ହେବା ଯୋଗୁ ପ୍ରାୟ ୩୦୦ କୋଟି ଲୋକ  ପାଣି ଅଭାବ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ଜମିରେ ଫସଲ ଉଧଉ  ନ ଥିବାବେଳେ ସହର ବର୍ଷା ପାଣିରେ  ଉବୁଟୁବୁ ହେଉଛି।

ଅନ୍ତର୍ଜାତୀୟ ନେତୃତ୍ୱ  ଏବଂ ବିଶେଷଜ୍ଞ ସମୂହଙ୍କ ଜଳଆୟୋଗ ଏହି ରିପୋର୍ଟରେ କହିଛନ୍ତି ଯେ, ଯଦି  ଜଳଚକ୍ରରେ ଅସନ୍ତୁଳନକୁ ରୋକିବା ପାଇଁ ତତ୍କାଳ  ପଦକ୍ଷେପ ନିଆ ନ ଯାଏ ତେବେ ଏହାର ପରିଣାମ  ଭୟଙ୍କର ହେବ । ଜଳ ସଙ୍କଟ ଯୋଗୁ ବୈଶ୍ୱିକ  ଖାଦ୍ୟ ଉତ୍ପାଦନ ୫୦ ପ୍ରତିଶତକୁ ହ୍ରାସ ପାଇବାର  ଆଶଙ୍କା ରହିଛି । ୨୦୫୦ ସୁଦ୍ଧା ଦେଶଗୁଡ଼ିକର  ମୋଟ ଘରୋଇ ଉତ୍ପାଦ (ଜିଡିପି) ହାରାହାରି  ୮ ପ୍ରତିଶତ କମିପାରେ । ସେହିପରି କମ୍‌ ଆୟ  ବିଶିଷ୍ଟ ଦେଶଗୁଡ଼ିକର ଜିଡିପି ୧୫ ପ୍ରତିଶତ  ପର୍ଯ୍ୟନ୍ତ ଖସିପାରେ ବୋଲି ଅନୁମାନ କରଯାଇଛି । ଜଳବହୁଳ ଦେଶ ଭାରତ, ଚୀନ୍‌ ସମେତ ଦକ୍ଷିଣ  ଏବଂ ପୂର୍ବ ୟୁରୋପ ବହୁମାତ୍ରାରେ ପ୍ରଭାବିତ ହେବ । 

ଜଳଆୟୋଗର ସହ-ଅଧ୍ୟକ୍ଷ ତଥା ରିପୋର୍ଟର  ଲେଖକ ଜୋହାନ୍‌ ରକ୍‌ଷ୍ଟର୍ମ କହିଛନ୍ତି, ମାନବ  ଇତିହାସରେ ପ୍ରଥମ ଥର ପାଇଁ ଆମେ ବୈଶ୍ୱିକ  ଜଳଚକ୍ରକୁ ଅସନ୍ତୁଳିତ କରୁଛୁ । ସମସ୍ତ ମଧୁର  ପାଣିର ସ୍ରୋତ ହେଉଛି ବର୍ଷା, ଯାହା ଉପରେ ଏବେ  ଭରସା କରାଯାଇପାରିବ ନାହିଁ । ବିଶ୍ୱ ଜନସଂଖ୍ୟାର  ୧୦% ଗରିବ ଲୋକ ସେମାନଙ୍କ ଆବଶ୍ୟକତାର  ୭୦% ସମ୍ବଳ ପାଇଁ ଭୂତଳ ସଂଶାଧନ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ସମ୍ଭ୍ରାନ୍ତଶ୍ରେଣୀର  ଲୋକେ ହାରାହାରି ଭାବେ ଦିନକୁ ୪ ହଜାର ଲିଟର  ଜଳ ବ୍ୟବହାର କରୁଛନ୍ତି । କେବଳ ଆମେରିକାରେ  ମୌଳିକ ଆବଶ୍ୟକତା ପୂରଣ ପାଇଁ ଲୋକେ  ଦିନକୁ ହାରାହାରି ୫୦ରୁ ୧୦୦ ଲିଟର ପାଣି  ବ୍ୟବହାର କରୁଛନ୍ତି । ଏହାଦ୍ୱାରା ବହୁମାତ୍ରାରେ  ଜଳ ଅପଚୟ ହେଉଛି । ସେହିପରି ଜଳଚକ୍ର  ସନ୍ତୁଳନରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ବାଧା  ସୃଷ୍ଟି କରିଛି ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି । 

ଜଳବାୟୁ ବିଜ୍ଞାନୀ ତଥା ଇଂଲଣ୍ଡର ରିଡିଙ୍ଗ୍‌  ବିଶ୍ୱବିଦ୍ୟାଳୟର ପ୍ରଫେସର ରିଚାର୍ଡ ଏଲନ  କହିଛନ୍ତି, ମାନବଜନିତ କାର୍ଯ୍ୟକଳାପ ଉଭୟ ଭୂତଳ ଏବଂ ବାୟୁମଣ୍ଡଳର ସ୍ୱାଭାବିକତାକୁ ନଷ୍ଟ କରୁଛି ।  ଏଥିଯୋଗୁ ଜଳବାୟୁ କ୍ରମେ ଉଷ୍ଣ ହେବାରେ ଲାଗିଛି ।  ଆର୍ଦ୍ରତା ଏବଂ ଶୁଷ୍କତା ଉଭୟ ଚରମ ସୀମା ଆଡ଼କୁ  ଗତି କରୁଛି । ପବନ ଏବଂ ବର୍ଷାର ପାର୍ଟନ ବା ଢାଞ୍ଚା  ଅସନ୍ତୁଳିତ ହେବାରେ ଲାଗିଛି । ପ୍ରାକୃତିକ ସମ୍ବଳର ସୁପରିଚାଳନା ଏବଂ ପ୍ରଦୂଷଣ ହ୍ରାସ ଯୋଗୁ ଅନେକ  ମାତ୍ରାରେ ଏ ସବୁଥିରେ ସନ୍ତୁଳନ ରକ୍ଷା କରିହେବ  ବୋଲି ସେ ମତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.