ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସୁପରକିଙ୍ଗସ୍ କ୍ୟାମ୍ପରେ ଡେୱାଲ୍ଡ ବ୍ରେଭିସ୍, ୨.୨ କୋଟିରେ ଚୁକ୍ତି

Published By : Ankita S | April 19, 2025 8:56 AM

ନୂଆଦିଲ୍ଲୀ,୧୯/୦୪: ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟିଂ ବିସ୍ମୟ ଡେୱାଲ୍ଡ ବ୍ରେଭିସ୍‌ ଆଇପିଏଲ୍‌କୁ ଫେରୁଛନ୍ତି । ଏଥର ସେ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଆଇପିଏଲ୍‌ ଖେଳିବେ । ସୁପରକିଙ୍ଗ୍‌ସ ଆହତ ପେସ୍‌ ବୋଲର ଗୁରଜପନୀତ ସିଂହଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରିଛି । ସେ ୨.୨କୋଟି ଟଙ୍କାରେ ଚୁକ୍ତିବଦ୍ଧ ହୋଇଛନ୍ତି ।

ଗୁରଜପନୀତ ଆହତ ହୋଇ  ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରୁ ବାଦ୍‌ ପଡ଼ିଛନ୍ତି । ସେ ଗୋଟିଏ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲେ । ଗତ ବର୍ଷ ଆଇପିଏଲ୍‌ ମେଗା ନିଲାମରେ ବ୍ରେଭିସ୍‌ଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳ କିଣିବା ପାଇଁ ଆଗ୍ରହ ଦେଖାଇ  ନଥିଲେ । ତାଙ୍କ ମୂଳ ଦର ୭୫ଲକ୍ଷ ଥିଲା । ମାତ୍ର ଗୁରଜପନୀତ  ଆହତ ହେବା ଫଳରେ ତାଙ୍କୁ ଆଇପିଏଲ୍‌ ଖେଳିବାକୁ ସୁଯୋଗ ମିଳିଛି । ସେ ଖୁବଶୀଘ୍ର ସୁପରକିଙ୍ଗ୍‌ସ ଶିବିରରେ ଯୋଗଦେଇ ଅଭ୍ୟାସ କରିବେ । ପୂର୍ବରୁ ଅଧିନାୟକ ଋତୁରାଜ ଗାଏକ୍ୱାଡ଼ ଆହତ ହୋଇ ବାଦ୍ ପଡିଛନ୍ତି । ମହେନ୍ଦ୍ର ସିଂହ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି ।

ଅଧିକ ପଢନ୍ତୁ...IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ

ବ୍ରେଭିସ୍‌ ପୂର୍ବରୁ ୨୦୨୨ ଓ ୨୦୨୪ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସଦସ୍ୟ ରହିଥିଲେ । ଉଭୟ ସିଜନରେ  ସେ ୧୦ଟି ମ୍ୟାଚ୍‌ ଖେଳି ୨୩୦ରନ୍‌ ସଂଗ୍ରହ କରିଥିଲେ । ସେ  ଟି-ଟ୍ୱେଣ୍ଟି ଫର୍ମାଟରେ ୮୧ଟି ମ୍ୟାଚ୍‌ ଖେଳି ୧୭୮୭ ରନ୍‌ ସଂଗ୍ରହ  କରି ସାରିଛନ୍ତି । ତାଙ୍କର ବ୍ୟକ୍ତିଗତ ସ୍କୋର ୧୬୨ ରହିଛି । ଚଳିତ  ବର୍ଷ ସେ ଏମ୍‌ଆଇ କେପ୍‌ ଟାଉନ୍‌ ଦଳକୁ ଏସ୍‌ଏ-୨୦ ଚାମ୍ପିଅନ୍‌  କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଫାଇନାଲ୍‌ରେ  ସେ ୧୮ବଲ୍‌ରୁ ୩୮ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ପ୍ଲେୟାରଙ୍କୁ ବେବି ଏଭି ଡିଭିଲିୟର୍ସ କୁହାଯାଏ ।

ଆଇପିଏଲ ଇତିହାସର ସବୁଠୁ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗସ । ଦଳ ୫ ଥର ଚମ୍ପିଆନ୍ ହୋଇଛି । ଚଳିତ ସିଜିନ୍‌ରେ ଦଳ ଏଯାବତ୍ ୭ଟି ମ୍ୟାଚ ଖେଳି ୨ଟି ଜିତିଛି । ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ତାର ଅଷ୍ଟମ ମ୍ୟାଚ ଖେଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.