ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଇସ୍ରାଏଲ ଏୟାର ଷ୍ଟ୍ରାଇକ ପରେ କଡ଼ା ଭାଷାରେ ନିନ୍ଦା କରିଛି ଇରାନ

Published By : Anindita Ratha | October 27, 2024 10:10 AM

ନୂଆଦିଲ୍ଲୀ,୨୭/୧୦: ଇରାନର ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ପରେ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଭୟଙ୍କର ହୋଇଛି। ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଓ ଇରାନ ନିଜର ଆତ୍ମରକ୍ଷା ପାଇଁ କିଛି ବି କରିବାର ଅଧିକାର ରଖିଥିବା ମଧ୍ୟ ତେହରାନ ପକ୍ଷରୁ କୁହାଯାଇଛି।

ତେବେ ଗୋଟିଏ ବିବୃତିରେ ଇରାନର ବୈଦେଶିକ ମନ୍ତ୍ରୀ ଶନିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣକୁ ଉତ୍ତେଜନା ବୃଦ୍ଧି କରିବାର ପଦକ୍ଷେପ ବୋଲି କହିଛନ୍ତି। ବିବୃତିରେ ବିଦେଶୀ ଆକ୍ରମଣ ଓ ଉତ୍ତେଜନାର ଜବାବ ଦେବାକୁ ଇରାନ ଅଧିକାର ରହିଛି। ଆତ୍ମରକ୍ଷା ପାଇଁ ଜାତିସଂଘ ଚାର୍ଟର ଧାରା ୫୧ରେ ମଧ୍ୟ ଉଲ୍ଲେଖ କରିଛି। ଅସ୍ତ୍ରଶସ୍ତ୍ର ଦ୍ୱାରା ବିଦେଶ ରାଷ୍ଟ୍ର କରୁଥିବା ଆକ୍ରମଣ ବିରୋଧରେ ଗୋଟିଏ ଦେଶ ନିଜର ଆତ୍ମରକ୍ଷା ପାଇଁ ଫୋର୍ସକୁ ବ୍ୟବହାର କରିପାରିବ ବୋଲି ଜାତିସଂଘ ଚାର୍ଟରରେ ଉଲ୍ଲେଖ ଥିବା କହି ଇରାନ ପରୋକ୍ଷରେ ଆକ୍ରମଣର ଚେତାବନୀ ଦେଇଛି। ଇରାନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସ୍ଥିରତା ପଡ଼ୋଶୀ ଦେଶଗୁଡ଼ିକର ବ୍ୟକ୍ତିଗତ ଓ ସାମୂହିକ ଦାୟିତ୍ୱ ବୋଲି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସେପଟେ ଗାଜା ଓ ଲେବାନନରେ ଇସ୍ରାଏଲାର ଚଳାଇଥିବା ନରସଂହାର ଭିତରେ ଇରାନରେ ଆକ୍ରମଣ କରିବା ଘଟଣାକୁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବାରୁ ଇରାନ ପକ୍ଷରୁ ଉକ୍ତ ବିବୃତିରେ କୃତଜ୍ଞତା ଜଣାଯାଇଛି। ଇସ୍ରାଏଲ ପକ୍ଷରୁ ଆଜି ଇରାନର ଏକାଧିକ ସହରରରେ ଥିବା ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକୁ ତୁର୍କୀ, ଓମାନ, ଇରାକ, ମ୍ୟାଲେସିୟା ଓ ୟୁଏଇ ଭଳି ଦେଶ ଗୁଡ଼ିକ ନିନ୍ଦା କରିଛନ୍ତି।  ଇରାନ ବୈଦେଶିକ ମନ୍ତ୍ରୀ ଜାରି କରିଥିବା ବିବୃତିରେ ଆହୁରି କୁହାଯାଇଛି ଯେ ଇହୁଦୀ ସରକାର ଜବରଦଖଲ, ବେଆଇନ କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାଲେଷ୍ଟାଇବାସୀଙ୍କ ନରସଂହାର ଓ ଲେବାନନରେ ଉତ୍ତଜେନା ଜାରି ରଖିଛି। ଏହାକୁ ଆମେରିକା ଓ ଅନ୍ୟ କିଛି ପଶ୍ଚିମ ଦେଶ ବେଶ ଚତୁରତାର ସହ ସମର୍ଥନ କରୁଛନ୍ତି। ଏହି କାରଣରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଓ ଅସ୍ଥିରତା ବଢ଼ିଛି।ଅନ୍ୟପକ୍ଷରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ସୀମିତ କ୍ଷତି ଘଟିଛି ଓ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଥିବା ଇରାନ ସରକାର ସୂଚନା ଦେଇଛନ୍ତି। ଏହି ଆକ୍ରମଣ କୌଣସି ତୈଳ ଡିପୋ କିମ୍ବା ପରମାଣୁ ଅସ୍ତ୍ର ଠିକଣା ଉପରେ ହୋଇନାହିଁ। କେବଳ ସାମରିକ ବେସକୁ ଟାର୍ଗେଟ କରାଯାଇଥିଲା। ଏୟାର ଡିଫେନ୍ସ ସିଷ୍ଟମ୍‌ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ଟାର୍ଗେଟ୍‌ କରି ତଳକୁ ଖସାଇ ଦେଇଥିବା ଇରାନ କହିଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.