ପୁରୀ, ୮।୫: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରିବେ । ଏଥିପାଇଁ ଅପରାହ୍ନ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ସହ ଅନବସର ପିଣ୍ଡିରେ କିଛି କାର୍ଯ୍ୟ ରହିଛି । ଆଗକୁ ସ୍ନାନ ଯାତ୍ରା ଅବସରରେ ଠାକୁରଙ୍କ ନୀତି ସମ୍ପର୍କିତ କିଛି ଆନୁଷଙ୍ଗିକ କାମ ହେବ ।
ଏଣୁ ଅଧିକ ପ୍ରାୟ ୩ ଘଣ୍ଟା ଦର୍ଶନ କଟକଣା ରହିଥିବା କହିଛନ୍ତି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢିବ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରନ୍ତି । ବନକଲାଗି ନୀତି ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ୱାଭାବିକ ଚାଲିବ ।