ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ କୋଲକାତାକୁ ଭେଟିବ ଲକ୍ଷ୍ନୌ, ନାଇଟ୍‌ ରାଇଡର୍ସ ପାଇଁ ଶୀର୍ଷ ସ୍ଥାନ ସୁଯୋଗ

ଲକ୍ଷ୍ନୌ, ୦୫/୦୫: ରବିବାର ରାତ୍ରି  ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଓ  ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପରସ୍ପରକୁ ଭେଟିବେ।  ଚଳିତ ଆଇପିଏଲର ଏହି ୫୪ତମ ଲିଗ୍‌ ମୁକାବିଲା ତୀବ୍ର ସଂଘଷପୂର୍ଣ୍ଣ ହେବା ଆଶା କରାଯାଉଛି । ନାଇଟ୍‌ ରାଇଡର୍ସ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇ ପାରିବ ଓ ରାଜସ୍ଥାନ ରୟାଲ୍ସ ସହ ପ୍ଲେ- ଅଫ୍‌ରେ ପହଞ୍ଚି ଯିବ । ସୁପରଜାଏଣ୍ଟ୍‌ସ ଜିତିଲେ  ନାଇଟ୍‌ ରାଇଡର୍ସକୁ ପଛରେ ପକାଇ ପଏଣ୍ଟ  ତାଲିକାର ଦ୍ୱିତୀୟକୁ ଉନ୍ନୀତ ହୋଇପାରିବ । 

ଉଭୟ ଦଳ ଗତ ମାସ ୧୪ ତାରିଖରେ ପରସ୍ପରକୁ ଭେଟିଥିଲେ । ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌କୁ ନାଇଟ ରାଇଡର୍ସ  ୮ ୱିକେଟ୍‌ରେ ଜିତିଥିଲା । ମାତ୍ର ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ  ୩ଟି ଯାକ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ  ବିଜୟୀ ହୋଇଥିଲା । ରବିବାର ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ସୁପରଜାଏଣ୍ଟ୍‌ସର  ପଲା ଭାରି ରହିବା ଆଶା କରାଯାଉଛି ।  

ନାଇଟ୍‌ ରାଇଡର୍ସ ମାତ୍ର ଦିନକ ତଳେ  ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ଶନିବାର ମୁମ୍ବାଇରୁ ଲକ୍ଷ୍ନୌ ଯାତ୍ରା କରିବା ପରେ ଦଳ ବିଶ୍ରାମ ନେଇଛି । ରବିବାର ଯାହା ଟସ୍‌ ପୂର୍ବରୁ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ  ପଟରେ ସୁପରଜାଏଣ୍ଟ୍‌ ଗତ ରବିବାର ଦିନ  ଶେଷ ମ୍ୟାଚ୍‌ ଖେଳିଥିଲା ଓ ମୁମ୍ବାଇ ଇଣ୍ଡିଆନ୍ସକୁ  ହରାଇଥିଲା । ଇତି ମଧ୍ୟରେ ଦଳ ୭ଦିନ ବିଶ୍ରାମ  ସମୟ ପାଇଛି । ଦଳର ମନୋବଳ ସୁଦୃଢ ରହିଛି । ରବିବାର ସୁସ୍ଥ ଓ ଶାନ୍ତ ମନରେ  ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଦଳ ଅପେକ୍ଷା କରିଛି । 

ଉଭୟ ଦଳରେ ଗୋଟିଏ ଲେଖାଏଁ  ପରିବର୍ତ୍ତନ ହୋଇପାରେ । ସୁପରଜାଏଣ୍ଟ୍‌ସର ପେସ୍‌ ବୋଲିଂ ବିସ୍ମୟ ମୟଙ୍କ ଯାଦବ  ପୁନର୍ବାର ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ମାଟ୍‌ ହେନରୀ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ଶୃଙ୍ଖଳା ଭଙ୍ଗ କରି  ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିବା ପେସ୍‌ ବୋଲର ହର୍ଷିତ ରାଣା ନାଇଟ୍‌ ରାଇଡର୍ସ ଏକାଦଶକୁ ଫେରିବେ । ଫଳରେ ବୈଭବ  ଆରୋରା ଏକାଦଶରୁ ବାଦ ପଡ଼ିବେ । 

ରବିବାର ମିଚେଲ ଷ୍ଟାର୍କ ଓ କେ  ଏଲ ରାହୁଲଙ୍କ ମଧ୍ୟରେ ଜୋରଦାର ଲଢ଼େଇ  ଦେଖିବାକୁ ମିଳିପାରେ । ଷ୍ଟାର୍କ ଗତ ମୁମ୍ବାଇ  ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇ  ଲୟକୁ ଫେରିଛନ୍ତି । ରବିବାର ଏକାନ୍ନା ଷ୍ଟାଡ଼ିୟମରେ ସେ ଘାତକ ବୋଲିଂ କରିବେ  ବୋଲି ଆଶା କରାଯାଉଛି । ସୁପରଜାଏଣ୍ଟ୍‌ସ  ମଧ୍ୟ ଚମତ୍କାର ଫର୍ମରେ ଥିବା ମାର୍କସ ଷ୍ଟଇନିସଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । 

ଏକାନ୍ନା ଷ୍ଟାଡ଼ିୟମ୍‌ ପିଚ୍‌ ସ୍ପିନରଙ୍କୁ ସହାୟତା କରୁଛି । ତଥାପି ବ୍ୟାଟରମାନେ  ଏଠାରେ ସତର୍କତାର ସହ ବ୍ୟାଟିଂ କଲେ ଫାଇଦା ଉଠାଇ ପାରିବେ। ଉଭୟ ଦଳରେ ଦକ୍ଷ ସ୍ପିନର ରହିଥିବାରୁ ରବିବାର ପିଚ୍‌  ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । 

ସମ୍ଭାବ୍ୟ ଏକାଦଶ

ସୁପରଜାଏଣ୍ଟ୍‌ସ : କେଏଲ  ରାହୁଲ(ଅଧିନାୟକ), ଆର୍ଶିନ କୁଲକର୍ଣ୍ଣୀ, ମାର୍କସ  ଷ୍ଟଇନିସ୍‌, ଦୀପକ ହୁଡ଼ା, ନିକୋଲାସ ପୂରନ,  ଆଷ୍ଟନ ଟର୍ଣ୍ଣର, ଆୟୂଷ ବାଦୋନି, କୃନାଲ୍‌ ପାଣ୍ଡ୍ୟା,  ରବି ବିଷ୍ଣୋଇ, ନବୀନ ଉଲ-ହକ୍‌, ମହସିନ  ଖାନ । (ଇମ୍ପାକ୍ଟ ପ୍ଲେୟାର: ମାଟ୍‌ ହେନରୀ) 

ନାଇଟ୍‌ ରାଇଡର୍ସ: ଫିଲ୍‌ ସଲ୍ଟ, ସୁନିଲ ନାରାଏନ, ଅଙ୍ଗକ୍ରିଶ  ରଘୁବଂଶୀ, ଭେଙ୍କଟେଶ ଆୟର, ଶ୍ରେୟାସ  ଆୟର(ଅଧିନାୟକ), ଆନ୍ଦ୍ରେ ରସେଲ,  ରିଙ୍କୁ ସିଂହ, ରମଣଦୀପ ସିଂହ, ମିଚେଲ  ଷ୍ଟାର୍କ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।  (ଇମ୍ପାକ୍ଟ ପ୍ଲେୟାର: ମନୀଷ ପାଣ୍ଡେ)

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.