ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମ୍ ପିଟ୍ରୋଡା ପୁଣି ବିବାଦରେ, କହିଲେ- ପୂର୍ବ ଭାରତରେ ରହୁଥିବା ଲୋକେ ଚାଇନିଜ୍ ଭଳି, ଦକ୍ଷିଣ ବାସିନ୍ଧା ଆଫ୍ରିକୀୟ...

ନୂଆଦିଲ୍ଲୀ,୮।୫ ପୁଣି ବିବାଦ ଘେରରରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା। ଏଥର ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରି ହୋଇଛନ୍ତି ସମାଲୋଚନାର ଶିକାର ହୋଇଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେ ଚାଇନିଜ୍‌, ଆରବ, ଶ୍ଵେତ ଏବଂ ଆଫ୍ରିକୀୟଙ୍କ ସହିତ କରିଛନ୍ତି ତୁଳନା। ସେ ଏଭଳି କହୁଥିବାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି।  

ଭାରତରେ ବିବିଧତା ଏବଂ ଗଣତନ୍ତ୍ର ବିଷୟରେ ସାକ୍ଷାତକାର ଦେବା ସମୟରେ  ଏଭଳି କହିଛନ୍ତି ସାମ୍। ସେ କହିଥିଲେ, ଆମେ ବିଶ୍ଵରେ ଗଣତନ୍ତ୍ରର ଏକ ଜ୍ଵଳନ୍ତ ଉଦାହରଣ। ଭାରତର ପୂର୍ବାଞ୍ଚଳର ଲୋକମାନେ ଚାଇନିଜଙ୍କ ପରି ଦେଖାଯାଆନ୍ତି। ପଶ୍ଚିମରେ ବସବାସ କରୁଥିବା ଲୋକ ଆରବବାସୀଙ୍କ ପରି ଦେଖାଯାଆନ୍ତି।  ଉତ୍ତରରେ ରହୁଥିବା ଲୋକେ ଶ୍ବେତ ଏବଂ ଦକ୍ଷିଣରେ ରହୁଥିବା ଲୋକ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି। ପିଟ୍ରୋଡାଙ୍କ ଏପରି ଜାତିଗତ ଆକ୍ଷେପକୁ ନେଇ ଆରମ୍ଭ ହୋଇଛି ବିବାଦ।

ଇଣ୍ଡିଆନ୍ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ତେଲେଙ୍ଗାନାର ଓ୍ବାରଙ୍ଗଲର ଏକ ନିର୍ବାଚନୀ ସଭାରେ ଟାର୍ଗେଟ କରିଛନ୍ତି ମୋଦି। ସେ କହିଛନ୍ତି ଆଜି ମୋତେ ବହୁତ ରାଗ ଲାଗୁଛି। ଶେହଜାଦାଙ୍କ ଜଣେ ଅଙ୍କଲ ଆଜି ଏଭଳି ଗାଳି ଦେଲେ।ସମ୍ବିଧାନକୁ ସବୁବେଳେ ମୁଣ୍ଡରେ ରଖୁଥିବା ଦେଶର ଲୋକଙ୍କୁ ରଙ୍ଗଗତ ଅପମାନ କରାଯାଉଛି। ଦୌପ୍ରଦୀ ମୁର୍ମୁ ରାଷ୍ଟ୍ରପତି ହେବା ବେଳେ କଂଗ୍ରେସ ତାଙ୍କୁ ବିରୋଧ କରୁଥିଲା। କାରଣ ତାଙ୍କ ଚମଡାର ରଙ୍ଗ କଳା।ଆଜି ଏକଥା ମୋତେ ଜଣାପଡିଲା। ଚମଡାର ରଙ୍ଗ ଯାହାକି ହେଉ  ଆମେ ସବୁ ଶ୍ରୀକୃଷ୍ଣଙ୍କୁ ପୂଜା କରୁଥିବା ଲୋକ। 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି, ‘‘ମୁଁ ଭାରତର ଉତ୍ତରାଞ୍ଚଳର ବାସିନ୍ଦା, କିନ୍ତୁ ମୁଁ ଜଣେ ଭାରତୀୟ ପରି ଦିଶେ। ଆମେ ଦେଖିବାକୁ ଭିନ୍ନ ହୋଇଥାଉ, କିନ୍ତୁ ସମସ୍ତେ ଏକ। ଆମ ଦେଶ ବିଷୟରେ ପିଟ୍ରୋଡା କିଛି ତ ଶିଖନ୍ତୁ ।

                                                                    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.