ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମନ୍ଦିରରେ ବିବାହ କଲେ ହିମାଶଂ କୋହଲି, ଆସିଲା ଫଟୋ

Published By : Ankita S | November 13, 2024 10:36 AM

ନୂଆଦିଲ୍ଲୀ ,୧୩/୧୧: ବଲିଉଡରେ ଆରମ୍ଭ ହୋଇଛି ବିବାହ ଋତୁ । ଫିଲ୍ମ ୟାରିଆର ଅଭିନେତା  ହିମାଂଶ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିନି କୋହଲିଙ୍କୁ ଜୀବନ ସାଥୀ କରିଛନ୍ତି  ହିମାଂଶ। ଦିଲ୍ଲୀର ଏକ ମନ୍ଦିରରେ ସାତ ଫେରା ନେଇ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି । ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ବଲିଉଡର ଜଣାଶୁଣା ଅଭିନେତା ହିମାଂଶ କୋହଲି ତାଙ୍କ ସ୍ବପ୍ନର ନାୟିକା ବିନି କୋହଲିଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ମନ୍ଦିରରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହର କିଛି ଫଟୋ ସାମ୍ନାକୁ ଆସିଛି । ଏହା ପରେ ନବ ବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ହିମାଂଶଙ୍କ ପତ୍ନୀଙ୍କ ବିଷୟରେ କିଛି ଅଧିକ ସୂଚନା ମିଳି ନାହିଁ । ସେ ବଲିଉଡରେ ଅଂଶ ନୁହଁନ୍ତି । ଉଭୟଙ୍କର ଆରେଞ୍ଜ ମ୍ୟାରେଜ ହୋଇଛି। ଫିଲ୍ମ ୟାରିୟା ପରେ ରାଞ୍ଚି ଡାଏରୀ ଓ ଜିନା ଇସିକା ନାମ ହେ ଚଳଚ୍ଚିତ୍ରରେ ହିମାଂଶଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା।

କହି ରଖୁଛୁ କି ବଲିଉଡ କଣ୍ଠଶିଳ୍ପୀ ନେହା କକ୍କରଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚଚ୍ଚ୍ଚା ହେଉଥିଲା।  ଉଭୟ ବିବାହ କରିବାକୁ ଯୋଜନା କରୁଥିଲେ, କିନ୍ତୁ ଏହା ପୂର୍ବରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.