ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଏଚପିସିଏ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସ - ଚେନ୍ନାଇ ସୁପରକିଙ୍ଗ୍‌ସ ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌

ଧର୍ମଶାଳା,୦୫/୦୫: ଚଳିତ ଆଇପିଏଲର ୫୩ତମ ଲିଗ୍‌ ମୁକାବିଲାରେ ରବିବାର ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ  ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଧର୍ମଶାଳା ସ୍ଥିତ ଏଚପିସିଏ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଚଳିତ ସିଜନରେ ପ୍ରଥମ କରି ଏଚ୍‌ପିଏ ଷ୍ଟାଡ଼ିୟମ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ଯାଉଛି । ସୁପରକିଙ୍ଗ୍‌ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରି ରହିଥିବା ବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟଧାରା ଜାରି  ରଖି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।  

୧ ତାରିଖରେ ଉଭୟ ଦଳ ଉପଲ ଷ୍ଟାଡ଼ିୟମ୍‌ରେ ପରସ୍ପରକୁ ଭେଟିଥିଲେ । ପଞ୍ଜାବ କିଙ୍ଗ୍‌ସ ୭ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । କେବଳ ସେତିକି  ନୁହେଁ, ୨୦୨୧ରୁ ପଞ୍ଜାବ କିଙ୍ଗ୍‌ସର ବିଜୟ ଧାରା ଜାରି ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ପରାଜୟର ସାମ୍ନା କରିଛି । ଆଇପିଏଲ ଇତିହାସରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପରେ ପଞ୍ଜାବ  କିଙ୍ଗସ କ୍ରମାନ୍ୱୟରେ ସୁପରକିଙ୍ଗ୍‌ସକୁ ୫ଥର ହରାଇ ସାରିଛି । 

ଧର୍ମଶାଳା ପଞ୍ଜାବ କିଙ୍ଗ୍‌ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍‌ । ସ୍ଥାୟୀ ଘରୋଇ ଗ୍ରାଉଣ୍ଡ ମୁଲନପୁରରେ ଦଳକୁ ସେତେଟା ସଫଳତା ମିଳି  ନଥିଲା। ଫଳରେ ଧର୍ମଶାଳା ଭାଗ୍ୟ ପରିବର୍ତ୍ତନ କରିବ ବୋଲି ପଞ୍ଜାବ କିଙ୍ଗ୍‌ସ ଆଶାବାଦୀ ରହିଛି ।୨ଟି ମ୍ୟାଚ୍‌ ଜିତିବା ପରେ ପଞ୍ଜାବ  କିଙ୍ଗ୍‌ସ ରବିବାର ଦଳ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଶିଖର ଧାୱନ ମଧ୍ୟ ଫିଟ୍‌ ହୋଇ ନାହାନ୍ତି । ତେଣୁ ପ୍ରଭସିମରନ ସିଂହ ଓ ଅର୍ଶଦୀପ ସିଂହ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ।  

ସୁପରକିଙ୍ଗ୍‌ସ ସିଜନ ଆରମ୍ଭରୁ ଦମ୍‌ଦାର  ପ୍ରଦର୍ଶନ କରିଥିଲେ ହେଁ ଧିରେ ଧିରେ  ଲାଇନ ଚ୍ୟୁତ ହୋଇଛି । ଶେଷ ୫ଟି ମ୍ୟାଚ୍‌  ମଧ୍ୟରୁ ଦଳ ୩ଟିରେ ପରାଜିତ ହୋଇ ସାରିଛି। ଅବଶ୍ୟ ଦଳ ୧୦ ପଏଣ୍ଟ ହାସଲ  କରିସାରିଛି । ପ୍ଲେ-ଅଫ୍‌ରେ ପ୍ରବେଶ  କରିବାକୁ ହେଲେ ସୁପରକିଙ୍ଗ୍‌ସକୁ ଅତି  କମ୍‌ରେ ଆଉ ୨ଟି ମ୍ୟାଚ୍‌ ଜିତିବାକୁ ହେବ। ରବିବାର ଦଳରେ ଅନେକ ପରିବର୍ତ୍ତନ ହେବ । ମୁସ୍ତାଫିଜୁର ରେହମାନ ସ୍ୱଦେଶ  ଫେରିଯାଇଥିବାବେଳେ ଦୀପକ ଚହର ଆହତ  ହୋଇ ବାଦ ପଡ଼ିଛନ୍ତି । ତୁଷାର ଦେଶପାଣ୍ଡେ  ମଧ୍ୟ ଅସୁସ୍ଥ ରହିଛନ୍ତି । ତେଣୁ ଦଳ ବୋଲିଂ ବିଭାଗରେ ପରିବର୍ତ୍ତନ କରିବା ନିଶ୍ଚିତ । ମୁକେଶ ଚୌଧୁରୀ  ଏକାଦଶକୁ ଫେରିବେ । ସେହିପରି ମିଚେଲ ସାଣ୍ଟନର ଓ ମହେଶ ତୀକ୍ଷଣାଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବ । 

ଏଚପିସିଏ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ  ଅନୂକୁଳ । ସମୁଦ୍ର ପତନ ଠାରୁ ଢ଼େର ଉଚ୍ଚରେ ଥିବାରୁ  ଏଠାରେ ବିଶାଳ ସଟ୍‌ ଖେଳିବା ସହଜ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।  

ସମ୍ଭାବ୍ୟ ଏକାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିରନ ସିଂହ,  ଜନି ବେୟାରଷ୍ଟୋ, ରାଇଲି ରସୋ, ଶଶାଙ୍କ ସିଂହ, ସାମ  କରନ(ଅଧିନାୟକ), ଜିତେଶ ଶର୍ମା, ଆଶୁତୋଷ ଶର୍ମା,  ହରପ୍ରୀତ ବ୍ରାର, ହର୍ଷଲ ପଟେଲ, କାଗିସୋ ରାବାଡା,  ରାହୁଲ ଚହର । (ଇମ୍ପାକ୍ଟ ପ୍ଲେୟାର: ଅର୍ଶଦୀପ ସିଂହ) 

ସୁପରକିଙ୍ଗ୍‌ସ: ଅଜିଙ୍କ୍ୟ ରାହାଣେ, ଋତୁରାଜ  ଗାଏକୱାଡ୍‌(ଅଧିନୟକ), ଡାରିଲ ମିଚେଲ, ଶିବମ ଦୁବେ,  ମୋଇନ ଅଲି, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି,  ସର୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷଣା,  ମଥିଶା ପତିରଣା । (ଇମ୍ପାକ୍ଟ ପ୍ଲେୟାର: ମୁକେଶ ଚୌଧୁରୀ) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.