ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ସମ୍ବିଧାନ ଦେଶର ଏକତାର ଆଧାର, କଂଗ୍ରେସ ବାରମ୍ବାର ଏହାର ଆତ୍ମାକୁ କରିଛି ଲହୁ ଲୁହାଣ: ଲୋକସଭାରେ ବର୍ଷିଲେ ପିଏମ୍ ମୋଦି

Published By : Prameya | December 14, 2024 7:28 PM

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇଛନ୍ତି। ନିଜର ସମ୍ବୋଧନରେ ସମ୍ବିଧାନ ନିର୍ମାତାଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମ୍ବିଧାନ ଭାରତର ଏକତାର ଆଧାର। ଏହାକୁ ତିଆରି କରିବାରେ ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ବ ଥିଲା। ୭୫ ବର୍ଷର ଉପଲବ୍ଧି ଅସାଧାରଣ।  ଏଥିପାଇଁ ଭାରତର ନାଗରିକ ସବୁଠୁ ବେଶୀ ଅଭିନନ୍ଦନର ପାତ୍ର। ଭାରତୀୟ ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ। ଭାରତ ବର୍ତ୍ତମାନ ଗଣତନ୍ତ୍ରର ଜନନୀ ଭାବେ ପରିଚିତ ଭାରତ ଖୁବ୍ ଶୀଘ୍ର ବିଶ୍ବର ତୃତୀୟ ସବୁଠାରୁ ବଡ ଆର୍ଥିକ ଶକ୍ତି ହେବାର ଦିଗରେ ଆଗେଇ ଚାଲିଛି। ୧୪୦ କୋଟି ଦେଶବାସୀଙ୍କ ସଂକଳ୍ପ ଯେ, ଯେତେବେଳେ ଦେଶ ସ୍ବାଧିନତାର ଶହେବର୍ଷ ପାଳନ କରିବ ଦେଶକୁ ବିକଶିତ ଭାରତ ଭାବରେ ତିଆରି କରିବୁ। ଏହି ସଂକଳ୍ପକୁ ସଫଳ କରିବା ପାଇଁ ସବୁଠାରୁ ବଡ ଦରକାର ହେଲା ଭାରତର ଏକତା। ସମ୍ବିଧାନର ନିର୍ମାଣ କାର୍ଯ୍ୟରେ ଦେଶର ବହୁ ବଡ ବ୍ୟକ୍ତି, ସାହିତ୍ୟକାର, ସ୍ବାଧିନତା ସଂଗ୍ରାମୀ ଥିଲେ।  

ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି ଆରମ୍ଭରୁ ସମ୍ବିଧାନ ମହିଳାଙ୍କୁ ଭୋଟଦାନ ଅଧିକାର ଦେଇଛି । ଏଥିପାଇଁ ଆମେ ନାରୀଶକ୍ତି ବନ୍ଧନ ନିୟମ ପ୍ରଣୟନ କରିଛୁ ଆଜି ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି। ସବୁକ୍ଷେତ୍ରରେ ମହିଳାଙ୍କ ଅବଦାନ ବଢ଼ିବାରେ ଲାଗିଛି। ସଂସଦରେ ପ୍ରତିନିଧିତ୍ବ ବଢ଼ିଛି; କ୍ରୀଡ଼ା, ମହାକାଶ ବିଜ୍ଞାନରେ ବି ବଢ଼ିଛି ଆମ ସମ୍ବିଧାନ।  ଭାରତର ଗଣତାନ୍ତ୍ରିକ ଅତୀତ ବିଶ୍ବ ପାଇଁ ପ୍ରେରଣା ରହିଛି। ଏଥିପାଇଁ ଭାରତକୁ ଲୋକତନ୍ତ୍ରର ଜନନୀ ଭାବରେ ଜଣାଯାଏ।  

ଭାରତୀୟ ଏକତାର ପ୍ରତୀକ । ବିବିଧତା ଭିତରେ କିପରି ସମନ୍ବୟ ରହିବ ତାକୁ ଗୁରୁତ୍ବ  ଦିଆଯାଇଛି।  ବିବିଧତା ଭିତରେ ଏକତା ହେଊଛି ଆମର ଶକ୍ତି । ଭାରତର ଏକତା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି। ଏଥିପାଇଁ ଧାରା ୩୭୦କୁ ଉଚ୍ଛେଦ କରିବାକୁ ପଡ଼ିଲା।ୱାନ୍‌ ନେସନ ୱାନ୍‌ ଟ୍ୟାକ୍ସ ପାଇଁ ଜିଏସ୍‌ଟି ଆଣିଲୁ। ୱାନ୍‌ ନେସନ ୱାନ୍‌ ରାସନ କାର୍ଡ ବ୍ୟବସ୍ଥା ଆଣିଲୁ। ୱାନ୍‌ ନେସନ ୱାନ୍‌ ହେଲ୍‌ଥ କାର୍ଡ ପାଇଁ ‘ଆୟୁଷ୍ମାନ ଭାରତ’ ଆରମ୍ଭ କରାଯାଇଛି। ଆମେ ସମ୍ବିଧାନର ଏକତାର ଭାବନା ଅନୁରୂପ ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦେଇଛୁ। ଏବେ ଗରିବ ପରିବାରର ପିଲା ମାତୃଭାଷାରେ ପାଠପଢି ଡାକ୍ତର-ଇଞ୍ଜିନିୟର ହୋଇପାରିବେ।

ଏହାଛଡା ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସମ୍ବିଧାନ ନିର୍ମାତାଙ୍କ ମନରେ ଏକତାର ଭାବନା ଥିଲା, କିନ୍ତୁ ଦେଶ  ସ୍ବାଧୀନ ହେବାପରେ କ୍ରୀତଦାସ ମାନସିକତାରେ ବଢିଥିବା ଲୋକ ଏକତାର ମୂଳ ଭାବନା ଉପରେ ପ୍ରହାର କରିଥିଲେ। ବିବିଧତାରେ ଏକତା ବଦଳରେ ବିରୋଧଭାସ ଖୋଜିବାରେ ଲାଗିଲେ।କ୍ରୀତଦାସ ମାନସିକତା ଦେଶକୁ ଦୁର୍ବଳ କରୁଥିଲା।  ଧାରା ୩୭୦ ଏକତାରେ ବାଧକ ସାଜିଥିଲା, ତେଣୁ ଆମେ ଏହାକୁ ମାଟିରେ ପୋତିଦେଲୁ।’ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି।  ସେ କହିଛନ୍ତି ସମୟରେ ସମୟରେ କଂଗ୍ରେସ ସମ୍ବିଧାନର ଶିକାର କରିଛି। ସମ୍ବିଧାନର ଆତ୍ମାକୁ ଲହୁଲୁହାଣ କରିଛି। ୬ଦଶକରେ ୭୫ ଥର ସମ୍ବିଧାନରେ ପରିବର୍ତ୍ତନ କରିଛି। ଯେଉଁ ମଞ୍ଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଲଗାଇଥିଲେ,ତାକୁ ଖାଦ ପାଣି ଦେବାର କାମ ଇନ୍ଦିରା ଗାନ୍ଧୀ କରିଥିଲେ। ୧୯୭୫ରେ ୩୯ କେହି କୌଣସି କୋର୍ଟକୁ ଯାଇ ପାରିବେନି, ସେଭଳି ନିୟମ ହୋଇଥିଲା। ଏମର୍ଜେନ୍ସିରେ ଲୋକଙ୍କ ଅଧିକାର ଛଡାଇ ନିଆଯାଇଥିଲା। ନ୍ୟାୟପାଳିକାର ତଣ୍ଟି ଚିପି ଦିଆଯାଇଥିଲା। କଂଗ୍ରେସ ଏଭଳି ଏକ ପରିବାର ଯାହା ସମ୍ବିଧାନକୁ ଆଘାତ ପରେ ଆଘାତ ଦେଇ ଚାଲିଥିଲା। ଯେଉଁ ପରମ୍ପରା ନେହରୁ ଜୀ ଆରମ୍ଭ କରିଥିଲେ ତାକୁ ଇନ୍ଦିରାଜୀ ଆଗକୁ ବଢାଇଲେ। ତାପରେ ଆସିଲେ ରାଜୀବ ଗାନ୍ଧୀ। ସେ ସମ୍ବିଧାନକୁ ଆଉ ଏକ ବଡ ଝଟକା ଦେଇଥିଲେ। ସେ ଭୋଟବ୍ୟାଙ୍କ ପାଇଁ ସମ୍ବିଧାନର ଭାବନାକୁ ବଳି ଚଢାଇ ଦେଇଥିଲେ ଓ କଟରପନ୍ଥୀଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଥିଲେ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.