ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଏହି ବ୍ୟାଙ୍କର ଆପ୍‌ରେ ବଡ଼ ଟେକ୍ନିକାଲ ସମସ୍ୟା: ୧୭ ହଜାର କ୍ରେଡିଟ୍ କାର୍ଡ ଡିଟେଲ୍ସ ଲିକ୍, ବ୍ୟାଙ୍କ ନେଲା ଆକ୍ସନ

ନୂଆଦିଲ୍ଲୀ,୨୫।୪: ପ୍ରାଇଭେଟ୍ ସେକ୍ଟରରେ ଆଇସିଆଇସିଆଇ ବ୍ୟାଙ୍କ ୟୁଜରଙ୍କୁ ଆଇ-ମୋବାଇଲ ପେ ଆପ୍‌ ଟେକ୍ନୋଲୋଜିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ନିକଟରେ କିଛି ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆପ୍‌ରେ ସମସ୍ୟା ନେଇ ଅଭିଯୋଗ କରିଥିଲେ। କିଛି ୟୁଜରଙ୍କ କହିବା ଅନୁସାରେ, ସେମାନେ ଆପ୍‌ରେ ନିଜ କ୍ରେଡିଟ୍ କାର୍ଡ ବିବରଣୀକୁ ଦେଖି ପାରୁନାହାନ୍ତି। ସେଭଳି କିଛି ୟୁଜରଙ୍କ ମତରେ ଅନ୍ୟ କ୍ରେଡିଟ୍ କାର୍ଡର ସେନସିଟିଭିଟି ଇନଫରମେସନ୍ ଆଦି ଦେଖି ପାରୁଛନ୍ତି।

ଟେକ୍ନୋଫିନୋର ଫାଉଣ୍ଡର ସୁମନ୍ତ ମଣ୍ଡଳ ଏହି ପ୍ରସଙ୍ଗରେ ତୁରନ୍ତ ସମାଧାନ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)କୁ ଟ୍ୟାଗ୍ କରିଛନ୍ତି। ସେ କହିଛନ୍ତି ବହୁ ୟୁଜର ନିଜର ଆଇ-ମୋବାଇଲ ପେ ଆପ୍‌ରେ ଅନ୍ୟ ଗ୍ରାହକଙ୍କ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ  ଦେଖିପାରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ଆପ୍‌ରେ କ୍ରେଡିଟ୍ କାର୍ଡ ନମ୍ବର, ଏକ୍ସପାଏରୀ ଡେଟ୍ ଓ ସିଭିଭି ଦେଖା ଯାଇଥାଏ। ଏଭଳି ସ୍ଥିତିରେ ଠକେଇ ହେବାର ଆଶଙ୍କା ବଢି ଯାଉଛି। ୟୁଜରଙ୍କ କାର୍ଡ ଡିଟେଲ୍ ଜରିଆରେ ଫ୍ରଡ ଟ୍ରାଞ୍ଜାକସନ୍ କରାଯାଇପାରେ। ସୁମନ୍ତ ମଣ୍ଡଳ ଏହା ମଧ୍ୟ କହିଛନ୍ତି ଯେ, ନିଜକୁ ସୁରକ୍ଷିତ ରଖିବାର ସବୁଠାରୁ ଭଲ ପ୍ରଣାଳୀ ହେଉଛି ନିଜ କାର୍ଡକୁ ବ୍ଲକ କରିବା କିମ୍ବା ବଦଳାଇ ଦେବା।

ଆଇସିଆଇସିଆଇ ବ୍ୟାଙ୍କ ହିନ୍ଦୁସ୍ତାନ ଟାଇମ୍ସକୁ କହିଛି, ଆମ ଗ୍ରାହକ ଆମର ସର୍ବୋଚ୍ଚ ପ୍ରାଥମିକତା ଓ ଆମେ ତାଙ୍କ ହିତ ରକ୍ଷା ପାଇଁ ସମର୍ପିତ ରହିଛୁ। ଗତ କିଛି ଦିନ ହେବ ଜାରି ରହିଥିବା ପ୍ରାୟ ୧୭୦୦୦ ନୂଆ କ୍ରେଡିଟ୍ କାର୍ଡ ଭୁଲ ଭାବରେ ଆମ ଡିଜିଟାଲ ଚ୍ୟାନେଲରେ ଭୁଲ ୟୁଜର୍ସଙ୍କ ପାଇଁ ମ୍ୟାପ୍ କରିଦେଇଥିଲେ।ଏହି ବ୍ୟାଙ୍କ କ୍ରେଡିଟ୍ କାର୍ଡ ପୋର୍ଟୋଫୋଲିଓର ପ୍ରାୟ ୦.୧% ଅଂଶ ଅଟେ। ଆମେ ଏହି କାର୍ଡକୁ ବ୍ଲକ କରିଦେଇଥିଲୁ ଓ ଗ୍ରାହକଙ୍କୁ ନୂଆ କାର୍ଡ ଜାରି କରୁଛି। ସମସ୍ୟା ପାଇଁ ଆମେ ଦୁଃଖିତ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.