ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଆନ୍ଧ୍ରପ୍ରଦେଶରେ କାମ କରିବାକୁ ଯାଇ ଜେସିବି ଅପରେଟରଙ୍କ ମୃତ୍ୟୁ

ମାଲକାନଗିରି/ପଡିଆ, ୨୩/୪ :  ଆନ୍ଧ୍ରପ୍ରଦେଶରେ ଜେସିବି ଅପରେଟର ଭାବେ କାମ କରିବାକୁ ଯାଇ ଅପରେଟରଙ୍କ ହେଲା ମୃତ୍ୟୁ l ମୃତକ ହେଲେ ସୁନୀଲ ବାଗ୍ରୀ (୪୦) । ଘଟଣାଟି ଘଟିଛି ଗତ ୨୧ତାରଖ ଅପରାହ୍ନ ସମୟରେ । ଅର୍ଥ ଅଭାବରୁ ୨ଦିନ ବିତି ଯାଇଥିଲେ ସୁଦ୍ଧା ପାର୍ଥିବ ଶରୀର ପରିବାର ବର୍ଗ ଆଣି ପାରିନାହାନ୍ତି । ସ୍ଥାନୀୟ କ୍ଲବର ଯୁବକ

ମାନେ ମାଗି ଯାଚି କିଛି ଅର୍ଥ ଦେଇ ପରିବାରବର୍ଗଙ୍କୁ ପଠାଯାଇଛି ଆଜି ବିଳମ୍ବିତ ରାତିରେ ମୃତଦେହ ପଡିଆରେ ପହଞ୍ଚିବ ବୋଲି ଜଣାପଡ଼ିଛି l 

ପ୍ରକାଶ ଯେ, ସୁନୀଲ ବାଗ୍ରୀଙ୍କ ପିତା ସୁରେଶ ବାଗ୍ରୀ ସୁନୀଲ ଆସାମର ଯୁବକ ଦୀର୍ଘ ୨୦ବର୍ଷ ପୂର୍ବେ ପଡିଆ ଅଞ୍ଚଳରେ ରହି ଜେସିବି ଚଳାଉଥିଲେ । ପଡିଆ ସଦର ଗ୍ରାମର ବୀର ଛତିରିଆଙ୍କ କନ୍ୟାକୁ ଭଲ ପାଇ ବିବାହ କରି ରହି ଆସୁଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛି, ସୁନୀଲ ପରିବାର ପ୍ରତି ପୋଷଣ ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶରେ ଦିନ ମଜୁରିଆ ଭାବରେ  ଜେସିବି ଚଳାଇ ନିଜ ପରିବାର ପୋଷଣ କରି ଆସୁଥିଲେ l ଗତ ୨୧ତାରିଖ ଡିୟୁଟି ସାରି ଅପରାହ୍ନ ସମୟରେ ନଦୀରେ ଗାଧୋଉଥିବାବେଳେ ତାଙ୍କର ଫିଡ୍ସ ବାହାରଥିଲା ସେହି ପାଣିରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା l 

ପରିବାର ମଧ୍ୟରେ ଆର୍ଥିକ ଅବସ୍ଥା ଭଲ ନ ଥିଲାବେଳେ ତାଙ୍କର ପତ୍ନୀ ଖବରପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ସ୍ୱାମୀର ମୃତଦେହ କିପରି ନିଜ ଘରକୁ ଆସିବ ସେହି ଚିନ୍ତାରେ ପତ୍ନୀ ଭାଙ୍ଗି ପଡିଥିଲାବେଳେ ସ୍ଥାନୀୟ କ୍ଲବର ଯୁବକମାନେ ଏକତ୍ରିତ ହୋଇ କିଛି ଅର୍ଥ ନିଜ ନିଜ ମଧ୍ୟରେ ଆଦାୟ କରି ତାଙ୍କୁ ଦେଇ ଥିଲେ ଏବଂ ତାଙ୍କ ସହଯୋଗ କରିବାକୁ କିଛି ଯୁବକମାନେ ଯାଇଛନ୍ତି l ରାଜ୍ୟ ସରକାରଙ୍କ ତରଫରୁ କିଛି ସହାୟତା ପାଇଁ ଅଞ୍ଚକବାସୀଙ୍କ ସହ ବୁଦ୍ଧିଜୀବି ବରିଷ୍ଠ ନାଗରିକ ସମେତ ଯୁବକମାନେ ଅନୁରୋଧ କରିଛନ୍ତି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.