ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏହି ଇସଲାମିକ୍ ଦେଶରେ ମହିଳାଙ୍କୁ ମୁହଁ ଘୋଡାଇବା ମନା, ହିଜାବ ଉପରେ ବ୍ୟାନ୍ ଲଗାଇଲେ ରାଷ୍ଟ୍ରପତି

Published By : Harapriya Biswal | July 1, 2025 4:22 PM

ନୂଆଦିଲ୍ଲୀ,୧।୭: ମୁସଲମାନ ବହୁଳ ଦେଶ କାଜାଖସ୍ତାନରେ ନୂଆ ଆଇନ୍। ହିଜାବ ଉପରେ ଲାଗିଲା ବ୍ୟାନ୍।  ରାଷ୍ଟ୍ରପତି କାସିମ୍ ଜୋମାର୍ଟ ତୋକାୟେଭ ନୂତନ ଆଇନ ଉପରେ ଲଗାଇଛନ୍ତି ମୋହର। ଇସଲାମିକ୍ ଦେଶରେ ହିଜାବ ପ୍ରଚଳନ ଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ଖୁବ୍ ଗୁରୁତ୍ବପୂର୍ଣ୍ଣ।ସୋମବାର ଏହି ଆଇନ ଉପରେ ସେ ଲଗାଇଛନ୍ତି ମୋହର । ଫଳରେ କାଜାଖସ୍ତାନର ମହିଳାମାନେ ସାର୍ବଜନୀନ ସ୍ଥାନରେ ମୁହଁ ଘୋଡ଼ାଇବେ ନାହିଁ।  

କାଜାଖସ୍ତାନ ସରକାର କହିଛନ୍ତି ହିଜାବ ପିନ୍ଧିବା ଦ୍ବାରା ଫେସିଆଲ ରିକଗନେସନ୍ ଟେକ୍ନୋଲୋଜି କାମ କରେନି, ଯାହାକି ବହୁ ସ୍ଥାନରେ ଜରୁରୀ। ସୋଭିଏତ୍ ୟୁନିଅନର ଏକ ଅଂଶ ଥିବା କାଜାଖସ୍ତାନ ସରକାରଙ୍କ ଏହି ନିର୍ଦ୍ଦେଶ ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ ଦେଶର ୭୦ ପ୍ରତିଶତ ଜନସଂଖ୍ୟା ଇସଲାମ ଧର୍ମ ଗ୍ରହଣ କରନ୍ତି। ସାରା ବିଶ୍ୱରେ ମୁସଲିମ ମହିଳାଙ୍କ ଏକ ବଡ଼ ବର୍ଗ ମଧ୍ୟରେ  ହିଜାବ୍ ପିନ୍ଧିବା  ଧାରା ଦେଖାଯାଏ। ଏପରି  ସ୍ଥିତିରେ, କାଜାଖସ୍ତାନ ସରକାରଙ୍କ ନିଷ୍ପତ୍ତି ଦେଶର ଧାର୍ମିକ ସଂଗଠନଗୁଡ଼ିକ ପକ୍ଷରୁ ବିରୋଧର ସମ୍ମୁଖୀନ ହୋଇପାରେ। ତଥାପି, ଆଇନରେ କୌଣସି ଧର୍ମ କିମ୍ବା ଧାର୍ମିକ ପୋଷାକ ସିଧାସଳଖ ଉଲ୍ଲେଖ କରାଯାଇ ନାହିଁ।

 

ମଧ୍ୟ ଏସୀୟ ଦେଶରେ ଗତ କିଛି ସମୟ ହେବ ବୁର୍ଖା ଓ ହିଜାବ ଭଳି ପରିଧାନ ଉପରେ କଟକଣା ରହିଛି। କାଜାଖସ୍ତାନ ମଧ୍ୟ ଏଥିରେ ସାମିଲ ହୋଇଯାଇଛି। କାଜାଖସ୍ତାନର ନୂଆ ଆଇନ  ଅନୁସାରେ, ଏଭଳି କପଡା ଯାହାଦ୍ବାରା ମୁହଁକୁ ଚିହ୍ନଟ କରିହେବନି। ତାକୁ ସାର୍ବଜନୀନ ସ୍ଥାନରେ ପିନ୍ଧିବାର ଅନୁମତି ଦିଆନଯାଉ। ତେବେ କିଛି ମାମଲାରେ ଏହି ଆଇନ କାର୍ଯ୍ୟକାରୀ ହୋଇନପାରେ। ଯେପରିକି ସ୍ବାସ୍ଥ୍ୟଗତ ସମସ୍ୟା, ଖରାପ ପାଣିପାଗ, ଖେଳ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଆଇନ ଲାଗୁ ହେବନି। କାଜାଖସ୍ତାନ ରାଷ୍ଟ୍ରପତି କହିଛନ୍ତି, ଏଭଳି ହିଜାବ ନପିନ୍ଧି ରାଷ୍ଟ୍ରୀୟ ଶୈଳୀର କପଡା ପିନ୍ଧିବା ଖୁବ୍ ଜରୁରୀ। ଆମର ଜାତୀୟ ପରିଧାନ ଆମର ପରିଚୟର ସୁନ୍ଦରାତାକୁ ଦର୍ଶାଇଥାଏ। ତେଣୁ ଏହାକୁ ପ୍ରୋତ୍ସାହନ ଦେବା ଦରକାର। ତେବେ ଏହା ପ୍ରଥମ ଥର ନୁହେଁ, ଯେବେ କଜାକିସ୍ତାନ ସରକାର ଧର୍ମୀୟ ପରିଧାନ ଉପରେ କଟକଣା ଲଗାଇଛନ୍ତି। ଏହା ପୂର୍ବରୁ ୨୦୨୩ ରେ ସରକାର ସ୍କୁଲରେ ହିଜାବ ପିନ୍ଧିବାକୁ ବ୍ୟାନ୍ କରିଥିଲେ। ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲକୁ ହିଜାବ ପିନ୍ଧି ଆସିବାକୁ ମନା କରାଯାଇଥିଲା। ଯାହାକୁ ନେଇ ଖୁବ୍ ବିରୋଧ ହୋଇଥିଲା। ଏଭଳି କରି କାଜାଖସ୍ତାନ ସରକାର ନିଜର ନିଷ୍ପତ୍ତିକୁ ଧର୍ମ ନିରପେକ୍ଷ ରଖିବା ଓ ଚରମପନ୍ଥୀ ପ୍ରବୃତ୍ତିରୁ ରକ୍ଷା ପାଇବା ଉପରେ ଦର୍ଶାଉଛି। କିନ୍ତୁ ଆଲୋଚକଙ୍କ ମତରେ ଏହାଦ୍ବାରା ଧାର୍ମିକ ସ୍ବତନ୍ତ୍ରତା ଉପରେ ପ୍ରଭାବ ପଡିପାରେ। ଆଗାମୀ ସମୟରେ ଏହି ଆଇନ ସାମାଜିକ ବିତର୍କ ଓ ରାଜନୈତିକ  ପ୍ରତିକ୍ରିୟାର ବିଷୟ ପାଲଟିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.