ନୂଆଦିଲ୍ଲୀ ୦୫/୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ  ଲିମିଟେଡ୍‌ର ଟେଲିକମ ୟୁନିଟ ଜିଓ ୨୦୨୫ ସୁଦ୍ଧା  ପ୍ରାଥମିକ ପବ୍ଲିକ ଅଫର (ଆଇପିଓ) ଆଣିପାରେ । ରିଟେଲ ବିଜ୍‌ନେସର ଆଇପିଓକୁ କମ୍ପାନି ଟାଳିପାରେ ।  ନ୍ୟୁଜ ଏଜେନ୍ସି ରୟଟର୍ସ ସୂତ୍ର ଆଧାରରେ ଏଭଳି  ରିପୋର୍ଟ ପ୍ରକାଶ କରିଛି । 

ବିଶେଷଜ୍ଞ କହିଛନ୍ତି, ଜିଓର  ଭାଲ୍ୟୁଏସନ ୧୦୦୦୦ କୋଟି ଡଲାରରୁ ଅଧିକ  ହେବ । ଗତ କିଛି ବର୍ଷରେ ଏସିଆର ସବୁଠୁ ଧନୀ  ବ୍ୟକ୍ତି ମୁକେଶ ଅମ୍ବାନି କେକେଆର୍‌, ଜେନେରାଲ  ଆଟ୍‌ଲାଣ୍ଟିକ ଏବଂ ଆବୁଧାବି ଇନ୍‌ଭେଷ୍ଟମେଣ୍ଟ  ଫଣ୍ଡରୁ ଡିଜିଟାଲ, ଟେଲିକମ ଏବଂ ରିଟେଲ ବିଜ୍‌ନେସ ଲାଗି ୨୫ ବିଲିୟନ ଡଲାର ପାଣ୍ଠି  ଉଠାଇଛନ୍ତି । ତେବେ କମ୍ପାନି ଅନୁଷ୍ଠାନିକ ଭାବେ  ଆଇପିଓ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।