ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

‘ନୋଟା’କୁ ସର୍ବାଧିକ ଭୋଟ ମିଳିଲେ ହେଉ ଦ୍ବିତୀୟ ଥର ନିର୍ବାଚନ, ପ୍ରାର୍ଥୀଙ୍କୁ କରାଯାଉ ବ୍ୟାନ୍‌: ସୁପ୍ରିମକୋର୍ଟରେ ନୂଆ ଆବେଦନ

ନୂଆଦିଲ୍ଲୀ,୨୬।୪:  ନିର୍ବାଚନରେ ଇଭିଏମ୍‌ରୁ ଭୋଟିଂ ପରେ ୧୦୦ ପ୍ରତିଶତ  ଭିଭିପିଏଟି ଯାଞ୍ଚ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।ଏହା ଭିତରେ ଆଉ ଏକ ଆବେଦନର ସୁପ୍ରିମକୋର୍ଟରେ ପହଁଞ୍ଚିଛି, ଯେଉଁଥିରେ ଦାବି ହେଉଛି ଯେ, ଯଦି କୌଣସି ଆସନରେ ସବୁଠାରୁ ଅଧିକ ଭୋଟ୍ ନୋଟାର ଥାଏ ତେବେ ଦ୍ବିତୀୟ ଥର ନିର୍ବାଚନ କରାଯିବ। ଏହା ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଏହି କଥା ନିର୍ବାଚନ ପକ୍ରିୟାକୁ ନେଇ ରହିଛି। ଏଭଳି ସ୍ଥିତିରେ ଆମେ ଦେଖୁଛୁ ଯେ, ନିର୍ବାଚନ କମିଶନ କ’ଣ ଜବାବ ଦେଉଛନ୍ତି।’ ଏହି ଟିପ୍ପଣୀ ଦେଇ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ  କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି ଓ ଜବାବ୍ ମାଗିଛନ୍ତି।

ଏହି ଜନସ୍ବାର୍ଥ ମାମଲାର ଆବେଦନ ମୋଟିଭେସନାଲ ସ୍ପିକର ଓ ଲେଖକ ଶିବ ଖେଡାଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ଖେଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଚର୍ଚ୍ଚା କରି ଓକିଲ ଗୋପାଳ ଶଙ୍କର ନାରାୟଣ କହିଛନ୍ତି, ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ଯାହା ଉପରେ ବିଚାର କରିବା ଜରୁରୀ। ସେ ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କୁ ନିର୍ବିରୋଧରେ ଜିତିବାର ଉଦାହରଣ ଦେଇ କହିଛନ୍ତି, ସେ ମଇଦାନରେ ଏକାକୀ ହିଁ  ଥିଲେ। ଓକିଲ ଜଣକ କହିଛନ୍ତି, ଆମେ ଦେଖିଛୁ ସୁରଟରେ କୌଣସି କ୍ୟାଣ୍ଡିଡେଟ୍‌ ଆଉ ନାହାନ୍ତି। ସବୁ ଭୋଟ କେବଳ ଜଣେ ପ୍ରାର୍ଥୀଙ୍କୁ ଯିବାର ଥିଲା। ଏହି ଆବେଦନରେ କୁହାଯାଇଥିଲା ନିର୍ବାଚନ କମିଶନଙ୍କୁ ନୋଟାକୁ ମଧ୍ୟ ଏକ ନିର୍ବାଚନୀ ପ୍ରାର୍ଥୀ ଘୋଷିତ କରିବା ଦରକାର।

ଏହାଛଡା ଯଦି ନିର୍ବାଚନରେ ସବୁଠାରୁ ଅଧିକ ଭୋଟ୍‌ ନୋଟାକୁ ମିଳେ  ତେବେ ନିର୍ବାଚନ ପୁଣିଥରେ କରାଯିବା ଦରକାର।ଆବେଦନରେ କୁହାଯାଇଛି, ଲୋକସଭା ଓ  ବିଧାନସଭା ସହିତ ସବୁ ନିର୍ବାଚନରେ ନୋଟାକୁ ୨୦୧୩ରେ ଲାଗୁ କରି ଦିଆଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଦୁଇ ଥର ଦାବି କରାଯାଇ ସାରିଛି। ନୋଟାକୁ ଏକ କାଳ୍ପନିକ କ୍ୟାଣ୍ଡିଡେଟ୍ ଭାବରେ ଘୋଷିତ କରାଯାଉ। ଆବେଦନରେ କୁହାଯାଇଛି, ମହାରାଷ୍ଟ୍ର,ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀ ସହିତ ବହୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ନୋଟାକୁ ନେଇ ଏହି ନିୟମ ଲାଗୁ କରାଯାଇଛି। ଏହି ଚାରୋଟି ସ୍ଥାନରେ ଏଭଳି ନିୟମ ରହିଛି ଯଦି କୌଣସି ନିର୍ବାଚନରେ ନୋଟାରେ ଭୋଟ ସବୁଠାରୁ ଅଧିକ ରୁହେ, ତେବେ ଦ୍ବିତୀୟ ଥର ନିର୍ବାଚନ କରାଯିବ। କେବଳ ସେତିକି ନୁହେଁ ଖେଡା ନିଜ ଆବେଦନରେ କହିଛନ୍ତି, ନିର୍ବାଚନ କମିଶନ ନୋଟାର ଭଲ ଭାବରେ ପ୍ରଚାର କରନ୍ତୁ। ସେହି କ୍ୟାମ୍ପେନରେ କୁହାଯାଉ ନିର୍ବଚନରେ ଆପଣ ପାଖରେ ନୋଟାର ମଧ୍ୟ ଏକ ବିକଳ୍ପ ହେବ। ଯଦି ଆପର ନୋଟାକୁ ସବୁଠାରୁ ଅଧିକ ଚୟନ କରିବେ ତେବେ ଦ୍ବିତୀୟ ଥର ନିର୍ବାଚନ କରାଯିବ। କେବଳ ସେତିକି ନୁହେଁ ସେ ଦାବି କରିଛନ୍ତି, ନୋଟା ଦ୍ବାରା ପଛୁଆ ବର୍ଗର ସବୁ ପ୍ରାର୍ଥୀଙ୍କ ଉପରେ ନିର୍ବାଚନ ଲଢିବାକୁ ୫ ବର୍ଷର ରୋକ ଲଗାଯାଉ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.