ଭୁବନେଶ୍ୱର/ରାଉରକେଲା,୧୬/୦୧: କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ହାରିବା ପରେ ଶେଷରେ ଶ୍ରାଚୀ ରାହ ବେଙ୍ଗଲ  ଟାଇଗର୍ସ ଚଳିତ ଏଚ୍‌ଆଇଏଲରେ  ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଛି ।  ବୁଧବାର ଦଳ ୫-୨ ଗୋଲରେ ୟୁପି  ରୁଦ୍ରସକୁ ପରାଜିତ କରିଥିଲା ।  

ସଂପୂର୍ଣ୍ଣ ମ୍ୟାଚ୍‌ରେ ବେଙ୍ଗଲ  ଟାଇଗର୍ସ ପ୍ରଭାବ ବିସ୍ତାର କରି ଖେଳିଥିଲା । ପ୍ରଥମ କ୍ୱାର୍ଟରରେ ୮,୧୦ ଓ  ୧୪ ମିନିଟରେ ଗୋଲ୍‌ ଦେଇ ୩-୦ରେ  ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ  କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା ।  ୩୩ ଓ ୪୬ ମିନିଟରେ ପୁଣି ଦଳ ଆଉ  ୨ଟି ଗୋଲ୍‌ ଦେଇଥିଲା । 

ଅନ୍ତିମ କ୍ୱାର୍ଟରର ୪୭ ଓ  ୫୧ ମିନିଟରେ ୟୁପି ରୁଦ୍ରସ  ୨ଟି ଗୋଲ୍‌ ସ୍କୋର କରିଥିଲା।  କିନ୍ତୁ ପରେ ଆଉ ଦଳ ଅଧିକ ସୁଯୋଗ ପାଇନଥିଲା । ଶେଷ ୯ ମିନିଟରେ ଟାଇଗର୍ସ  ମଧ୍ୟ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଗୋଲ ହୋଇନଥିଲା । ପରିଶେଷରେ ବେଙ୍ଗଲ ଟାଇଗର୍ସ ୫-୨ ଗୋଲରେ  ବିଜୟୀ ହୋଇ ପୂରା ପଏଣ୍ଟ ହାସଲ  କରିଥିଲା । ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ  ଦଳ ମୋଟ୍‌ ୧୨ ପଏଣ୍ଟ ପାଇ ଟେବୁଲର  ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।