ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯଦି ଟିମ୍ ଇଣ୍ଡିଆ ବାହାରି ଯିବ, ତେବେ କେଉଁ ଦେଶ ମଧ୍ୟରେ ଖେଳାଯିବ WTC ଫାଇନାଲ ?

Published By : Gurupada Nath | October 27, 2024 12:37 PM

ନୂଆଦିଲ୍ଲୀ, ୨୭/୧୦ : ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତର ଦୁଇ ଟେଷ୍ଟ ହାରି ଟିମ୍ ଇଣ୍ଡିଆ ସିରିଜ ହରେଇ ସାରିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ମ୍ୟାଚର ଟେଷ୍ଟ ସିରିଜ ଖେଳାଯାଉଛି । ସିରିଜରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ଜିତି ବିଜୟ ହାସଲ କରିଛି । ଏବେ ଟେ‌ଷ୍ଟ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ୍ ପୂର୍ବରୁ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି କ’ଣ ଏବେ ଟିମ୍ ଇଣ୍ଡିଆ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିପାରିବ ନାହିଁ ? ଯଦି ଏଭଳି ହୁଏ ତେ‌ବେ କେଉଁ ଦୁଇ ଟିମ୍ ଫାଇନାଲରେ ସ୍ଥାନ ପକ୍କା କରି‌ବେ ? ଆସନ୍ତୁ ଜାଣିବା । 

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ବର୍ଷରେ ଫାଇନାଲ ଲାଗି ଅଷ୍ଟେ୍ରଲିଆ ଟିମ୍ ସବୁଠାରୁ ବଡ଼ ଦାବିଦାର ଅଟେ । କଙ୍ଗାରୁ ଟିମ୍ ପଏଣ୍ଟ୍ସ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ଟିମ୍ ଏବେ ପର୍ଯ୍ୟନ୍ତ ଏହି ଚକ୍ରରେ ୧୨ମ୍ୟାଚ ଖେଳି ସାରିଛି । ଯେଉଁଥିରେ ୮ରେ ବିଜୟ ହୋଇଥିବାବେଳେ ୩ପରାଜୟ ହୋଇଛି ଏବଂ ୧ ଡ୍ରରେ ଶେଷ ହୋଇଛି । ବର୍ତ୍ତମାନ ସ୍ଥିତିରେ ଅଷ୍ଟେ୍ରଲିଆର ବଜିୟ ପ୍ରତିଶତ ୬୨.୫୦ରହିଛି । ଯାହା ଟିମ୍ ଇଣ୍ଡିଆଠାରୁ ଅଳ୍ପ କମ୍ ଅଟେ । ଟିମ୍ ଇଣ୍ଡିଆ ବର୍ତ୍ତମାନ ସ୍ଥିତିରେ ବିଜୟ ପ୍ରତିଶତ ୬୨.୮୨ରହିଛି । ଟିମ୍ ଇଣ୍ଡିଆ ବାହାରିବା ଅବସ୍ଥାରେ ରହିଛି । ଦ୍ବିତୀୟ ସ୍ଥାନରେ ରହିବା ଏବଂ ବିଜୟ ପ୍ରତିଶତ ରହିବା କାରଣରୁ ଅଷ୍ଟେ୍ରଲିଆ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବାକୁ ପ୍ରବଳ ଦାବିଦାର ଅଟେ ।

ଟିମ୍ ଇଣ୍ଡିଆ ଏବେ କ୍ବାଲିଫାଇ ନ କରିବା ଦ୍ବାର ଦେଶରେ । ଅଷ୍ଟେ୍ରଲିଆ ସହ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଦ୍ବିତୀୟ ଟିମ୍ ଶ୍ରୀଲଙ୍କା କିମ୍ବା ନ୍ୟୁଜିଲାଣ୍ଡ ହୋଇପାରେ । ବର୍ତ୍ତମାନର ସ୍ଥିତିରେ ଶ୍ରୀଲଙ୍କା ପଏଣ୍ଟ୍‌ସ ଟେବୁଲରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.