ନୂଆଦିଲ୍ଲୀ, ୨୪/୧୧ : ଅଭିଷେକ ବଚ୍ଚନ – ଶୁଜିତ ସରକାର ମିଶି ଦର୍ଶକଙ୍କ ଲାଗି ଏକ ବହୁତ ଭଲ ଫିଲ୍ମ ‘ଆଇ ଓ୍ବାଣ୍ଟ ଟୁ ଟକ’ ଥିଏଟର୍ସକୁ ଆଣିଛନ୍ତି । ଫିଲ୍ମର ପ୍ରଥମ ଦିନର କଲେକ୍ସନ ବହୁତ କମ୍ ଥିଲା । କିନ୍ତୁ ଯେଭଳି ଭାବେ ଫିଲ୍ମ ଥିଏଟର୍ସରେ ତାର ଯାତ୍ରା କରିଚାଲିଛି ସେହିଭଳି ଭାବେ ଫିଲ୍ମର କଲେକ୍ସନ ବି ବୃଦ୍ଧି ହେଉଥିବା ଦେଖାଯାଉଛି । ଫିଲ୍ମର ସ୍ଲୋ ଓପନିଂ ଥିଲା । ଓପନିଂ ଡେରେ ଫିଲ୍ମ ପ୍ରଥମେ କେବଳ ୨୫ଲକ୍ଷ କଲେକ୍ସନ କରିଥିଲା । ମାତ୍ର ଆଗାମୀ ଦିନରେ ଫିଲ୍ମର କଲେକ୍ସନରେ ବୃଦ୍ଧି ହୋଇଛି । ଫିଲ୍ମର ଆଜିର କଲେକ୍ସନ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ ଓପନିଂ ଡେରେ ୨୫ଲକ୍ଷ କଲେକ୍ସନ ପରେ ଫିଲ୍ମର ଦ୍ବିତୀୟ ଦିନ କଲେକ୍ସନରେ ୧୦୮ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଫିଲ୍ମ ଦ୍ବିତୀୟ ଦିନ ୫୨ଲକ୍ଷ ଟଙ୍କା କଲେକ୍ସନ କରିଛି । ଫିଲ୍ମ ଆଜି ତଥା ତୃତୀୟ ଦିନ ରାତି ୮ଟା ସମୟରେ ୩୪ଲକ୍ଷ ଟଙ୍କା କଲେକ୍ସନ କରିଛି । ଫିଲ୍ମର ମୋଟ କଲେକ୍ସନ ୧.୧୧କୋଟି ହୋଇସାରିଛି । ମାତ୍ର ଏହି ସଂଖ୍ୟା ଫାଇନାଲ ନୁହେଁ । ଏବେ ଏଥିରେ ପରିବର୍ତ୍ତନ ବି ହୋଇପାରେ। ଅଭିଷେକ ବଚ୍ଚନଙ୍କ ଫିଲ୍ମର ଦେଶସାରା କେବଳ ୮୦୦ଶୋ ରହିଛି ।