ନୂଆଦିଲ୍ଲୀ,୯।୧: ଚୀନ୍‌ରୁ ଆସି ଏବେ ଭାରତରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଏଚ୍‌ଏମ୍‌ପିଭି ଭାଇରସ୍। ଭାରତରେ ଏପର୍ଯ୍ୟନ୍ତ ୯ଟି ସଂକ୍ରମଣ ମାମଲା ମିଳିସାରିଛି। ତେବେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଜଣେ ମହିଳାଙ୍କ ନିକଟରେ ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ଏହାପରେ ତାଙ୍କୁ ବଳରାମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସାମ୍ପଲ ଲ୍ୟାବ୍‌କୁ ଟେଷ୍ଟିଂ ପାଇଁ ପଠାଯାଇଥିଲା।  ଟେଷ୍ଟିଂ  ପରେ ରିପୋର୍ଟ ପଜିଟିଭ ଆସିଛି। 

ମିଳିଥିବା ସୂଚନା ଅନୁସାରେ, ୬୦ ବର୍ଷୀୟ ମହିଳାଙ୍କ ନିକଟରେ ଥଣ୍ଡା, ସର୍ଦ୍ଦି ସହ ଭାଇରସ୍‌ର ସମସ୍ତ ଲକ୍ଷଣ ଦେଖାଦେବା ରେ। ତାଙ୍କୁ କେଜିଏମ୍‌ୟୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜ୍ବର ଏବଂ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଅନ୍ୟ ରୋଗୀଙ୍କ ସହ ଡାକ୍ତର ପ୍ରାଥମିକ ଉପଚାର ପରେ ମହିଳାଙ୍କୁ ବଳରାମପୁର ହସ୍ପିଟାଲ ରେଫର କରି କରିଥିଲେ। ତାଙ୍କର ବ୍ଲଡ ସାମ୍ପଲ ଯାଞ୍ଚ ପାଇଁ ଏକ ପ୍ରାଇଭେଟ୍‌ ହସ୍ପିଟାଲକୁ ପଠା ଯାଇଥିଲା। ଏବେ ରିପୋର୍ଟ ପିଜିଟିଭ ଆସିଛି। 

ଏପର୍ଯ୍ୟନ୍ତ ଦେଶରେ ଏଚ୍‌ଏମ୍‌ପିଭି ଭାଇରସ୍‌ର ୯ଟି ମାମଲା ମିଳିସାରିଛି। ତାମିଲନାଡୁରେ ୨, କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଓ ଗୁଜରାଟରେ ୨ ଜଣଙ୍କୁ ଏଚଏମପିଭି ହୋଇଥିବା ସୂଚନା ମିଳିଛି। HMPV କୁ ବହୁ ରାଜ୍ୟରେ ଏସଓପି ଓ ଗାଇଡଲାଇନ୍ସ ଜାରି କରାଯାଇଛି।