ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ସୁଯୋଗ ଖୋଜୁଛି ଇସ୍ରାଏଲ ଡିଫେନ୍ସ ଫୋର୍ସ, ଟାର୍ଗେଟରେ ଇରାନର ଆଣବିକ ଆଡ୍ଡା

Published By : Prameya | December 14, 2024 3:10 PM

ତେଲ୍‌ ଅଭିଭ୍‌,୧୪/୧୨: ଇସ୍ରାଏଲ ଡିଫେନ୍ସ  ଫୋର୍ସ(ଆଇଡିଏଫ୍‌) ଇରାନର ଆଣବିକ ଆଡ୍ଡାରେ ଆକ୍ରମଣ  କରିବାକୁ ଯୋଜନା ରଖିଛି । ଇସ୍ରାଏଲର ଜଣେ ଅଧିକାରୀଙ୍କ  କହିବା ଅନୁସାରେ, ପଶ୍ଚିମ ଏସିଆରେ ଇରାନ ସମର୍ôଥତ  ବିଦ୍ରୋହୀ ଗୋଷ୍ଠୀ ଦୁର୍ବଳ ହେବା ପରେ ଇରାନର ନ୍ୟୁକ୍ଲିୟର  ଠିକଣାରେ ଆକ୍ରମଣ କରିବାର ଏହା ଉଚିତ ସମୟ । ସେନା  ଅଧିକାରୀମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ଆଇଡିଏଫ୍‌  ଅଧିକାରୀଙ୍କ ଅନୁସାରେ, ଲେବାନନରେ ହିଜ୍‌ବୁଲ୍ଲା ଦୁର୍ବଳ  ପଡ଼ିବା ଏବଂ ସିରିଆରେ ବଶର ଅଲ୍‌-ଅସଦ ସରକାରର  ପତନ ହେବା ଦ୍ୱାରା ଇରାନ ଏକୁଟିଆ ପଡ଼ିଯାଇଛି ।  

ଏପରି ସ୍ଥିତିରେ ଇରାନ ନିଜ ଶକ୍ତି ବଢ଼ାଇବାକୁ ପରମାଣୁ  କାର୍ଯ୍ୟକ୍ରମ ବଢ଼ାଇପାରେ । ଏଥିସହ ପରମାଣୁ ବୋମା ମଧ୍ୟ  ତିଆରି କରିପାରେ । ତେଣୁ ଇରାନକୁ ଏଥିରୁ ରୋକିବାକୁ  ହେବ । ଅନ୍ୟପକ୍ଷରେ ଇସ୍ରାଏଲ ସେନା ସିରିଆରେ ସୈନ୍ୟ  ଠିକଣାରେ ଲଗାତର ଏୟାରଷ୍ଟ୍ରାଇକ୍‌ କରୁଛି । ଅଦ୍ୟାବଧି  ଇସ୍ରାଏଲ ଆକ୍ରମଣରେ ସିରିଆର ୮୫%ରୁ ଅଧିକ ଏୟାର  ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇସାରିଛି । ଏଥିସହ ସିରିଆର ନୌସେନା ଠିକଣାକୁ ମଧ୍ୟ ଟାର୍ଗେଟ କରାଯାଉଛି । ସିରିଆର  ୧୫ ନୌସେନା ଜାହାଜ ନଷ୍ଟ ହୋଇସାରିଛି । ସେହିପରି  ଲେବାନନ୍‌ରେ ଇସ୍ରାଏଲ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ  କରି ଆକ୍ରମଣ କରିଛି । ଏହି ଆତଙ୍କବାଦୀମାନେ ଇସ୍ରାଏଲ  ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଇସ୍ରାଏଲ କହିଛି । ହିଜ୍‌ବୁଲ୍ଲା ଏବଂ ଇସ୍ରାଏଲ ମଧ୍ୟରେ ସଦ୍ୟ ଜାରିଥିବା  ଯୁଦ୍ଧବିରତିର ଉଲ୍ଲଂଘନ କରୁଥିବାରୁ ଆତଙ୍କବାଦୀଙ୍କୁ ଟାର୍ଗେଟ  କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.