ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରଣବଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ୍‌ ବିବାଦ, ବିଜେପି-ବିଜେଡି ମୁହାଁମୁହିଁ

ସମ୍ବଲପୁର, ୮।୫: ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟକୁ ନେଇ ବିବାଦ ମୁଣ୍ଡ ଟେକିଛି । ସେ ୨୦୦୯ରେ କଳା ଓ ୨୦୨୪ରେ ବିଜ୍ଞାନରେ ପାସ୍‌ କରିଥିବା ସତ୍ୟପାଠରେ ଦର୍ଶାଇଥିବା ଅଭିଯୋଗ କରି ତାଙ୍କର ନାମାନଙ୍କ ପତ୍ର ଖାରଜ ପାଇଁ ଦାବି କରିଛି ବିଜେପି । ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହାରିବା ଭୟରେ ବିଚଳିତ ହୋଇପଡିଛନ୍ତି । ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଥିଲା । ଏଥିରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦେଇଥିବା ସତ୍ୟପାଠରେ ଭୁଲ ଥିବା ଦର୍ଶାଇ ତାଙ୍କର ନାମାଙ୍କନ ପତ୍ର ନାକଚ କରିବାକୁ ଦାବି କରିଥିଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଜବାବ ସୁଆଲ୍‌ ହୋଇଥିଲା । ହେଲେ ଜିଲ୍ଲାପାଳ ତଥା ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ କାଏମ୍‌ ରଖିଛନ୍ତି । 

ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଆଡଭୋକେଟ୍‌ ଆଚାର୍ଯ୍ୟ କହିଛନ୍ତି, ଆମେ ଆନୁଷ୍ଠାନିକ ଭାବେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଥିଲୁ । ଆମର ଇଲେକସନ୍‌ ଏଜେଣ୍ଟ ଆଇନଜୀବୀ ପ୍ରଦୀପ ବହିଦାର ଶ୍ରୀ ଦାସଙ୍କ ନାମାଙ୍କନ ପତ୍ରକୁ ବିଧିବଦ୍ଧ ଭାବେ ଅବଜେକ୍‌ସନ୍‌ କରିଥିଲେ । ଆମେ ମୁଖ୍ୟତଃ ୩ଟି ଗ୍ରାଉଣ୍ଡରେ ଶ୍ରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲୁ । ଶିକ୍ଷାଗତ ଯୋଗ୍ୟତା ୨୦୦୯ରେ ଯୁକ୍ତ ଦୁଇ କଳା ପାସ୍‌ ବାଲି ସତ୍ୟପାଠରେ ଲେଖିଥିଲେ । କିନ୍ତୁ ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଦାବି କରିଛନ୍ତି । ଦ୍ୱିତୀୟ ଅଭିଯୋଗ ଥିଲା, ଶ୍ରୀ ଦାସ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ତଥ୍ୟ ଲୁଚାଇଛନ୍ତି । ତୃତୀୟ ଅଭିଯୋଗ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ନିଜର ଆୟ ଶୂନ୍ୟ ବୋଲି ଦର୍ଶାଇଛନ୍ତି । ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା । ସେ ୪ ବର୍ଷର ଦର୍ଶାଇଛନ୍ତି ଓ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି । ଏହା ହେଉଛି ଏକ ଭାଇଟାଲ ଡିଫେକ୍ଟ । 

ଏହି ଆଧାରରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଯଦିଓ ଏହାକୁ ରିଟର୍ଣ୍ଣିଂ ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ଫୋରମରେ ଉପସ୍ଥାପନ କରିବୁ ବୋଲି ଆଡ୍‌ଭୋକେଟ୍‌ ଆଚାର୍ଯ୍ୟ କହିଛନ୍ତି । ବିଜେପିର ଏହି ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟ୍‌ ଓ ଜିରୋ ଆଇଟି ରିଟର୍ଣ୍ଣ ସମ୍ପର୍କରେ ତଥ୍ୟ ରଖିଛନ୍ତି । ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଜାଣିସାରିଲେଣି ଆଗକୁ ହାରିବେ ବୋଲି । 

ସେଥିପାଇଁ ପ୍ରତିଦିନ ନୂଆ ଫଣ୍ଡା ଆପଣଉଛନ୍ତି । ନିଜର ବନ୍ଧୁ ପିତାମ୍ବର ଆଚାର୍ଯ୍ୟଙ୍କୁ ଡାକି ମିଛ କହୁଛନ୍ତି । ଆଚାର୍ଯ୍ୟ ଦେଇଥିବା ଅନେକ କେସ୍‌ରେ ଟିପ୍ପଣୀ କଣ ଲୋକ ଜାଣିଛନ୍ତି । ଏହା ସହ ୧୯୯୧ରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌ କରିଥିବା କହି ଗଣମାଧ୍ୟମକୁ ପ୍ରଣବଙ୍କ ସାର୍ଟିଫିକେଟ୍‌ ଦେଖାଇଛନ୍ତି । ଆୟ ପ୍ରସଙ୍ଗରେ କହିଛନ୍ତି, ସେ ଜାଣିବା ଦରକାର, ପ୍ରଣବ କୋଭିଡ ସମୟରେ ସବୁ ରୋଜଗାର ସିଏମ ଫଣ୍ଡକୁ ଦେଇଛନ୍ତି । ସେଥିପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ଜିରୋ ହୋଇଛି । ପିତାମ୍ବର ଆଚାର୍ଯ୍ୟ ତାଙ୍କ ସ୍ୱପ୍ନ ଓ କଳ୍ପନାରେ ବଞ୍ଚୁଛନ୍ତି । ଧର୍ମେନ୍ଦ୍ର ବିକଳ ହୋଇଯାଉଛନ୍ତି ମନ୍ତ୍ରୀ ପଦ ପାଇବାକୁ । କିନ୍ତୁ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ଆଡେଇକି ସଙ୍ଗଠନକୁ ଆପଣେଇଛନ୍ତି । ତେଣୁ ପିତାମ୍ବର ଆଚାର୍ଯ୍ୟ ଯାହା କହିଛନ୍ତି ଉଭୟ ଧର୍ମେନ୍ଦ୍ର ଓ ପିତାମ୍ବର ତାହା ପ୍ରମାଣ କରନ୍ତୁ, ନ ହେଲେ କ୍ଷମା ମାଗନ୍ତୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.