ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଇସ୍ରାଏଲ ପଣବନ୍ଦୀଙ୍କୁ ବାହା ହେବାକୁ ଚାହୁଁଥିଲା ଆତଙ୍କବାଦୀ, ମୁଦି ପିନ୍ଧାଇ ଦେଇଥିଲେ ପ୍ରସ୍ତାବ... ହମାସ୍‌ କବଳରୁ ମୁକୁଳି ମହିଳା କଲେ ଖୁଲାସା

ତେଲ ଅଭିଭ,୨୭/୦୪: ଇସ୍ରାଏଲ ଉପରେ ଗତ ଅକ୍ଟୋବର ୭ରେ ହମାସ୍‌  ଆତଙ୍କବାଦୀ ଆକ୍ରମଣ କରିବା ସହ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ପଣବନ୍ଦୀ କରିଥିଲେ । ସେହି ପଣବନ୍ଦୀଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ହମାସ୍‌ର ଜଣେ ଆତଙ୍କବାଦୀ ବିବାହ କରିବାକୁ ଚାହୁଁଥିଲା ।ଏପରିକି ତାଙ୍କ ସହ ସମ୍ପର୍କ ରଖି ସନ୍ତାନ ଜନ୍ମ କରିବାକୁ ମଧ୍ୟ କହିଥିଲା । ହମାସ୍‌  କବଳରୁ ମୁକୁଳିଥିବା ଇସ୍ରାଏଲୀ ମହିଳା ନୋଗା  ବିସ୍‌(୧୮) ଏହି କଥା ସାମ୍‌ନାକୁ ଆଣିଛନ୍ତି । 

ଟାଇମ୍ସ  ଅଫ୍‌ ଇସ୍ରାଏଲର ରିପୋର୍ଟ ଅନୁସାରେ, ନୋଗା ୱେସ୍‌ ଗାଜାରେ ମାସାଧିକ କାଳ ହମାସ୍‌ କବଳରେ ରହିଥିଲେ । ଏହି ସମୟରେ ହମାସ୍‌ର ଜଣେ ଆତଙ୍କବାଦୀ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା । ଅପହରଣର ୧୪ ଦିନରେ ଆତଙ୍କବାଦୀ ତାଙ୍କୁ ଏକ ମୁଦି ଦେବା ସହ କହିଥିଲା ଯେ, ସମସ୍ତଙ୍କୁ ଛାଡ଼ି ଦିଆଯିବ । କିନ୍ତୁ ନୋଗାଙ୍କୁ ସେ ବିବାହ କରିବ ଏବଂ ନୋଗା ତାଙ୍କ ସନ୍ତାନକୁ ଜନ୍ମ ଦେବେ । ଏଥିରେ  ନୋଗା ଭୟଭୀତ ହୋଇପଡ଼ିଥିଲେ । ଆତଙ୍କୀ  ତାଙ୍କୁ ବିବାହ ପ୍ରସ୍ତାବ ଉପରେ ଜବାବ ମାଗିଥିଲା ।  ଏଥିରେ ନୋଗା ହସି ହସି ମୁଣ୍ଡ ହଲାଇଥିଲେ । କାରଣ ତାଙ୍କର ଭୟ ଥିଲା ଯେ ଯଦି ଏଥିପାଇଁ ସେ ମନା କରନ୍ତି ତେବେ ଆତଙ୍କବାଦୀ ତାଙ୍କୁ ଗୁଳି  କରିଦେବେ । ପରେ ହମାସ୍‌ ଆତଙ୍କବାଦୀ ନୋଗାଙ୍କୁ ତାଙ୍କ ମା’ଙ୍କ ସହ ଭେଟ କରାଇଥିଲେ । ନୋଗାଙ୍କ  ସହ ତାଙ୍କ ମା’ଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ସେଠାରେ ଆତଙ୍କବାଦୀ ନୋଗାଙ୍କ ମା’ଙ୍କୁ ତାଙ୍କ ହାତ ମାଗିଥିଲା । 

ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ନୋଗାଙ୍କୁ  କହିଥିଲେ ଯେ, ସେହି ଆତଙ୍କୀ ଜଣକ ନୋଗାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ଗତ ନଭେମ୍ବରରେ ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ହେବାବେଳେ ନୋଗା  ଏବଂ ତାଙ୍କ ମା’ଙ୍କୁ ହମାସ୍‌ ମୁକ୍ତ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.