ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜରଙ୍ଗ ପୁନିଆଙ୍କୁ ଝଟ୍‌କା; ଅଲମ୍ପିକ ଟ୍ରାଏଲ ପୂର୍ବରୁ ଅସ୍ଥାୟୀ ଭାବେ ନିଲମ୍ବିତ କଲା ନାଡା

Image source: India Today

ନୂଆଦିଲ୍ଲୀ,୦୫/୦୫: ଅଲିମ୍ପିକ୍ ଟ୍ରାଏଲ ପୂର୍ବରୁ ଷ୍ଟାର୍ ରେସଲର ବଜରଙ୍ଗ ପୁନିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଭାରତୀୟ ରେସଲରଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି। ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବଜରଙ୍ଗଙ୍କୁ ଟ୍ରାଏଲ ସମୟରେ ଡୋପ ଟେଷ୍ଟ ପାଇଁ ନମୁନା ଦାଖଲ ନକରିବା ପାଇଁ ନାଡା ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଛି। 

ଏହି ମାମଲା ସମ୍ପର୍କିତ ସୂଚନା ରଖିଥିବା ଏକ ସୂତ୍ର ପକ୍ଷରୁ 'ଇଣ୍ଡିଆ ଟୁଡେ'କୁ କୁହାଯାଇଛି ଯେ ସୋନିପାତରେ ଚାଲିଥିବା ଟ୍ରାଏଲ ସମୟରେ ବଜରଙ୍ଗ ପୁନିଆ ଡୋପ ଟେଷ୍ଟ ପାଇଁ ମୂତ୍ର ନମୁନା ଦେବାକୁ ମନା କରି ଦେଇଛନ୍ତି। ସୋନିପାଟ ଟାଇଲ୍ସରେ ରୋହିତ କୁମାରଙ୍କୁ ହରାଇବା ପରେ ବଜରଙ୍ଗ ପରିସରରୁ ବାହାରକୁ ଯାଇଥିଲେ। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସିର ଅଧିକାରୀମାନେ ଡୋପ ଟେଷ୍ଟ ପାଇଁ ବଜରଙ୍ଗ ପୁନିଆଙ୍କ ଠାରୁ ନମୁନା ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଚର ତୃତୀୟ ତଥା ଚତୁର୍ଥ ରାଉଣ୍ଡ ପାଇଁ ସେ ରହି ନଥିଲେ। କହିରଖୁଛୁ ଯେ, ରୁଷିଆରେ ଟେଷ୍ଟ ପାଇଁ ପୁନିୟା ପ୍ରସ୍ତୁତ ହୋଇଥିଲେ। ଏହି ସୂତ୍ରରୁ ଜଣାପଡ଼ଇଛି ଯେ ଯେ ପର୍ଯ୍ୟନ୍ତ ନିଲମ୍ବନ ପ୍ରତ୍ୟାହାର ନହୁଏ, ପୁନିଆ କୌଣସି ଟେଷ୍ଟ କିମ୍ବା ଟୁର୍ନାମେଣ୍ଟରେ ଭାଗ ନେଇ ପାରିବେ ନାହିଁ ଏବଂ ଯଦି ଚାର୍ଜସିଟ ବିଚାରାଧୀନ ରହିବ, ତେବେ ତାଙ୍କୁ ଅଲିମ୍ପିକ୍ସ ପାଇଁ ଆଗାମୀ ଟେଷ୍ଟରେ ଭାଗ ନେବାକୁ ମଧ୍ୟ ବାରଣ କରାଯାଇପାରେ।

କହିରଖୁଛୁ ଯେ ମାର୍ଚ୍ଚ ୧୦ ରେ ନାଡା ଡୋପ୍ ଟେଷ୍ଟ ପାଇଁ ବଜରଙ୍ଗ ପୁନିଆଙ୍କ ଠାରୁ ସାମ୍ପୁଲ ମାଗିଥିଲେ, କିନ୍ତୁ ଭାରତୀୟ ରେସଲର ମନା କରିଦେଇଥିଲେ। ନାଡାଙ୍କୁ ଓ୍ବାଡ଼ା (ୱାର୍ଲ୍ଡ ଆଣ୍ଟି-ଡୋପିଂ ଏଜେନ୍ସି) କୁ ଜଣାଇବାକୁ ପଡ଼ିବ ଯେ ଜଣେ ଆଥଲେଟ୍ କାହିଁକି ତାଙ୍କ ସାମ୍ପୁଲ ଦେଇନାହାଁନ୍ତି। ଏହାରି ଭିତରେ, ନାଡ଼ା ଏବଂ ଓ୍ବାଡ଼ା ମଧ୍ୟରେ ଏକ ଦୀର୍ଘ ବାର୍ତ୍ତାଳାପ ହୋଇଥିଲା। ଏହା ପରେ, ଓ୍ବାଡା ନାଡାକୁ ରେସଲରଙ୍କୁ ନୋଟିସ ଜାରି କରିବାକୁ କହିଥିଲେ ଯେ ସେ ନମୁନା ଦେବାକୁ କାହିଁକି ମନା କଲେ। ତା’ପରେ ୨୦ ଏପ୍ରିଲରେ, ନାଡା ଏକ ନୋଟିସ୍ ଜାରି କରି ୭ ମଇ ସୁଦ୍ଧା ବଜରଙ୍ଗ ପୁନିଆଙ୍କଠାରୁ ଜବାବ ମାଗିଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.