ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଲନ ମସ୍କଙ୍କ ପରି ରକେଟ୍ କେବେ ତିଆରି କରିବ ଭାରତ ? ଇସ୍ରୋ ଚିଫ୍ ଏସ୍ ସୋମନାଥ କହିଲେ ...

Published By : Prameya | October 26, 2024 9:12 PM

ନୂଆଦିଲ୍ଲୀ – ଇସ୍ରୋ ଚିଫ୍‌ ଏସ୍‌ ସୋମନାଥ ଆମେରିକୀୟ କୋଟିପତି ଏଲନ ମସ୍କଙ୍କ କମ୍ପାନୀ ଦ୍ୱାରା ନିର୍ମିତ ରକେଟ୍‌ ଗୁଡ଼ିକୁ ପ୍ରଶଂସା କରିଛନ୍ତି। କହିଛନ୍ତି,, ଆମେରିକାରେ ନିକଟରେ ଏଲନ ମସ୍କ ଯେଉଁ ରକେଟ୍‌ ତିଆରି କରିଛନ୍ତି ,ତାହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏବେ ଭାରତରେ ଲୋକେ ଆମକୁ ପଚାରୁଛନ୍ତି ଯେ, ଇସ୍ରୋ କେବେ ଏମିତି କରିବାକୁ ଯାଉଛି। ଯେକେହି ସ୍ପେସ୍‌ ମାମଲାରେ ଏଲମ୍‌ ମସ୍କଙ୍କ ଆଡ଼କୁ ଦେଖୁଛି । ସେ କଣ ସବୁ କରୁଛନ୍ତି। 

ଆଇଆଇଟି ଦିଲ୍ଲୀରେ ନିଜର ବକ୍ତବ୍ୟ ଦେଇ ଇସ୍ରୋ ଚିଫ୍‌ କହିଛନ୍ତି - ଯଦି ଆପଣ ପଚାରିବେ ଯେ, ଆମେ କଣ ଏଲନ ମସ୍କଙ୍କୁ ସ୍ପେସ୍‌ ଦୌଡ଼ରେ ହରାଇ ପାରିବା , ମୁଁ କହିବି କି ହଁ ଆମେ ହରାଇ ପାରିବା , ଯେକେହି ଦୌଡ଼ରେ ପଛରେ ପକାଇବାକୁ ଚାହାନ୍ତି। କିନ୍ତୁ ମୋତେ ଲାଗୁଛି କି ସେ ଏସବୁ ଉପରେ , ସେ ଜଣେ ମହାନ ବ୍ୟକ୍ତି , ଯିଏକି ଭଲ କାମ କରୁଛନ୍ତି। ସ୍ପେସ୍‌ରେ ଆଗ୍ରହ ରଖୁଥିବା ଆମେ ସବୁ ଲୋକ ତାଙ୍କ ଠାରୁ ପ୍ରେରଣା ପାଉଛୁ। ଇସ୍ରୋ ଚିଫ୍‌ କହିଛନ୍ତି କି , ଆଜି ଯାହା ମସ୍କ କରୁଛନ୍ତି , ଏଥିରେ ଯୁବପିଢିଙ୍କ ମଧ୍ୟରେ ମଧ୍ୟ ମହାକାଶକୁ ନେଇ ରୁଚି ଜାଗ୍ରତ ହେଉଛି। ଏହା ଏକ ଉତ୍ତମ କାର୍ଯ୍ୟ। ସେ ଲୋକଙ୍କ ମଧ୍ୟରେ ଖାସ୍‌ ଲୋକପ୍ରିୟ , ଏହା ତାଙ୍କ ପାଇଁ ଏକ ସୁନ୍ଦର ଉପଲବଧି।

ଆପ୍ଲିକେସନ ଡୋମେନ ବିଷୟରେ କଥା ହୋଇ ଇସ୍ରୋ ଚିଫ୍‌ କହିଛନ୍ତି , ଯେତେ ଯେତେ ଟେକ୍ନୋଲଜି ଲୋକଙ୍କ ପାଇଁ ସୁଲଭ ହୋଇ ଚାଲିଛି , ସେତିକି ଭାବେ ଆପ୍ଲିକେସନ ଡୋମେନ ମଧ୍ୟ ବଢିବାରେ ଲାଗିଛି। ଏହି କ୍ଷେତ୍ରରେ ଲଗାତାର ଚାକିରି ବଢୁଛି , ଯେଉଁଥିରେ ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସୁଛି। ଏହି କାରଣ ଯେ, ସରକାର ନିକଟରେ ଏହାକୁ ଖୋଲିବାକୁ ପଦକ୍ଷେପ ନେଉଛନ୍ତି। 

ଆମକୁ ଏ କ୍ଷେତ୍ରରେ ଅଧିକ ବେସରକାରୀ ପୁଞ୍ଜି ବିନିଯୋଗ , ବ୍ୟକ୍ତିଗତ ଅଂଶଗ୍ରହଣ କୁ ବୃଦ୍ଧି କରିବାକୁ ପଡ଼ିବ। ଏହା ହେଉଛି ଏମିତି ଏକ କ୍ଷେତ୍ର ଯାହାକୁ ତୁମେ ବାନ୍ଧି ରଖି ପାରିବ ନାହିଁ , ଏହାକୁ ଆଜି ନୁହେଁତ କାଲି ଖୋଲିବାକୁ ହିଁ ହେବ । ଯଦି ତମେ ଏହା ନକରୁଛି, ତାହାଲେ ତୁମେ ଦୁନିଆ ଠାରୁ ପଛେଇ ଯିବ। କିଛି ଜ୍ଞାନ ଅଛି, ଯାହାକୁ ଆୟତ୍ତରେ ରଖିବା ଆବଶ୍ୟକ ,କିନ୍ତୁ ଆପ୍ଲିକେସନ ଡୋମେନକୁ ନୁହେଁ , ଏହା ଲଗାତାର କାମ କରୁଛି ଏବଂ ଲୋକଙ୍କୁ ସହାୟତା କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.