ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଇଭ ଶୋ’ରେ ଷ୍ଟାର ସ୍ପୋର୍ଟସ୍‌ ଉପରେ ବର୍ଷିଲେ ସୁନୀଲ ଗାଭାସ୍କର, ବିରାଟ କୋହଲିଙ୍କୁ ବି ଛାଡ଼ିଲେନି

Image Courtesy: Social Media

ବେଙ୍ଗାଲୁରୁ: ଆଇପିଏଲ ୨୦୨୪ରେ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଲାଗିରହିଛି । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ଉପରେ ଖେଳ ସମୀକ୍ଷକ ପ୍ରଶ୍ନ ଉଠାଉଛନ୍ତି । ଆଉ ଏହାକୁ ନେଇ ଷ୍ଟାର ସ୍ପୋର୍ଟସ୍‌କୁ କୋହଲି ମଧ୍ୟ ସାକ୍ଷାତକାର ଦେଇଥିଲେ । ଏଥିରେ ସେ ଯାହା କହିଥିଲେ ତାକୁ ନେଇ ପୂର୍ବତନ ବ୍ୟାଟର ଏବଂ କମେଣ୍ଟେଟର ସୁନୀଲ ଗାଭାସ୍କରଙ୍କ ରାଗ ପଞ୍ଚମରେ ପହଞ୍ଚିଯାଇଛି । କେବଳ ସେତିକି ନୁହେଁ କୋହଲିଙ୍କ ଏହି ଇଣ୍ଟରଭ୍ୟୁ ବାରମ୍ବାର ପ୍ରଦର୍ଶତି କରିବାକୁ ନେଇ ଷ୍ଟାର ସ୍ପୋର୍ଟସ ଉପରେ ଖୁବ ରାଗିଛନ୍ତି ଗାଭାସ୍କର ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଶନିବାର ରାତି ୭ଟା ୩୦ରେ ମ୍ୟାଚ୍‌ ଆରମ୍ଭ ହୋଇଛି । ହେଲେ ଏହା ପୂର୍ବରୁ ଲାଇଭ ଶୋ’ରେ ସୁନୀଲ ଗାଭାଷ୍କାରଙ୍କ ପ୍ରତିକ୍ରିୟା ଚର୍ଚ୍ଚାର ପରିସରକୁ ଆସିଛି । ସେପଟେ ଏହି ଦୁଇ ଟିମ୍‌ର ପୂର୍ବ ମ୍ୟାଚ୍‌ ପରେ ହିଁ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମିଳିଥିଲା। ଅହମ୍ମଦାବାଦରେ ଖେଳାଯାଇଥିବା ସେହି ମ୍ୟଚ୍‌ରେ କୋହଲି ୪୪ ବଲ୍‌ରେ ଅପରାଜିତ ୭୦ ରନ୍‌ କରିବା ସହ ଟିମ୍‌କୁ ବିଜୟୀ କରିଥିଲେ । ଏହି ମ୍ୟାଚ୍‌ରେ ସ୍ପିନରଙ୍କୁ ଧୋଇଥିଲେ କୋହଲି ।

ଏହା ପୂର୍ବରୁ ହାଇଦ୍ରାବାଦ ବିପକ୍ଷରେ କୋହଲି ୪୩ ବଲ୍‌ରୁ ୫୧ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍ ୧୧୮ ଥିଲା। ଏହା ପରେ ଫ୍ୟାନ୍ସଙ୍କ ପାଖରୁ କମେଣ୍ଟେଟରଙ୍କ ପର୍ଯ୍ୟନ୍ତ କୋହଲିଙ୍କ ଧିମା ଷ୍ଟ୍ରାଇକ୍‌ ରେଟ୍‌ ଉପରେ ପ୍ରଶ୍ନ ଉଠାଇଥିଲେ। ତାପରେ ବେଙ୍ଗାଲୁରୁର ବିଜୟ ଏବଂ ନିଜର ଦମଦାର ପାଳି ପରେ କୋହଲି ଷ୍ଟାର ସ୍ପୋର୍ଟସକୁ ଦେଇଥିବା ସାକ୍ଷାତକାରରେ କମେଣ୍ଟେଟରଙ୍କୁ ଟାର୍ଗେଟ କରିଥିଲେ।  ସେ କହିଥିଲେ ଯେ, କେମଣ୍ଟ୍ରି ବକ୍ସରେ ବସି ଯେଉଁମାନେ ଷ୍ଟ୍ରାଇକ ରେଟ୍‌ ଏବଂ ସ୍ପିନର୍ସଙ୍କ ବିପକ୍ଷରେ ବ୍ୟାଟିଂ ଉପରେ ପ୍ରଶ୍ନ କରୁଛନ୍ତି । ସେମାନଙ୍କୁ ଭଲ ଭାବେ ଜଣା ଅଛି ସେମାନେ ପ୍ରକୃତରେ କଣ କରୁଛନ୍ତି ।

କୋହଲିଙ୍କ ଏହି ଇଣ୍ଟରଭ୍ୟୁକୁ ବାରମ୍ବାର ପ୍ରଦର୍ଶିତ କରାଯାଇଥିଲା । ଏପରିକି ଆଜିର ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଏହି ସାକ୍ଷାତକାରକୁ ଆଉଥରେ ଷ୍ଟାର ସ୍ପୋର୍ଟସ୍‌ରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରି ମ୍ୟାଚ୍‌ ଶୋ’ରେ ସୁନୀଲ ଗାଭାସ୍କାର ଉତକ୍ଷିପ୍ତ ହୋଇଉଠିଥିଲେ । ସେ ଉଭୟ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ୍‌ ଏବଂ କୋହଲିଙ୍କୁ ଟାର୍ଗେଟ କରିଥିଲେ।  ସେ କହିଥିଲେ ଯେ, କୋହଲି ଯେଉଁମାନଙ୍କୁ ଟାର୍ଗେଟ କରିଥିଲେ ସେମାନେ ଷ୍ଟାର ସ୍ପୋର୍ଟସ ପାଇଁ କେମଣ୍ଟ୍ରି କରୁଥିଲେ । 

ଷ୍ଟାର ସ୍ପୋର୍ଟସ ବାରମ୍ବାର ସେହି ଇଣ୍ଟରଭ୍ୟୁକୁ ଚଲାଇ ନିଜର କମେଣ୍ଟେଟରକୁ ନିନ୍ଦା କରିବାକୁ ଚାହୁଁଛି  କି ବୋଲି ଗାଭାସ୍କାର ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କୋହଲିଙ୍କୁ ସମାଲୋଚନା ଏଥିପାଇଁ କରାଯାଇଥିଲା କାରଣ ସେ ୧୪-୧୫ ଓଭରରେ ୧୧୮ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଥିଲେ। ଏହା ସହ ଗାଭାସ୍କାର ଚ୍ୟାନେଲକୁ କୋହଲିଙ୍କ ଇଣ୍ଟରଭ୍ୟୁ ନଚଲାଇବା ପାଇଁ ଚେତବାନୀ ଦେଇଛନ୍ତି । ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଗାଭାସ୍କାର ନିଜର ଅସନ୍ତୋଷ ଝାଡ଼ିବା ପରେ ଲୋକପ୍ରିୟ ଆଙ୍କର ମୟନ୍ତୀ ବିନ୍ନି କହିଥିଲେ, ଏହା ଉପରେ ଧ୍ୟାନ ରଖାଯିବ  ।

  • virat kohli
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.