ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁ ବର୍ଷ ପରେ ୨୦୧୧ ବିଶ୍ବକପ୍ ଟ୍ରଫି ଦେଖି କ‘ଣ ଭାବୁଥିଲେ ଧୋନି ? ମାହି କହିଲେ ମନର କଥା

ନୂଆଦିଲ୍ଲୀ,୪।୫: ନିକଟରେ ୨୦୧୧ ବିଶ୍ବକପ୍ ଟ୍ରଫି ସହ କ୍ୟାପଟେନ୍ କୁଲ ଧୋନିଙ୍କ ଏକ ଫଟୋ ଦେଖିବାକୁ ମିଳିଥିଲା।  ଟ୍ରଫି ଦେଖି ଧୋନି  କ’ଣ ଭାବୁଥିଲେ ବୋଲି  ଅନେକଙ୍କ ମନରେ ପ୍ରଶ୍ନ ଥିଲା ? ଏନେଇ ନିଜେ ଖୁଲସା କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ନିକଟରେ ଏକ କାର୍ଯ୍ୟକ୍ରମରେ ଧୋନିଙ୍କୁ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା ସେ ଏହାର ଜବାବ୍ ଦେଇଥିଲେ। କିଛି ଦିନ ତଳେ ଚେନ୍ନାଇ ସୁପର କିଙ୍ଗ ଟିମ୍ ମୁମ୍ବାଇରେ ନିଜର  ପ୍ରଥମ ଆଇପିଏଲ ମ୍ୟାଚ୍ ଖେଳିବାକୁ ପହଁଞ୍ଚିଥିଲା। ଏହି ସମୟରେ ଧୋନି ବିସିସିଆଇ ମୁଖ୍ୟାଳୟରେ ପହଁଞ୍ଚିଥିଲେ। ସେତେବେଳେ ଧୋନିଙ୍କ ୨୦୧୧ ବିଶ୍ବକପ୍ ଟ୍ରଫି ସହିତ ଫଟୋ ଦେଖିବାକୁ ମିଳିଥିଲା। ଟ୍ରଫିକୁ ଛୁଇଁ ଧୋନିଙ୍କର ପୁରୁଣା ସ୍ମୃତି ଭିତରେ ହଜି ଯାଇଥିବାର ନଜର ଆସିଥିଲେ।

ଯେଉଁ ଭିଡିଓ ସାମନାକୁ ଆସିଛି, ସେଥିରେ ଧୋନି କୌଣସି କାର୍ଯ୍ୟକ୍ରମରେ  ଷ୍ଟେଜ୍‌ରେ ବସିଛନ୍ତି। ତାଙ୍କ ସହିତ ଡ୍ରଭେନ୍ ବ୍ରାଭୋ ମଧ୍ୟ ଅଛନ୍ତି। ଏହି ସମୟରେ ଆଙ୍କର ଧୋନିଙ୍କୁ ପ୍ରଶ୍ନ ପଚାରନ୍ତି କ’ଣ ନିକଟରେ ଆପଣ ୨୦୧୧ ବିଶ୍ବକପ୍‌ ଟ୍ରଫିକୁ ରିଭିଜିଟ୍ କରିଥିଲେ ? ଏହାକୁ ଛୁଇଁଥିବା ବେଳର ଫଟୋ ସାମନାକୁ ଆସିଥିଲା। ଏହି ସମୟରେ ସବୁଠାରୁ ପ୍ରଥମେ ଆପଣଙ୍କ ମନରେ କ’ଣ ଭାବନା ଆସିଥିଲା ? ଜବାବ୍ ଦେବା ପୂର୍ବରୁ ଧୋନି କାର୍ଯ୍ୟକ୍ରମରେ ଥିବା ଲୋକଙ୍କୁ ପଚାରିଥିଲେ, ଏହି ପ୍ରଶ୍ନ କାହାର ? ତା ପରେ ଦର୍ଶକଙ୍କ ଭିତରୁ ବହୁ ଲୋକ ହାତ ଉଠାଇଥିଲେ। 

ଏହାପରେ ଧୋନୀ କହିଥିଲେ, ନିକଟରେ ବିସିସିଆଇ ଅଫିସ ପହଁଞ୍ଚିଥିଲେ। ସେଠାରେ କିଛି ରିନୋଭେସନ୍ କାମ ହୋଇଥିଲା। ଆମେ ଯେତେବେଳେ ସେଠାରେ ପହଁଞ୍ଚି ଦେଖିଥିଲୁ କ’ଣ କ’ଣ କାମ ହୋଇଛି ? ଆଉ ବାକି କ’ଣ ରହିଯାଇଛି ? ବିଲ୍ଡିଂର ଟପ୍ ଫ୍ଲୋରରେ ସବୁ ଆଇସିସି ଟ୍ରଫି ରଖାଯାଇଛି, ଯାହା ଭାରତ ଜିତିଛି। ଧୋନି କହିଥିଲେ ସେଠାରେ ଯେତେ ଟ୍ରଫି ଥିଲା, ତାହା ସବୁ ସିଧା ଥିଲା। କିନ୍ତୁ ମୋତେ ଲାଗିଥିବା ୨୦୧୧ ବିଶ୍ବକପ୍ ଟ୍ରଫି ଟିକେ ତେରଛା ଅଛି। ତାକୁ ମୁଁ ଠିକ୍ କରୁଥିଲି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.