ନୂଆଦିଲ୍ଲୀ,୦୮।୦୨: କ୍ୱାଲକମ୍ ସଫଳତାର ସହ ୨ ନାନୋମିଟର ବର୍ଗରେ ଚିପ୍ ଡିଜାଇନ କରିଛି । ଏହା ଦେଶର ଅତ୍ୟାଧୁନିକ ସେମିକଣ୍ଡକ୍ଟର ଚିପ୍ ଡିଜାଇନକୁ ପ୍ରଦର୍ଶନ କରୁଥିବା କେନ୍ଦ୍ର ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । କ୍ୱାଲକମ ଟେକ୍ନୋଲୋଜି ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଲେ, ଦେଶ ଏବେ ବ୍ୟାକ୍ ଅଫିସ କାର୍ଯ୍ୟ ପରିବର୍ତ୍ତେ ଅତ୍ୟାଧୁନିକ ସେମିକଣ୍ଡର ଡିଜାଇନ କରୁଛି ।
ଆହୁରି ପଢନ୍ତୁ-'ମୋ ବୋଉକୁ ଭଲରେ ରଖ, ଦୁଃଖ ଦେବୁନି',ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ସହ ମିଳିଲା କୁନି ଭକ୍ତର ଖଣ୍ଡିଏ ହାତ ଲେଖା ଚିଠି
ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦ ଡିଜାଇନ ସେଣ୍ଟର ଭାବେ ଉଭା ହୋଇଛନ୍ତି । ବିଶ୍ୱ ସ୍ତରୀୟ ଚିପ୍ ଡିଜାଇନ ଜରିଆରେ ଭାରତ ଭାରତ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଏକ ପ୍ରମୁଖ ଅଂଶୀଦାର ପାଲଟିଛି । ୨ଏନ୍ଏମ୍ ଚିପ୍ ଡିଜାଇନ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । ଯେଉଁଥିରେ ଉଭୟ ହାର୍ଡୱେର ଏବଂ ସଫ୍ଟୱେରକୁ ମିଶ୍ରଣ କରାଯାଇଥାଏ । ଶ୍ରୀ ବୈଷ୍ଣବ ପୁଣି କହିଲେ, ଦେଶ ବିସ୍ତୃତ ସେମିକଣ୍ଡକ୍ଟର ରୋଡମ୍ୟାପ ସହ ଅଗ୍ରସର । ପର୍ଯ୍ୟାୟ ଭିତ୍ତିରେ ଏ କ୍ଷେତ୍ରରେ କ୍ଷମତା ସଂଯୋଗ ହେଉଛି । ସେମିକଣ୍ଡକ୍ଟର ମିଶନ ୨.୦ରେ ୭ ନାନୋମିଟର ଚିପ୍ ଡିଜାଇନ ଲକ୍ଷ୍ୟ ରଖାଯାଇଛି । ଏ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନ ଭଳି ଦେଶ ଗୁଡ଼ିକରୁ ଭାରତ ଶିକ୍ଷାଲାଭ କରିଛି । ୨୮ ନାନୋମିଟର ଚିପ୍ରୁ ଦେଶ କାମ ଆରମ୍ଭ କରିଥିଲେ । ଅଟୋମୋବାଇଲ, ଟେଲିକମ, ପାୱାର ମ୍ୟାନେଜମେଣ୍ଟ ଏବଂ ଶିଳ୍ପ ଆପ୍ଲିକେସନରେ ୭୫% ସେମିକଣ୍ଡକ୍ଟର ୨୮%ରୁ ୧୮୦ ନାନୋମିଟର । ସେମିକଣ୍ଡକ୍ଟର ସହ ଏଆଇ କମ୍ପ୍ୟୁଟ ଭିତ୍ତିଭୂମିକୁ ମଧ୍ୟ ଦେଶ ଦୃଢ଼ କରୁଛି । ଏବେ ୩୮ ହଜାର ଜିପିୟୁ ରହିଛି ଯାହା ସାଧାରଣ କମ୍ପ୍ୟୁଟ୍ ଅଂଶ । ଆହୁରି ୨୦ ହଜାର ଜିପିୟୁ ଯୋଡିହେବାକୁ ଯାଉଛି । ଯାହା ପରବର୍ତ୍ତି ପିଢ଼ି ଏଆଇ ମିଶନକୁ ତ୍ୱରାନ୍ୱିତ କରିବ ।