ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୫ ଦେଶ, ୮ ଦିନ… ସବୁଠାରୁ ଲମ୍ବା ରାଜନୈତିକ ଯାତ୍ରାରେ ବାହାରିବେ ପିଏମ୍ ମୋଦି

Published By : Harapriya Biswal | July 1, 2025 5:11 PM

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦିନିଆ କୁଟନୈତିକ ଯାତ୍ରାରେ ବାହାରିବେ। ଏହି ଗସ୍ତ ବେଳେ ସେ ୫ଟି ଦେଶ ଯାତ୍ରା କରିବେ। ପିଏମ୍ ମୋଦିଙ୍କ ଏହି ଗସ୍ତ ଆସନ୍ତା କାଲି ଅର୍ଥାତ ୨ ଜୁଲାଇରୁ ୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଗତ ୧୦ ବର୍ଷରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ସବୁଠାରୁ ଲମ୍ବା ରାଜନୈତିକ ଯାତ୍ରା ହେବାକୁ ଯାଉଛି। ଏହାର ଆରମ୍ଭ ଘାନାରୁ ହେବ, ଯେଉଁଥିରେ ଦକ୍ଷିଣ ଆମେରିକା, କାରବିଆନ୍ ଓ ଆଫ୍ରିକୀୟ ଦେଶ ଉପରେ ଫୋକସ୍ ରହିବ।  ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ,ଘାନା ପରେ ମୋଦି କାରବିଆନ୍ ଦେଶ ତ୍ରିନିନାଦ ଓ ଟୋବେଗୋ ଓ ସେଠାରୁ ଫେରି ଆର୍ଜେଣ୍ଟିନା ଯିବେ। ଆର୍ଜେଣ୍ଟିନା ପରେ ମୋଦି ବ୍ରାଜିଲ ଯିବେ, ସେଠାରେ ୧୭ ତମ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବେ। ଏହି ଯାତ୍ରାର ଶେଷ ପର୍ଯ୍ୟାୟ ନାମ୍ବିଆ ହେବ। 

ଘାନା: ପ୍ରଧାନମନ୍ତ୍ରୀ ହେବାର ୧୦ ବର୍ଷରେ ଏହା ପ୍ରତମ ଥର, ଯେତେବେଳେ ମୋଦି ଘାନା ଯାଉଛନ୍ତି। ଏହାଠାରୁ  ବି ବଡ଼ କଥା ଏହା ଯେ, ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଘାନା ଯାତ୍ରା ହେବ। ଏଠାରେ ପିଏମ୍ ମୋଦି ଭ୍ୟାକସିନ୍ ହବ୍ ଯିବେ। ଏହାପରେ ସେ ଘାନା ସଂସଦକୁ ସମ୍ବୋଧିତ କରିବେ।  

ତ୍ରିନିଦାଦ ଓ ଟୋବେଗୋ : ତ୍ରିନିଦାଦ ଓ ଟୋବେଗୋ ଯାତ୍ରାରେ ପିଏମ୍ ମୋଦି ସ୍ବତନ୍ତ୍ର ଆମନ୍ତ୍ରଣରେ ଯାଉଛନ୍ତି। ଗତ ୨୫ ବର୍ଷରେ ଏହା ପ୍ରଥମ ଥର ହେବ, ଯେତେବେଳେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏଠାକୁ ଯାତ୍ରା କରୁଛନ୍ତି। ଆଶା ରହିଛି ଯେ, ସେଠାରେ ମଧ୍ୟ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।

ଆର୍ଜେଣ୍ଟିନା: ନିଜ ଗସ୍ତର ତୃତୀୟ ଦେଶ ରୂପରେ ପିଏମ୍ ମୋଦି ଆର୍ଜେଣ୍ଟିନା ଯିବେ। ସେଠାକୁ ସେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜୋଭିୟର ମିଲେଇଙ୍କ ନିମନ୍ତ୍ରଣରେ ଯାଉଛନ୍ତି। ଏହି ସମୟରେ ଦୁଇ ନେତା ଦ୍ବିପାକ୍ଷିକ ବାର୍ତ୍ତାରେ ଅଂଶ ଗ୍ରହଣ କରିବେ। ଦୁହିଁଙ୍କ ଭିତରେ ପ୍ରତିରକ୍ଷା, କୃଷି, ଖନନ, ତେଲ ଓ ଗ୍ୟାସ୍, ବ୍ୟାପାର ଏବଂ ନିବେଶ ଉପରେ ଆଲୋଚନା ହେବ।

ବ୍ରାଜିଲ: ଆର୍ଜେଣ୍ଟିନା ପରେ ପିଏମ୍ ମୋଦି ବ୍ରିକ୍ସ ୨୦୨୫ ସମ୍ମିଳନୀରେ ଯୋଗ ନେବାକୁ ବ୍ରାଜିଲ ଯିବେ। ପିଏମ୍ ମୋଦିଙ୍କ ଏହା ଚତୁର୍ଥ ବ୍ରାଜିଲ ଯାତ୍ରା ହେବ। ଏହି ସମୟରେ ପିଏମ୍ ମୋଦି ଆତଙ୍କବାଦକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ସେ ପାକିସ୍ତାନ ପ୍ରାୟୋଜିତ ପହଲଗାମ୍ ହମଲା ଉପରେ ମଧ୍ୟ କଥା ରଖିବେ, ଯେଉଁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। 

ନାମ୍ବିଆ: ଯାତ୍ରାର ଅନ୍ତିମ ପର୍ଯ୍ୟାୟ ନାମ୍ବିଆରେ ହେବ, ଯେଉଁଠିକୁ ୨୭ ବର୍ଷରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଯାତ୍ରା ହେବ। ନିଜର ଯାତ୍ରା ବେଳେ ପିଏମ୍ ମୋଦି ରାଷ୍ଟ୍ରପତିଙ୍କୁ ଭେଟିବେ ଓ ନାମ୍ବିଆର ସଂସଦକୁ ସମ୍ବୋଧିତ କରିବେ। ଏହି ଯାତ୍ରାର ମୁଖ୍ୟ ଫୋକସ୍‌ ଏଠାରେ ଭାରତର ୟୁପିଆଇକୁ ନାମ୍ବିଆରେ ଲାଗୁ କରିବା ପାଇଁ ଏକ ଚୁକ୍ତି ହେବ।  ଏହି ନିଷ୍ପତ୍ତି ଭାରତର ଡିଜିଟାଲ ପେମେଣ୍ଟର ଅଂଶ ହେବ। ୟୁପିଆଇ ଭୁଟାନ, ମରିସସ୍‌, ନେପାଳ, ସିଙ୍ଗାପୁର, ଶ୍ରୀଲଙ୍କା, ଫ୍ରାନ୍ସ ଓ ୟୁଏଇରେ ପୂର୍ବରୁ ମଧ୍ୟ ସକ୍ରିୟ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.