ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା ଟି-୨୦ ବିଶ୍ବକପ : ଟି-୨୦ ବିଶ୍ବକପର ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ, ଦେଖନ୍ତୁ ସିଡ୍ୟୁଲ

ନୂଆଦିଲ୍ଲୀ, ୫/୫ :  ବାଙ୍ଗଲାଦେଶରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପର ସିଡ୍ୟୁଲ ଜାରି କରାଯାଇଛି । ୩ଅକ୍ଟୋବରରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମୁକାବିଲାରୁ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ । ଉକ୍ତ ଦିନ ଦ୍ବିତୀୟ ମ୍ୟାଚରେ ଆୟୋଜକ ଦଳ ବାଙ୍ଗଲାଦେଶର ଭିଣ୍ଡତ କ୍ବାଲିଫାୟର-୨ସହ ହେବ । ଭାରତକୁ ଗ୍ରୁପ –ଏ ରେ ସ୍ଥାନ ମିଳିଛି । ଏହାସହ ଡିମ୍ଫେଣ୍ଡିଂ ଚାମ୍ପିୟନ ଅଷ୍ଟେ୍ରଲିୟା, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନର ଟିମ୍ ଅଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ୨୦ଅକ୍ଟୋବରରେ ଖେଳାଯିବ । 

ଟୁର୍ଣ୍ଣାମେଣ୍ଟରେ ୧୦ଟିମ୍ ଭାଗ ନେବେ । ଦୁଇ ଗ୍ରୁପରେ ୫-୫ଟିମ୍‌କୁ ରଖାଯାଇଛି । ଦୁଇ ଗ୍ରୁପରେ ୪-୪ଟିମ୍ର ନାଁ ସୁନିଶ୍ଚିତ ହୋଇଯାଇଛି।  ଗ୍ରୁପ ଏ ରେ କ୍ବାଲିଫାୟର-୧ ଏବଂ ଗ୍ରୁପ ବିରେ କ୍ବାଲିଫାର-୨ ଟିମ୍‌ ନାଁର ଘୋଷଣା ହେବା ବାକି ରହିଛି । ଗ୍ରୁପ ବିର କଥା ଯଦି ଆମେ କହିବା ତେବେ‌ ଆୟୋଜକ ବାଙ୍ଗଲାଦେଶ ସହ ସାଉଥ ଆଫ୍ରିକା, ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜକୁ ସ୍ଥାନ ଦିଆଯାଇଛି । ଭାରତର ସମସ୍ତ ଗ୍ରୁପ ମ୍ୟାଚ ସିଲହଟରେ ଖେଳାଯିବ ।



ଏହା ମହିଳା ଟି-୨୦ ବିଶ୍ବକପର ୯ମ ସଂସ୍କରଣ ଅଟେ । ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଥମ ମ୍ୟାଚ ୪ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଏହାପରେ ୬ତାରିଖରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ମୁକାବିଲା ହେବ । ପାକିସ୍ତାନ ପରେ ଭାରତୀୟ ଟିମ୍ ୯ଅକ୍ଟୋବାରରେ କ୍ବାଲିଫାୟର-୧ ଟିମ୍ ଏବଂ ୧୩ଅକ୍ଟୋବରରେ ୬ଥରର ଚାମ୍ପିୟନ ଅଷ୍ଟେ୍ରଲିୟା ସହ ଖେଳିବ । 

ଆଇସିସି ନିଜ ପୋଷ୍ଟରେ କହିଛି କି, ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଟିମ୍ ୪ଗ୍ରୁପ ମ୍ୟାଚ୍ ଖେଳିବ । ପ୍ରତ୍ୟେକ ଗ୍ରୁପରେ ଶୀର୍ଷ ୨ଦୁଇ ଟିମ୍ ୨୦ଅକ୍ଟୋବରରେ ଢାକାରେ ଫାଇନାଲ ପୂର୍ବରୁ ୧୭ ଏବଂ ୧୮ଅକ୍ଟୋବରରେ ହେବାକୁ ଥିବା ସେମିଫାଇନାଲରେ ପହଞ୍ଚିବ । ଆଇସିସି କହିଛି କି , ଢାକା ଏବଂ ସିଲହଟରେ ୧୯ଦିନରେ ୨୩ମ୍ୟାଚ୍ ଖେଳାଯିବ । ସେମିଫାଇନାଲ ଏବଂ ଫାଇନାଲ ଉଭୟଙ୍କ ଲାଗି ରିଜର୍ଭ ଡେ ରହିବ ।

କ୍ବାଲିଫାଇଂ ଇଭେଣ୍ଟରେ ଦୁଇ ଫାଇନାଲିଷ୍ଟ ଆସିବା ପରେ ଉଭୟ  ଟିମ୍ ମୁଖ୍ୟ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବେ । ଆୟରଲ୍ୟାଣ୍ଡ, ୟୁଏଇ, ଶ୍ରୀଲଙ୍କା ଏବଂ ସ୍କଟଲ୍ୟାଣ୍ଡ ରେସ ରେ ଅଛି । ପ୍ରଥମ ସେମିଫାଇନାଲରେ ଆୟରଲ୍ୟାଣ୍ଡର ମୁକାବିଲା ସ୍କଟଲ୍ୟାଣ୍ଡ ସହ ହେବ ଯାହାକି ଦ୍ବିତୀୟ ସେମିଫାଇନାଲରେ ୟୁଏଇର ସାମ୍ନା ଶ୍ରୀଲଙ୍କା ସହ ହେବ । ଉଭୟ ମ୍ୟାଚ ରବିବାର (୫ମଇ)ରେ ଆବୁ ଧାବିର ଶେଖ ଜାୟଦ ଷ୍ଟାଡିମୟରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.