ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗ୍‌ସ

କୋଲକାତା,୨୬/୦୪: ଚଳିତ ଆଇପିଏଲର ୪୨ତମ ଲିଗ୍‌ ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ । ୭ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ହାସଲ କରିସାରିଥିବା ନାଇଟ୍‌ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଆଧିପତ୍ୟ ଜାରି ରଖି ଆଉ ୨ପଏଣ୍ଟ ହାତେଇବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ଭାଗ୍ୟକୁ ଭରସା କରି ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିବାକୁ ଆଶା ରଖିଛି । ୮ଟି  ମ୍ୟାଚ୍‌ ଖେଳି ପଞ୍ଜାବ କିଙ୍ଗ୍‌ସ ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ  ହାସଲ କରିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଦଳକୁ ଅତି କମ୍‌ରେ ଆଉ ୫ଟି ମ୍ୟାଚ୍‌ ଜିତିବାକୁ ହେବ ।  

ଚଳିତ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟ ଦଳ  ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ  ମ୍ୟାଚ୍‌ ଜିତିଥିଲେ । ପୂର୍ବ ରେକର୍ଡକୁ ଗଣନା କଲେ ଶୁକ୍ରବାର ନାଇଟ ରାଇଡର୍ସର ପଲା ଭାରି ରହିବ ।  ଉଭୟ ଦଳ ଗତ ୧୬ ବର୍ଷ ମଧ୍ୟରେ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ ରାଇଡର୍ସ ୨୧ଟି ମ୍ୟାଚ୍‌ ଜିତିଛି ।  

ଚଳିତ ସିଜନରେ ନାଇଟ୍‌ ରାଇଡର୍ସ ଚମତ୍କାର ଫର୍ମରେ  ରହିଛି । ଶ୍ରେୟାସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସାଙ୍ଗକୁ ସୁନୀଲ ନାରାଏନ ଓପନ କରିବା ଫର୍ମୁଲା ଦଳ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି । ବ୍ୟାଟିଂ ବିଭାଗରେ ସନ୍ତୁଳନ ବଢି ଯାଇଛି । ପ୍ରତି ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଥିବାରୁ ନାଇଟ୍‌ ରାଇଡର୍ସ ଆଧିପତ୍ୟ ଜାରି ରହିଛି ।  

ପଞ୍ଜାବ କିଙ୍ଗ୍‌ସର ବ୍ୟାଟିଂ ବିଭାଗ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଶିଖର ଧାୱନ ଆହତ ଥିବାରୁ ଓପନିଂ ବିଭାଗ ଦୁର୍ବଳ ହୋଇଯାଇଛି । ଦଳରେ ରହିଥିବା ତାରକା ଖେଳାଳିମାନେ ଏପର୍ଯ୍ୟନ୍ତ  ସଫଳ ହୋଇ ନାହାନ୍ତି ।ମାତ୍ର ନିମ୍ନ ଭାଗ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନାଇଟ ରାଇଡର୍ସ ତୁଳନାରେ ପଞ୍ଜାବ କିଙ୍ଗ୍‌ସର ବୋଲିଂ  ବିଭାଗ ଅଧିକ ସନ୍ତୁଳିତ । ପଞ୍ଜାବ କିଙ୍ଗ୍‌ସ ବୋଲିଂ  ବିଭାଗ ବିପକ୍ଷରେ କୌଣସି ଦଳ ଏପର୍ଯ୍ୟନ୍ତ  ୨୦୦ ରନ୍‌ ଅତିକ୍ରମ କରିପାରି ନାହାନ୍ତି । ନାଇଟ୍‌ ରାଇଡର୍ସ ଇମ୍ପାକ୍ଟ ପ୍ଲେୟାର ଉପଯୋଗ କରିବାରେ  ସବୁଠୁ ଆଗରେ ରହିଛି । ପୂର୍ବରୁ ମଧ୍ୟ ଦଳର ସ୍ପିନ୍‌ ବିଭାଗ ଶକ୍ତିଶାଳୀ ରହିଥିଲା । ଏଥର ଘରୋଇ ପେସ୍‌ ବୋଲରମାନେ  ଶୃଙ୍ଖଳିତ ପ୍ରଦର୍ଶନ କରୁଥିବାରୁ ବିଦେଶୀ ପେସ୍‌ ବୋଲରଙ୍କ  ଆବଶ୍ୟକତା ପଡ଼ୁନାହିଁ । ଅବଶ୍ୟ ମିଚେଲ ଷ୍ଟାର୍କ ଲୟରେ ନାହାନ୍ତି । ମାତ୍ର ଏହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିନାହିଁ । 

ଶୁକ୍ରବାର ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ  ରଖିବା ଆଶା କରାଯାଉଛି । ଧାୱନ ଫିଟ୍‌ ହୋଇ ନଥିବାରୁ  ସାମ କରନ୍‌ ପଞ୍ଜାବ କିଙ୍ଗସ ଦଳର ନେତୃତ୍ୱ ନେବେ। ଟସ  ଉପରେ ଦଳର ବ୍ୟାଟିଂ କ୍ରମ ନିର୍ଭର କରିବ । ପ୍ରଥମେ ବ୍ୟାଟିଂ  ମିଳିଲେ ପ୍ରଭସିମରନ୍‌ ସିଂହଙ୍କ ସହ ଜନି ବେୟାରଷ୍ଟୋ  କିମ୍ବା ରାଇଲି ରସୋଙ୍କ ମଧ୍ୟରୁ ଜଣେ ଓପନ କରିବେ ।  

ଇଡେନ ଗାର୍ଡେନ୍ସର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ  ରହିଥିବାରୁ ଶୁକ୍ରବାର ବିଶାଳ ସ୍କୋର ଆଶା କରାଯାଉଛି ।  ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ନାଇଟ୍‌ ରାଇଡର୍ସ : ଫିଲ ସଲ୍ଟ, ସୁନିଲ  ନାରାଏନ୍‌, ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ ଆୟର, ଶ୍ରେୟାସ  ଆୟର(ଅଧିନାୟକ), ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ  ସିଂହ, ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା । (ଇମ୍ପାକ୍ଟ  ପ୍ଲେୟାର: ସୂୟାଶ ଶର୍ମା) । ସମ୍ଭାବ୍ୟ 

ପଞ୍ଜାବ କିଙ୍ଗ୍‌ସ : ପ୍ରଭସିମରନ ସିଂହ, ରାଇଲି  ରସୋ/ଜନି ବେୟାରଷ୍ଟୋ, ସାମ କରନ(ଅଧିନାୟକ), ଜିତେଶ  ଶର୍ମା, ଲାଏମ ଲିଭିଙ୍ଗଷ୍ଟୋନ, ଶଶାଙ୍କ ସିଂହ, ଆଶୁତୋଷ ଶର୍ମା,  ହରପ୍ରୀତ ବ୍ରାର, ହର୍ଷଲ ପଟେଲ, କାଗିସୋ ରାବାଡା, ଅର୍ଶଦୀପ  ସିଂହ । (ଇମ୍ପାକ୍ଟ ପ୍ଲେୟାର: ହରପ୍ରୀତ ସିଂହ) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.