"ଆତ୍ମବିଶ୍ୱାସର ଅଭାବ ଯୋଗୁ ପିଲା ଅନ୍ୟ ସାମ୍‌ନାରେ ନିଜର ମତ ପ୍ରକାଶ କରିପାରି ନଥାଏ ।  ତେଣୁ ତା'ର ପ୍ରତିଭା ବାହାରକୁ ଆସିବା ପରିବର୍ତ୍ତେ ସୁପ୍ତ ହୋଇ ରହିଯାଏ । ଫଳରେ ସେହି  ପିଲା ସମୟ ସହ ତାଳ ଦେଇ ଚାଲି ପାରିନଥାଏ । କିନ୍ତୁ ମା’ମାନେ ଚାହିଁଲେ ଆତ୍ମବିଶ୍ୱାସର ଅଭାବ  ଥିବା ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସକୁ ଜାଗ୍ରତ କରାଇପାରିବେ । ଏଥିପାଇଁ ପ୍ରୟାସ ଆବଶ୍ୟକ ।"

ସମସ୍ୟାର ମୂଳକୁ ଖୋଜନ୍ତୁ: ଆତ୍ମବିଶ୍ୱାସ ହେଉଛି ସେହି  ଆଧାରା, ଯାହା ଉପରେ ଚାଲିବା ଦ୍ୱାରା ପିଲା ନିଜ  ପରିବାର ତଥା ନିଜ କ୍ଷମତା ପ୍ରତି ସମ୍ମାନ ଦେବା  ଶିଖିପାରିବ । ଯେଉଁ ପିଲାମାନଙ୍କଠାରେ ଆତ୍ମବିଶ୍ୱାସର  ଅଭାବ ରହିଥାଏ, ସେମାନେ ନିଜର ଆଲୋଚନା  କରିବା, ବିଫଳତାକୁ ଡରିବା ଓ ଚ୍ୟାଲେଞ୍ଜକୁ ସାମ୍‌ନା  କରିବାକୁ ସାହସ କରିପାରି ନଥାନ୍ତି । ନିଜକୁ ନେଇ  ନକାରାତ୍ମକ ଚର୍ଚ୍ଚା, ହାରିବାର ଭୟ ଓ ଅନ୍ୟର ସହମତି  ବିନା ଆଗକୁ ବଢିବା ବେଳେ ଡର ଲାଗିବା ଆଦି  ହେଉଛି ଆତ୍ମବିଶ୍ୱାସ ଅଭାବର ଲକ୍ଷଣ । ନିଜର  ସମାଲୋଚନା କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ  ହୋଇଥାଏ । ଫଳରେ ବିଫଳତାର ଭୟ କିଛି ନୂଆ  କରିବାଠାରୁ ଦୂରେଇ ରଖିଥାଏ । ମାତାପିତା ଏଭଳି  ଲକ୍ଷଣକୁ ଚିହ୍ନିବା ସହ ପିଲାର କମୁଥିବା ଆତ୍ମବିଶ୍ୱାସକୁ  ବଢାଇବା ପାଇଁ ସହାୟତା କରିପାରିବେ ।  

ପ୍ରୟୋଗ କରନ୍ତୁ ଟେକ୍ନୋଲୋଜି: ପିଲାଙ୍କ ଭିତରେ  କମୁଥିବା ଆତ୍ମବିଶ୍ୱାସକୁ ବିକଶିତ କରିବା ଦିଗରେ  ମାତାପିତା ସମସ୍ୟାର ସମାଧାନ ପାଇଁ ପ୍ରୋତ୍ସାହିତ  କରିପାରିବେ । ଏଥିପାଇଁ ପିଲାମାନେ ଉଠାଉଥିବା  ପଦକ୍ଷେପକୁ ପ୍ରଶଂସା କରିବା ସହ ଲକ୍ଷ୍ୟ ନିର୍ଦ୍ଧାରିତ  କରିବା ଆବଶ୍ୟକ । ଏଥିପାଇଁ ପ୍ରଥମେ ଛୋଟ ଛୋଟ  ପଦକ୍ଷେପରୁ ଆରମ୍ଭ କରିବା ଉଚିତ୍‌ । ପିଲାଙ୍କୁ ନିର୍ଣ୍ଣୟ  ନେବାର ଅଧିକାର ଦିଅନ୍ତୁ, ଯାହା ଦ୍ୱାରା ପିଲାର  ଏହି କ୍ଷମତା  ବଢିପାରିବ । ପିଲାର ପରିଶ୍ରମକୁ  ଚିହ୍ନନ୍ତୁ, ସଫଳତାରେ ଖୁସି ହୁଅନ୍ତୁ । ଏପରି କରିବା  ଦ୍ୱାରା ପିଲା ଭିତରେ ବିକାଶ କରିବାର ମାନସିକତାକୁ  ପ୍ରୋତ୍ସାହନ ମିଳିପାରିବ । କୌଣସି ବଡ଼ କାମକୁ ଛୋଟ  ଛୋଟ ଭାଗରେ ବାଣ୍ଟି ଦିଅନ୍ତୁ । ଏପରି କରିବା ଦ୍ୱାରା  ଛୋଟ ଛୋଟ ସଫଳତାକୁ ପିଲା ବାରମ୍ବାର ଅନୁଭବ  କରିପାରିବ । ଫଳରେ ତା' ଭିତରେ ପ୍ରତି ସଫଳତା  ସହ ଆତ୍ମବିଶ୍ୱାସ ବଢିଚାଲିବ ।  

ଘରେ ରଖନ୍ତୁ ସକାରାତ୍ମକ ପରିବେଶ: ଘରର  ପରିବେଶ ପିଲାର ଆତ୍ମବିଶ୍ୱାସ ଓ ଆତ୍ମ-ସମ୍ମାନ  ଉପରେ ଖୁବ୍‌ ପ୍ରଭାବ ପକାଇଥାଏ । ମନୋବିଜ୍ଞାନୀଙ୍କ  କହିବା କଥା ଘର ଏମିତି ଏକ ଜାଗା, ଯେଉଁଠାରେ  ପିଲା ବିନା ଭୟ ଓ ସଙ୍କୋଚରେ ବିଚାରକୁ ବ୍ୟକ୍ତ  କରିପାରିଥାଏ । ତେଣୁ ପରିବାର ଭିତରେ ପିଲାକୁ  ସେତିକି ସ୍ୱାଧୀନତା ରହିବା  ଆବଶ୍ୟକ, ଯାହାଦ୍ୱାରା ସେ ନିଜର ଭାବନା ଓ  ବିଚାରକୁ ବିନା ଦ୍ୱନ୍ଦ୍ୱରେ କହିପାରିବ । ଏପରି କରିବା  ଦ୍ୱାରା ତା’ ଭିତରେ ନମନୀୟତା ବିକଶିତ ହୋଇଥାଏ ।  ଫଳରେ ସମାଜର ବିଭିନ୍ନ ନୂଆ ନୂଆ ଚ୍ୟାଲେଞ୍ଜକୁ  ଗ୍ରହଣ କରିବା ତା’ ପାଇଁ ସହଜ ହୋଇପଡିଥାଏ ।  ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରିବାରର  ମାହୋଲକୁ ସକାରାତ୍ମକ ରଖିବା ଆବଶ୍ୟକ ।  

ବିଶେଷ ଧ୍ୟାନ ଦିଅନ୍ତୁ...

 „ ପିଲାର ଅତ୍ୟଧିକ ତାରିଫ କରନ୍ତୁ ନାହିଁ ।  ନଚେତ୍‌ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇପଡିବ । 

„ ଏମିତି ମାହୋଲ ଦିନ୍ତୁନାହିଁ, ଯେପରି ସେ  କୌଣସି ନିଷ୍ପତ୍ତି ନେବା ସମୟରେ ଅନ୍ୟର  ସହମତିକୁ ଅପେକ୍ଷା କରିବ ।  

„ ବ୍ୟକ୍ତିତ୍ୱକୁ ବିକଶିତ କରିବା ପାଇଁ ତାକୁ  ବିଫଳତାକୁ ସାମ୍‌ନା କରିବା ଶିଖାନ୍ତୁ ।  

„ ପିଲାର ଛୋଟ ଛୋଟ ପ୍ରଗତିକୁ ମଧ୍ୟ ଚିହ୍ନଟ  କରନ୍ତୁ । ସେହି କ୍ଷେତ୍ରରେ ଆଗେଇବାକୁ ଦିଅନ୍ତୁ ।