ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଦାର୍ଥ ବିଜ୍ଞାନରେ ଜନ୍‌ ହପଫିଲ୍ଡ ଏବଂ ଜିଓଫ୍ରେ ହିଣ୍ଟନଙ୍କୁ ନୋବେଲ୍‌

Published By : Tapas Panda | October 8, 2024 4:27 PM

ନୂଆଦିଲ୍ଲୀ:  ଫିଜିକ୍ସ (ପଦାର୍ଥ ବିଜ୍ଞାନ)ରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି । ଷ୍ଟକ୍‌ହୋମ୍‌ର ‘ଦ ରୟାଲ ସ୍ବିଡିଶ୍‌ ଏକାଡେମୀ ଅଫ ସାଇନ୍ସେସ୍‌’ ପକ୍ଷରୁ ଦୁଇ ଜଣ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର ଦିଆଯିବ । ଜନ୍‌ ଜେ. ହପଫିଲ୍ଡ ଏବଂ ଜିଓଫ୍ରେ ଇ. ହିଣ୍ଟନଙ୍କୁ ମିଳିବ ସମ୍ମାନଜନକ ନୋବେଲ୍‌ ପୁରସ୍କାର । ଗତକାଲି (ସୋମବାର) ମେଡିସିନ୍‌ରେ ଦୁଇ ଜଣ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି । ଜନ୍‌ ହପଫିଲ୍ଡ ୧୯୩୩ରେ ଚିକାଗୋରେ ଜନ୍ମଗ୍ରହଣ କରିଥିଲେ । ସେ ନ୍ୟୁଜର୍ସିର ପ୍ରିନ୍ସଟନ୍‌ ୟୁନିଭର୍ସିଟ୍‌ର ପ୍ରଫେସର ଅଛନ୍ତି । ୧୯୫୮ରେ ସେ କର୍ନେଲ୍‌ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରି ହାସଲ କରିଥିଲେ । ହପଫିଲ୍ଡ ଏକ ନେଟଓ୍ବାର୍କର ଉଦ୍ଭାବନ କରିଛନ୍ତି ଯାହା ପ୍ୟାଟର୍ଣ୍ଣକୁ ରକ୍ଷା କରିବା ଏବଂ ପୁଣି ଥରେ ସୃଷ୍ଟି କରିବାରେ ଏକ ପ୍ରଣାଳୀ ରୂପେ କାର୍ଯ୍ୟ କରୁଛି । ‘ହପଫିଲ୍ଡ ନେଟଓ୍ବାର୍କ’ ଆଟୋମିକ୍‌ ସ୍ପିନ୍‌ ଯୋଗୁଁ ପଦାର୍ଥର ଗୁଣବତ୍ତାକୁ ବର୍ଣ୍ଣନା କରୁଛି । ଏହା ଏମିତି ଏକ ଗୁଣ ଯାହା ଦ୍ବାରା ପ୍ରତ୍ୟେକ ଆଟମ୍‌ ବା ପରମାଣୁ ଛୋଟ ଚୁମ୍ବକ ପରି କାର୍ଯ୍ୟ କରେ । 



ସେପଟେ ଜିଓଫ୍ରେ ହିଣ୍ଟନ ୧୯୪୭ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ । କାନାଡାର ଟରଣ୍ଟୋ ବିଶ୍ବବିଦ୍ୟାଳୟ ପ୍ରଫେସର ଅଛନ୍ତି ଜିଓଫ୍ରେ । ସେ ୧୯୭୮ରେ ଏଦିନବର୍ଗ ବିଶ୍ବବିଦ୍ୟାଳୟରୁ ପିଏଚଡି ଡିଗ୍ରି ହାସଲ କରିଥିଲେ । ଜିଓଫ୍ରେ ହିଣ୍ଡନ ‘ହପଫିଲ୍ଡ ନେଟଓ୍ବାର୍କ’ର ବ୍ୟବହାର କରି ନୂଆ ନେଟଓ୍ବାର୍କର ମୂଳଦୁଆ ପକାଇଛନ୍ତି  । ଯାହା ଏକ ଭିନ୍ନ ପ୍ରଣାଳୀ ‘ଦ ବୋଲଜମନ୍‌ ମେସିନ୍‌’ । ହିଣ୍ଟନ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଏକ ନୂଆ ଦିଗ ଉପରେ ଗବେଷଣା କରିଛନ୍ତି । ଏହି ସମୟରେ ସେ ଷ୍ଟାଟିଷ୍ଟକାଲ୍‌ ଫିଜିକ୍ସର ସିଦ୍ଧାନ୍ତର ପ୍ରୟୋଗ କରି ଆର୍ଟିଫିସିଆଲ ନ୍ୟୁରାଲ୍‌ ନେଟଓ୍ବାର୍କକୁ ବିକଶିତ କରିଛନ୍ତି ।  

ହପଫିଲ୍ଡ ଏବଂ ଜିଓଫ୍ରେ ୧୯୮୦ ଦଶକରେ ଯେଉଁ ଗବେଷଣା କରିଥିଲେ ତାହା ସାହାଯ୍ୟରେ ୨୦୧୦ରେ ମେସିନ ଲର୍ଣ୍ଣିଂ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା । ବିଶ୍ବବ୍ୟାପୀ ନେଟଓ୍ବାର୍କକୁ ସଠିକ୍‌ ଉପୟାରେ ପରିଚାଳିତ କରିବା ଲାଗି ସେମାନେ ଆର୍ଟିଫିସିଆଲ ନ୍ୟୁରାଲ୍‌ ନେଟଓ୍ବାର୍କର ଉଦ୍ଭାବନ କରିଛନ୍ତି । ଟ୍ରେନ୍‌ ନେଟଓ୍ବାର୍କ, କମ୍ପ୍ୟୁଟର ନେଟଓ୍ବାର୍କ ଭଳି ନ୍ୟୁରାଲ୍‌ ନେଟଓ୍ବାର୍କରେ ମଧ୍ୟ ଅନେକ ସ୍ତର ରହିଛି । ଯାହାକି ପରଷ୍ପର ମଧ୍ୟରେ ସହଯୋଗରେ ପରିଚାଳିତ ହୁଏ । ଆଉ ଏହି ଗବେଷଣା ସାହାଯ୍ୟରେ ଅନେକ ପ୍ରକାର ମେସିନ୍‌ ଲର୍ଣ୍ଣିଂ ସିଷ୍ଟମ ତିଆରି କରାଯାଉଛି । 

ଭବିଷ୍ୟତରେ ରୋବୋଟ ଆପଣଙ୍କର ଚାଲିଚଳନ, ପସନ୍ଦ-ନାପସନ୍ଦ ଏବଂ ବ୍ୟବହାରକୁ ଅନୁକରଣ କରି ଆପଣଙ୍କ ସହ ସେମିତି ବ୍ୟବହାର କରିବ । ଏହାକୁ ମେସିନ୍‌ ଲର୍ଣ୍ଣିଂ ବୋଲି କୁହାଯାଉଛି । ଯେତେବେଳ ଭବିଷ୍ୟତରେ ଏଭଳି ସ୍ଥିତି ଆସିବ ସେତେବେଳେ ଏହି ଦୁଇ ବୈଜ୍ଞାନିକଙ୍କୁ ଏହାର ଶ୍ରେୟ ମିଳିବ । କାରଣ ହପଫିଲ୍ଡ ଏବଂ ଜିଓଫ୍ରେଙ୍କ ପାଇଁ ଦୁନିଆରେ ମେସିନ୍‌ ଲର୍ଣ୍ଣିଂ ଏବଂ ଆର୍ଟିଫିସିଆଲ୍‌ ନ୍ୟୁରାଲ୍‌ ନେଟଓ୍ବାର୍କର ଜାଲ ବିଛାଯାଇ ପାରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.