ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

୧୧୦୦ ଦିନ ପରେ ପଞ୍ଜାବକୁ ହରାଇଲା ଚେନ୍ନାଇ; ଲଗାତର ୫ଥର ହାରିବା ପରେ ଜିତିଲା ସିଏସ୍‌କେ

Image source: Cricbuzz

ଧର୍ମଶାଳା,୦୫/୦୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ଦ୍ରୁତ ବୋଲିଂ ବେଶ କାମ ଦେଇଛି। ପ୍ରଥମେ ଖେଳି ସିଏସ୍‌କେ ୧୬୭ ରନ୍ ସଂଗ୍ରହ କରିଥିଲା। ପରେ ପଞ୍ଜାବ ଟାର୍ଗେଟକୁ ପିଛା କରିଥିଲେ ସୁଦ୍ଧା ଭଲ ଆରମ୍ଭ ହୋଇନଥିଲା। ମାତ୍ର ୯ ରନ୍‌ ଭିତରେ ଦୁଇଟି ବଡ଼ ଓ୍ବିକେଟ ହରାଇଥିଲା ପଞ୍ଜାବ। ତଥାପି ପଞ୍ଜାବ ପକ୍ଷରୁ ସର୍ବାଧିକ ରନ୍ ପ୍ରଭସୀମରନ୍‌ ସିଂ କରିଥିଲେ। ସେ ୨୩ ବଲରେ ୨ ଚୌକା ୨ ଛକା ସହାୟତାରେ ୩୦ ରନ୍ ସଂଗ୍ରହ କରିଥିଲେ । ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଜନି ବେୟାରଷ୍ଟୋ, ରାଇଲି ରୁସୋ ଏବଂ ସାମ୍ କୁରେନ୍ ମଧ୍ୟ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ଆଇପିଏଲ୍ ୨୦୨୪ ରେ ପଞ୍ଜାବ କିଙ୍ଗ୍ସର ହିରୋ ଶଶାଙ୍କ ସିଂ ୨୦ ଟି ବଲରେ ୨୭ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ।

୧୬୮ ରନ୍‌ର ଟାର୍ଗେଟକୁ ପିଛା କରି ପଞ୍ଜାବ କିଙ୍ଗସ ପାୱାରପ୍ଲେ ଓଭରରେ ୨ ୱିକେଟ୍ ହରାଇ ୪୭ ରନ୍ ସଂଗ୍ରହ କରିଥିଲା। ଶଶାଙ୍କ ସିଂ ଏବଂ ପ୍ରଭାସୀମ୍‌ରନ୍‌ ସିଂଙ୍କ ୫୧ ରନ୍‌ର ଭାଗିଦାରୀ ହେତୁ ଦଳ ମ୍ୟାଚକୁ ଫେରିଥିଲା।କିନ୍ତୁ ଅଷ୍ଟମ ଓଭରରେ ଶଶାଙ୍କ ୨୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ଏବଂ ଏଠାରୁ ୱିକେଟ୍ ହ୍ରାସ ଆରମ୍ଭ ହୋଇଥିଲା। ପଞ୍ଜାବ କିଙ୍ଗ୍‌ସ ମାତ୍ର ୧୬ ରନ୍‌ରେ ୫ ୱିକେଟ୍ ହରାଇଥିଲା। ଏଥି ସହ ୧୩ ଓଭରରେ ଦଳର ସ୍କୋର ୭ ୱିକେଟ୍ ବିନିମୟେ ମାତ୍ର ୭୯ ରନ୍ ଥିଲା। ୧୫ ତମ ଓଭରରେ ହର୍ଷଲ ପଟେଲ ମଧ୍ୟ ୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଦଳକୁ ୫ ଓଭରରେ ୭୭ ରନ୍ ଆବଶ୍ୟକ ଥିଲା। ୧୯ ଓଭରରେ ରାହୁଲ ଚହର ୧୬ ରନ୍ କରି ଆଉଟ୍ ହୋଇଥିଲେ, ଏହି କାରଣରୁ ପଞ୍ଜାବର ବିଜୟ ଆଶା ସମ୍ପୂର୍ଣ୍ଣ ଶେଷ ହୋଇଥିଲା। ଶେଷ ୨ ଓଭରରେ ପଞ୍ଜାବକୁ ଜିତିବା ପାଇଁ ୪୭ ରନ୍ ଆବଶ୍ୟକ ଥିଲା, ମାତ୍ର ହାତରେ ଗୋଟିଏ ୱିକେଟ୍ ବାକି ଥିଲା। ଯଦିଓ ସିଏସକେ ବୋଲରମାନେ ପଞ୍ଜାବକୁ ଅଲଆଉଟ୍ କରିପାରିନଥିଲେ ତଥାପି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ମାତ୍ର ୧୩୯ ରନ୍‌ କରିପାରିଥିଲା।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମାଥିଶା ପାଥିରାନା, ଦୀପକ ଚହର ଏବଂ ମୁସ୍ତାଫିଜୁର ରହମାନ ଆଜିର ମ୍ୟାଚରେ ଖେଳିନଥିଲେ। ଏହା ସତ୍ତ୍ବେ ଦଳର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ୪ ଓଭରରେ ମାତ୍ର ୨୦ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ରବିନ୍ଦ୍ର ଜାଡେଜା। ସେହିପରି ତୁଷାର ଦେଶପାଣ୍ଡେ ୨ଟି ୱିକେଟ୍ ନେଇଥିଲେ, କିନ୍ତୁ ସିମରନଜିତ ସିଂ ଆଇପିଏଲ୍ ୨୦୨୪ ରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳି ୨ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ମିଚେଲ ସାଣ୍ଟନର୍ ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.