ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ୟାରେଣ୍ଟିଂ: ପିଲାଙ୍କୁ ରାଗନ୍ତୁନି, ବୁଝାନ୍ତୁ...

Published By : Harapriya Sethi | May 2, 2025 9:10 AM

ପିଲା ଜିଦିଆ ହେବା ସହ ରାଗିବା କିମ୍ବା କନ୍ଦାକଟା କରି ଉଚ୍ଛନ କରିବା ଦ୍ୱାରା ବାପାମା’ ଖୁବ୍‌ ଚିନ୍ତାରେ ରହିଥାନ୍ତି । କେବେ କେବେ ପିଲାର ଜିଦି ଆଗରେ ବାପମା’ହାର୍‌ ମାନିବାକୁ ବାଧ୍ୟ ହୋଇଥାନ୍ତି । ଆପଣ ଚାହିଁଲେ ବିନା ଗାଳି ଦେଇ ପିଲାକୁ ବହୁତ କିଛି ବୁଝାଇପାରିବେ । ବିନା ରାଗିବାରେ ପିଲାକୁ କୌଣସି କାମ ପାଇଁ ମନା କରିପାରିବେ । ଅନୁଶାସନ ଲାଳନପାଳନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତା'ର ପ୍ରତ୍ୟେକ କଥାକୁ ମାନି ନେବା ମଧ୍ୟ ଠିକ୍‌ ନୁହେଁ । ପିଲାମାନଙ୍କୁ କୌଣସି ଜିନିଷ ବିଷୟରେ ବୁଝାଇବା କିମ୍ବା ମନା କରିବା ସେତେଟା ସହଜ ନୁହେଁ । ବିଶେଷକରି କୌଣସି ଜିନିଷକୁ ମନା କରିବା ଦ୍ୱାରା ପିଲା ରାଗିବା ସହ କାନ୍ଦିବାରେ ଲାଗିଥାଏ । ତେଣୁ ପିଲାକୁ କୌଣସି ଜିନିଷ ବିଷୟରେ ମନା କରିବା ସମୟରେ ବୁଝାଇବାକୁ ଚେଷ୍ଟା କରନ୍ତୁ । ବିନା ରାଗ ଓ ଗାଳିରେ ମଧ୍ୟ ଆପଣ ପିଲାକୁ କୌଣସି ଜିନିଷ ପାଇଁ ମନା କରିପାରିବେ । 

ସକାରାତ୍ମକ ଭାବେ କଥା-

ଯଦି ଆପଣ ପିଲାର ଜିଦିକୁ ସିଧାସଳଖ ମନା କରୁଛନ୍ତି, ତେବେ ସେ ହୁଏତ ରାଗିପାରେ । ତେଣୁ ସକାରାତ୍ମକ ଢଙ୍ଗରେ ଯେପରିକି ‘ଆଜି ତୋ ପାଇଁ ଏସବୁ କିଣି ପାରିବିନି । କାରଣ ପୂର୍ବରୁ ଆହୁରି ଅନେକ କିଛି କିଣିବାକୁ ଯୋଜନା ରହିଛି’ । ଏପରି କହି ପିଲାର ମନକୁ ଭୁଲାଇପାରିବେ ।

ବୁଝାନ୍ତୁ, କିନ୍ତୁ ସ୍ନେହରେ ଯଦି ପିଲାକୁ କୌଣସି ଜିନିଷ ପାଇଁ ମନା କରିବାର ଥାଏ, ତେବେ ତା’ ମନର ସ୍ଥିତିକୁ ବୁଝି ବିନମ୍ରତା ଓ ସ୍ନେହର ସହ ନିଜର କଥା କୁହନ୍ତୁ । ଉଦାହରଣ ‘ମୁଁ ଜାଣିଛି ତୁ ଏହାକୁ ନେଇ ଖୁବ୍‌ ଉତ୍ସାହିତ କିନ୍ତୁ ଆମକୁ ଏବେ ଅନ୍ୟ କାମ ପୁରା କରିବାର ଅଛି । ପରେ ଏହାକୁ କଲେ ଚଳିଯିବନି’ । ଏପରି କହିବା ଦ୍ୱାରା ପିଲା ବୁଝିବା ସହ ନିଜକୁ ଗୁରୁତ୍ୱ ମିଳୁଛି ବୋଲି ଭାବିଥାଏ । 

ପିଲା ସହ ଖୋଲା ଭାବେ କଥା ହୁଅନ୍ତୁ ପିଲା ସହ ଖୋଲାଖୋଲି ଭାବେ କଥା ହୁଅନ୍ତୁ । କୌଣସି ଜିନିଷ ମନା କରିବାକୁ ଚାହୁଁଥିଲେ, ତାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଯଦି ପିଲା ଆପଣଙ୍କ କଥାକୁ ଠିକ୍‌ ଭାବେ ଅନୁଭବ କରିବ, ତେବେ ସହଯୋଗ ନିଶ୍ଚୟ କରିବ । ପିଲାର ଧ୍ୟାନ ହଟାନ୍ତୁ ଯଦି କୌଣସି ଜିନିଷ ଉପରେ ପିଲାର ମନ ଅଟକିଯାଇଥାଏ, କିନ୍ତୁ ଆପଣ ଚାହୁଁନାହାନ୍ତି, ତେବେ ସେହି ଜିନିଷ ଉପରୁ ପିଲାର ନଜର ହଟାଇ ଅନ୍ୟ ଆଡକୁ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଅନେକ ସମୟରେ ପିଲାର ରୁଚି ବଦଳି ଯାଇଥାଏ । 

ବୁଝିବିଚାରି ଶବ୍ଦର ପ୍ରୟୋଗ କରନ୍ତୁ ପିଲାଙ୍କୁ କିଛି କହିବା ସମୟରେ ନିଜ ଶବ୍ଦକୁ ବୁଝିବିଚାରି କହିବା ଆବଶ୍ୟକ । ପିଲାକୁ ଏମିତି କଥା କୁହନ୍ତୁ, ଯେପରି ସେ ତାକୁ ସହଜରେ ଗ୍ରହଣ କରିପାରିବ । ଯେପରିକି ‘ଆମେ ଏବେ ଏହାକୁ କରିପାରିବାନି, କିନ୍ତୁ ଆଗାମୀ ସପ୍ତାହରେ ନିଶ୍ଚୟ କରିବା ।’ନିଜର ଉଦାହରଣ ଦିଅନ୍ତୁ ପିଲାକୁ କୌଣସି ଜିନିଷ ବିଷୟରେ ମନା କରିବା ସମୟରେ ନିଜେ କିପରି ଅଭାବ ଅସୁବିଧାରେ ଚଳିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ସେସବୁ ଇଚ୍ଛା ପୂରଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.