ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଭାରତୀୟଙ୍କ ଦବ୍ଦବା ବଢିବାରେ ଲାଗିଛି । ଗୁଗୁଲ୍, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ନୋଭାର୍ଟିସ୍, ଆଇବିଏମ୍ ଏବଂ ଆଡୋବ ଭଳି ବିଶ୍ବର ଅନେକ ବଡ କମ୍ପାନୀର ସିଇଓ ଏବେ ଭାରତୀୟ ଅଟନ୍ତି । ବହୁ ଆମେରିକୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାରତୀୟ ମୂଳ ଅଟନ୍ତି । ଆଉ ଏଭଳି ପରିସ୍ଥିତିରେ ଲୋକମାନେ ଥଟ୍ଟା କରି କୁହନ୍ତି ଯେ ଏକ ଆମେରିକୀୟ କମ୍ପାନୀର ସିଇଓ ହେବାକୁ ହେଲେ ଜଣେ ଭାରତୀୟ ହେବା ଆବଶ୍ୟକ । ଏହି ମଜାଦାର୍ ଉକ୍ତିଟିକୁ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସିଟି ୨୬ ଏପ୍ରିଲରେ ଆମେରିକାରେ ରହୁଥିବା ଭାରତୀୟ ମୂଳ ଲୋକଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ଏକ ଆମେରିକୀୟ କମ୍ପାନୀର ସିଇଓ ହେବାକୁ ହେଲେ ଭାରତୀୟ ମୂଳ ହେବା ଆବଶ୍ୟକ।
ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସିଟି ନ୍ୟୁଜ୍ ଏଜେନ୍ସି ANI ସହିତ କଥା ହେବା ବେଳେ ଭାରତୀୟଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ପୂର୍ବରୁ ଆମେରିକାରେ ଏକ ମଜାଦାର ଉକ୍ତି ଥିଲା ଯେ, ଯଦି ଆପଣ ଜଣେ ଭାରତୀୟ, ତେବେ ଆପଣ ଆମେରିକାରେ ସିଇଓ ହୋଇପାରିବେ ନାହିଁ। ଏଥି ସହିତ, ବର୍ତ୍ତମାନ ଲୋକମାନେ ଥଟ୍ଟା କରି କହିଛନ୍ତି ଯେ ଯଦି ଆପଣ ଜଣେ ଭାରତୀୟ ନୁହଁନ୍ତି ତେବେ ଆପଣ ଆମେରିକାରେ ସିଇଓ ହୋଇପାରିବେ ନାହିଁ । ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ମାନେ ଆମେରିକାରେ ଅନେକ ବଡ଼ ପରିବର୍ତ୍ତନ କରିଛି । ସେ କହିଛନ୍ତି ଯେ ନିକଟ ଅତୀତରେ ଆମେରିକାରେ ଭାରତୀୟଙ୍କୁ ନେଇ ଏକ ବଡ ପରିବର୍ତ୍ତନ ଆସିଛି । ଆମେରିକୀୟ ଲୋକମାନେ ବର୍ତ୍ତମାନ ଭାରତୀୟ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।
ଏରିକ୍ ଗାରସିଟି ଭାରତୀୟ ଛାତ୍ରମାନଙ୍କ ପାଇଁ ଆମେରିକାକୁ ଏକ ସୁରକ୍ଷିତ ଦେଶ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଛାତ୍ରମାନଙ୍କ ପାଇଁ ଆମେରିକା ଏକ ସୁରକ୍ଷିତ ଦେଶ ଏବଂ ଆମେରିକା ଭାରତୀୟ ଛାତ୍ରମାନଙ୍କ ବିଷୟରେ ଚିନ୍ତା କରେ। ସେ ପିତାମାତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନେ ସର୍ବଦା ବୁଝିବା ଉଚିତ ଯେ ଭାରତୀୟ ପିଲାମାନେ ଆମର । ସେ କହିଛନ୍ତି ଯେ ଆମେରିକାରେ ସମ୍ବଳର ଅଭାବ ନାହିଁ ଏବଂ ଆମେ ଛାତ୍ରମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ।