ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦଶହରାରେ ବଳି ଚିନ୍ତା, ଦେଶୀ ଗଞ୍ଜା ଗୋଟା ହଜାରେ

Published By : Rasmita Pradhan | October 10, 2024 1:58 PM

ଗୁଣପୁର, ୧୦/୧୦ : ଚାରିଆଡ଼େ ପାର୍ବଣର ମାହୋଲ । ବିଭିନ୍ନ ସ୍ଥାନରେ ଚାଲିଛି ନବରାତ୍ର ପୂଜା । ଆଉ ଦୁଇଦିନ ପରେ ଦଶହରା । ଏହି ପରିପ୍ରେକ୍ଷୀରେ ଏବେଠୁ ହିଁ ଦଶହରା ବଳି ପାଇଁ ଚିନ୍ତା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ବଜାରରେ ଦେଶୀ ଗଞ୍ଜାର ଅହେତୁକ ଦର ବୃଦ୍ଧି ହୋଇଛି । ଗୋଟିଏ ଦେଶୀ ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । 

ଗୁଣପୁରରେ ଦଶହରାରେ ବଳିପୂଜା ପ୍ରଥା ଆଜିବି ରହିଛି । କେଉଁଠି ବୋଦା ତ ଆଉ କେଉଁଠି କୁକୁଡ଼ା ବଳି ଦିଆଯାଉଛି । ଗାଡ଼ି ମୋଟରଠାରୁ ଆରମ୍ଭ କରି ବିଭିନ୍ନ କାରଖାନା ପୂଜାରେ ବଳି ପକାଯାଉଛି । ସୁବିଧା ଦୃଷ୍ଟିରୁ ଅଧିକାଂଶ ଲୋକ କୁକୁଡ଼ା ବଳି ଦେବାକୁ ଅଧିକ ପସନ୍ଦ କରୁଛନ୍ତି । ଗ୍ରାମାଞ୍ଚଳ ଓ ଡଙ୍ଗର ଅଞ୍ଚଳରୁ ସକାଳ ହେଲେ ସହରକୁ ଶତାଧିକ ଗଞ୍ଜା ଆସୁଛି । ଦର ବୃଦ୍ଧି ସତ୍ତ୍ଵେ କ୍ଷଣିକରେ ବିକ୍ରି ହୋଇଯାଉଛି । ଏକ କେଜିଠାରୁ କମ୍‌ ଓଜନର ଗଞ୍ଜା ଗୋଟାକ ହଜାରେ ଟଙ୍କାରେ ବିକ୍ରି ହେଉଛି । ଦଶହରା ପରେ ପିକନିକ୍‌ ଋତୁ ଆରମ୍ଭ ହେବ । ତେଣୁ ଦେଶୀ କୁକୁଡ଼ା ଦର ଆହୁରି ଉପରମୁହାଁ ହେବାର ସମ୍ଭାବନା ଥିବା ବ୍ୟବସାୟୀମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.