ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରୋଷେଇ ଘରେ କାଠର ଉପକରଣ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ସଫା କରିବାର ଉପାୟ...

Published By : Rasmita Pradhan | November 7, 2024 3:16 PM

ଭୁବନେଶ୍ଵର, ୦୭/୧୧ : ଆଜିକାଲି ପ୍ରାୟ ମହିଳା ରୋଷେଇ ଘରେ କାଠର ଉପକରଣ ବ୍ୟବହାର କରୁଛନ୍ତି । କିନ୍ତୁ ଏହାକୁ ସଫା କରିବାକୁ ନେଇ ପ୍ରାୟ ସମୟ ଚିନ୍ତାରେ ରହିଥାନ୍ତି । ରୋଷେଇ ଘର ବାସନକୁ ସଫା କରିବା ପରେ ଏହାକୁ ଆମେ ତୁରନ୍ତ ଆଲମାରୀରେ ରଖି ଦେଇଥାଉ । କିନ୍ତୁ କିଛି ସମୟ ପରେ ବାହାର କରି ଦେଖିବା ବେଳକୁ ଏଥିରେ ଦାଗ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ କାଠ ବାସନରେ ବେଶି ଦେଖାଯାଇଥାଏ । କାରଣ ଏହା ଶୁଖିବା ସମୟରେ ଆର୍ଦ୍ରତା ଯୋଗୁ ଦାଗ ସୃଷ୍ଟି ହୋଇଥାଏ । ପରେ ଏହାକୁ ସଫା କରିବା କଷ୍ଟ ହୋଇଥାଏ । ଏହି ଦାଗ ପ୍ରାୟତଃ କାଠ ଚାମଚ ବା ବାସନରେ ଦେଖିବାକୁ ମିଳିଥାଏ । କେବେ କେବେ ଏହି ଦାଗ ଯୋଗୁ କାଠ ବାସନ ନଷ୍ଟ ହୋଇଯାଇଥାଏ । ତେଣୁ ଏହାକୁ ଠିକ୍‌ ଉପାୟରେ ସଫା କରିବା ଆବଶ୍ୟକ, ଯାହା ଫଳରେ ଏହା ସଫା ରହିବା ସହ ଦୀର୍ଘାୟୁ ହୋଇଥାଏ । ଚାଲନ୍ତୁ ଦେଖିବା ୧୦ ମିନିଟ୍‌ରେ କିପରି ସଫା କରିବେ କାଠ ବାସନ । 

ଗରମ ପାଣିରେ ଭିଜାନ୍ତୁ: କାଠ ବାସନକୁ ସଫା କରିବା ପାଇଁ ଗରମ ପାଣିର ବ୍ୟବହାର କରିପାରିବେ । ଫଳରେ ସେଥିରେ ଲାଗିଥିବା ତେଲ ଭଲ ଭାବେ ସଫା ହୋଇଥାଏ । ସବୁ କାଠ ବାସନକୁ ଏକ ପାତ୍ରରେ ଗରମ ପାଣି ଦେଇ ଭିଜାଇ ନିଅନ୍ତୁ । କିଛି ସମୟ ପରେ ସ୍ପଞ୍ଜ ସାହାଯ୍ୟରେ ଏହାକୁ ସଫା କରି ନିଅନ୍ତୁ । 

ଲୁଣରେ ସଫା କରିପାରିବେ: ଲୁଣ କାଠ ଚାମଚକୁ ସଫା କରିବାରେ ବହୁତ ସାହାଯ୍ୟ କରିଥାଏ । ଏକ ପାତ୍ରରେ ପାଣି ଦେଇ ଲୁଣ ପକାଇ ଫୁଟାଇ ନିଅନ୍ତୁ । ପରେ ଏହି ପାଣିରେ କାଠ ବାସନକୁ ବୁଡାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ପାଣିରୁ କାଢି ହାଲ୍‌କା ଖରାରେ ପକାଇ ଦିଅନ୍ତୁ । ଫଳରେ କାଠ ବାସନ ଚକାଚକ୍‌ ହୋଇଯିବ । 

ବେକିଂ ସୋଢା କରିପାରିବେ ବ୍ୟବହାର: କାଠ ବସନକୁ ସଫା କରିବା ପାଇଁ ବେକିଂ ସୋଢାର ବ୍ୟବହାର କରିପାରିବେ । ପ୍ରଥମେ ବେକିଂ ସୋଢା ଓ ଲେମ୍ବୁ ରସର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ କାଠ ବାସନରେ ଦାଗ ଥିବା ଅଂଶକୁ ବୁଡାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପରେ ଏହାକୁ ଏଥିରୁ ବାହାର କରି ଖାଲି ପାଣିରେ ବୁଡାଇ ସଫା କରି ନିଅନ୍ତୁ । ଏବେ ଏହାକୁ ଭଲ ଭାବେ ପୋଛି ଶୁଖାଇ ଦିଅନ୍ତୁ । ସେହିପରି ସିର୍‌କା ମଧ୍ୟ ବ୍ୟବହାର କରିପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.