ପ୍ରମୁଖ ଖବର
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ୟାରିସ ଅଲିମ୍ପିକ୍ସ ଆଉ ୮୩ ଦିନ: ଇଂରାଜୀ ନୁହଁ, ଫ୍ରେଞ୍ଚ୍‌ ଭାଷାକୁ ଦିଅ ଗୁରୁତ୍ୱ

ପ୍ୟାରିସ,୦୪/୦୫: ପ୍ୟାରିସ ଅଲିମ୍ପିକ୍ସକୁ  ଆଉ ୮୩ ଦିନ ବାକି ରହିଥିବାବେଳେ ନୂଆ ନୂଆ  ଘଟଣା ଏବେ କ୍ରୀଡ଼ା ଆୟୋଜକଙ୍କ ପାଇଁ ଆହ୍ୱାନ  ପାଲଟିଛି । ପୂର୍ବରୁ ଫ୍ରାନ୍ସ ସରକାର ଉଭୟ ସରକାରୀ  ଓ ବେସରକାରୀ କର୍ମଚାରୀମାନଙ୍କୁ ‘ଅଲିମ୍ପିକ୍ସ ବୋନସ’  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ  ହୋଇ ନଥିବାରୁ କର୍ମଚାରୀମାନେ ଧର୍ମଘଟ କରୁଛନ୍ତି ।  

ସେମିତି ମଧ୍ୟପ୍ରାଚ୍ୟରେ ପରିବେଶ ଅଶାନ୍ତ ରହିଥିବାରୁ  ସୁରକ୍ଷା ଦୃଷ୍ଟିରୁ ଉଦ୍‌ଘାଟନୀ ଉତ୍ସବ କେଉଁଠି ଆୟୋଜିତ  ହେବ ତାହା ଏକ ବଡ଼ ପ୍ରଶ୍ନ। ପୁଣି କ୍ରୀଡ଼ା ସମୟରେ ଇଂରାଜୀ ଭାଷାର ବହୁଳ ବ୍ୟବହାରକୁ  ଫ୍ରାନ୍ସ ସଂସଦର ନିମ୍ନ ସଦନରେ ସାଂସଦମାନେ  ବିରୋଧ କରିଛନ୍ତି । ଇଂରାଜୀ ଅପେକ୍ଷା ଯେତେଦୂର  ସମ୍ଭବ ଅଧିକରୁ ଅଧିକ ଫ୍ରେଞ୍ଚ୍‌ ଭାଷା କ୍ରୀଡ଼ା ସମୟରେ  ବ୍ୟବହୃତ ହୁଏ, ଏହାକୁ ନେଇ ନିମ୍ନ ସଦନରେ  ଏକ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡ଼ା ଆୟୋଜକ,  କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ସାମ୍ବାଦିକମାନଙ୍କୁ  ଫ୍ରେଞ୍ଚ ଭାଷା ବ୍ୟବହାର କରିବାକୁ କୁହାଯାଇଛି । 

ସାଂସଦ ଆନି ଜେନେଭାର୍ଡ କହିଛନ୍ତି, ‘ଅଲିମ୍ପିକ୍ସ  କ୍ରୀଡ଼ା ଆମ ଭାଷାର ପ୍ରଭାବକୁ ହ୍ରାସ କରୁଛି ।'  କ୍ରୀଡ଼ାର ସ୍ଲୋଗାନ, ବିଜ୍ଞାପନ ଓ ଘୋଷଣା ପତ୍ର  ପ୍ରଭୃତିରେ ଇଂରାଜୀ ଭାଷାର ବ୍ୟବହାର ହେଉଛି ।  ସଂସଦରେ ବିତର୍କ ସମୟରେ ସାଂସଦମାନେ  ଏହା ଉପରେ ଆଲୋଚନା କରିଥିଲେ ।  

୧୯୯୪ ମସିହାରେ ଫ୍ରେଞ୍ଚ ଭାଷାର ସୁରକ୍ଷା  ପାଇଁ ସଂସଦରେ ଏକ ସ୍ୱତନ୍ତ୍ର ଆଇନ ପାରିତ  ହୋଇଥିଲା । ଯାହାକୁ ‘ଟୌବୋନ ଲ’ ବୋଲି କୁହାଯାଏ । ଏହି ଆଇନ ଅନୁସାରେ,  ବିଜ୍ଞାପନ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ  ଘୋଷଣା ଇତ୍ୟାଦିରେ ଫ୍ରେଞ୍ଚ ଭାଷା  ବ୍ୟବହାର ହେବା ବାଧ୍ୟତାମୂଳକ ରହିଛି । 

କିନ୍ତୁ ଅଲିମ୍ପିକ୍ସ କ୍ରୀଡ଼ା ଆରମ୍ଭ  ହେବା ଦିନରୁ ଇଂରାଜୀର ପ୍ରାଧାନ୍ୟ ରହି  ଆସିଛି । ବିଦେଶୀ କ୍ରୀଡ଼ାବିତ ଓ ପର୍ଯ୍ୟଟକମାନେ  ଭାବ ବିନିୟମର ଏକ ମାତ୍ର ମାଧ୍ୟମ ଏହା ପାଲଟିଛି ।  ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନଦାତାମାନେ  ମଧ୍ୟ ଇଂରାଜୀକୁ ଗୁରୁତ୍ୱ ଦେଇଥାନ୍ତି ।  

ସେନ ନଦୀ ଜଳର ପରିଷ୍କାର ପ୍ରକ୍ରିୟା ଆରମ୍ଭ

ପ୍ରଥମ ଥର ଆୟୋଜକ ଫ୍ରାନ୍ସ  ଖୋଲା ଆକାଶ ତଳେ ଅଲିମ୍ପିକ୍ସ କ୍ରୀଡ଼ାର  ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରିବାକୁ  ଯାଉଛି । ସେନ ନଦୀରେ ଏହି ଉତ୍ସବ  ଆୟୋଜିତ ହେବ । କିଛି ଜଳ କ୍ରୀଡ଼ାର  ଇଭେଣ୍ଟ ମଧ୍ୟରେ ନଦୀରେ ଆୟୋଜିତ  ହେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ନଦୀ ଦଳ  ଦୂଷିତ ଥିବାରୁ ଏଠାରେ ପ୍ରତିଯୋଗିତା ଆୟୋଜନ  ସମ୍ଭବ କି ନୁହେଁ ସେ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ  ନଦୀ ପାଣିକୁ ପରିଷ୍କାର କରାଯିବାର ପ୍ରକ୍ରିୟା ଇତି  ମଧ୍ୟରେ ଆରମ୍ଭ ହୋଇ ଯାଇଛି । ଆଗାମୀ ଦୁଇ  ସପ୍ତାହ ମଧ୍ୟରେ ପାଣିକୁ ପ୍ରଦୂଷଣ ମୁକ୍ତ କରାଯିବ  ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

ଶେଷ ଥର ୧୯୨୪ରେ ପ୍ୟାରିସରେ ଅଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ହୋଇଥିଲା । ପୁଣି ଦୀର୍ଘ ୧୦୦  ବର୍ଷ ପରେ ପ୍ୟାରିସକୁ କ୍ରୀଡ଼ା ଫେରିଛି । ନଦୀରେ  ଭାସମାନ ମଞ୍ଚରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ  କରାଯିବ । ଦୀର୍ଘ ୬ କି.ମି ଏହା ଯାତ୍ରା କରିବ ।  ଉଦ୍‌ଘାଟନୀ ପରେଡରେ ୧୦୫୦୦ ଖେଳାଳି ଭାଗ  ନେବେ । ସେମିତି ପୂର୍ବରୁ ୬ ଲକ୍ଷ ଦର୍ଶକ ଉତ୍ସବର  ପ୍ରତ୍ୟକ୍ଷ ଆନନ୍ଦ ନେବେ ବୋଲି ଆୟୋଜକ ଯୋଜନା  ରଖିଥିଲେ । କିନ୍ତୁ ଏହାକୁ ୩ ଲକ୍ଷକୁ ହ୍ରାସ କରାଯିବ  ବୋଲି ‘ଫ୍ରାନ୍ସ୨୪’ ତା’ର ରିପୋର୍ଟରେ ଦର୍ଶାଇଛି ।  ‘କ୍ରୀଡ଼ା ଆୟୋଜନକୁ ନେଇ ଆମେ ଆମର ଯୋଜନା  ଅନୁସାରେ କାର୍ଯ୍ୟ ଜାରି ରଖିଛୁ । ଯଦି କୌଣସି  ସମସ୍ୟା ଦେଖାଦିଏ, ତେବେ ପ୍ଲାନ ବି ଏବଂ  ସି’ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ମାକ୍ରମ କହିଥିଲେ । 

ଉଦ୍‌ଘାଟନୀ ଉତ୍ସବର ୫ ଘଣ୍ଟା ପୂର୍ବରୁ ପ୍ୟାରିସର  ଆକାଶ ମାର୍ଗକୁ ବନ୍ଦ କରିଦିଆଯିବ । ଏହି ଅଞ୍ଚଳରେ  ‘ଆଣ୍ଟି ଡ୍ରୋନ୍‌ ପ୍ରୋଟୋକଲ’ ବ୍ୟବସ୍ଥା ରହିବ ।  ଆସନ୍ତା ଜୁଲାଇ ୨୬ ତାରିଖରେ ପ୍ୟାରିସ ଅଲିମ୍ପିକ୍ସର  ଉଦ୍‌ଘାଟନୀ ଉତ୍ସବ ରହିଛି । କ୍ରୀଡ଼ା ଅଗଷ୍ଟ ୧୧ ତାରିଖରେ  ଉଦ୍‌ଯାପିତ ହେବ । ପୂର୍ବରୁ ୧୯୭୨ ଏବଂ ୧୯୯୬  ଅଲିମ୍ପିକ୍ସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.