ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରମ୍ଫଙ୍କ ଚାପକୁ ନାଇଜେରିଆର ପ୍ରତ୍ୟାଖ୍ୟାନ; ଭେନେଜୁଏଲାରୁ ନିର୍ବାସିତଙ୍କୁ ଗ୍ରହଣ କରିବାକୁ ମନାକଲେ ବୈଦେଶିକ ମନ୍ତ୍ରୀ

Published By : Bijay Swain | July 11, 2025 11:32 PM

ଲାଗୋସ: ନାଇଜେରିଆ ଆମେରିକା ସରକାରଙ୍କ ଚାପକୁ ପ୍ରତ୍ୟାଖ୍ୟାନ କରି ଭେନେଜୁଏଲାରୁ ନିର୍ବାସିତ ବ୍ୟକ୍ତିଙ୍କୁ, ବିଶେଷତଃ ଜେଲରୁ ମୁକ୍ତ ହୋଇଥିବା ଅପରାଧୀଙ୍କୁ, ଗ୍ରହଣ କରିବାକୁ ମନା କରିଦେଇଛି। ନାଇଜେରିଆର ବୈଦେଶିକ ମନ୍ତ୍ରୀ ଯୁସୁଫ ତୁଗ୍ଗାର ଶୁକ୍ରବାର ଦିନ ଦେଶର ଏକ ଟେଲିଭିଜନ ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି, "ଆମେରିକା ଆଫ୍ରିକୀୟ ଦେଶମାନଙ୍କ ଉପରେ ଭେନେଜୁଏଲାରୁ ନିର୍ବାସିତଙ୍କୁ ଗ୍ରହଣ କରିବାକୁ ବହୁତ ଚାପ ପକାଉଛି। ଯେଉଁମାନଙ୍କ ମଧ୍ୟରୁ ଅନେକ ସିଧାସଳଖ ଜେଲରୁ ଆସୁଛନ୍ତି। ନାଇଜେରିଆ ପରି ଦେଶ ପାଇଁ ଭେନେଜୁଏଲାର ଅପରାଧୀଙ୍କୁ ଗ୍ରହଣ କରିବା କଷ୍ଟକର ହେବ। ଆମର ନିଜର ଅନେକ ସମସ୍ୟା ରହିଛି। ତା ମଧ୍ୟରେ ଆମେ କାହା ଆଗରେ ନଇଁପାରିବୁ ନାହିଁ।"

ତୁଗ୍ଗାର ଆହୁରି ମଧ୍ୟ କହିଛନ୍ତି ଯେ, "ନାଇଜେରିଆରେ ପ୍ରାୟ ୨୩୦ ନିୟୁତରୁ ଅଧିକ ଜନସଂଖ୍ୟା ରହିଛି। ୩୦୦ ଜଣ ଭେନେଜୁଏଲା ନିର୍ବାସିତଙ୍କୁ ଗ୍ରହଣ କରିବା ଅନୁଚିତ ହେବ। ଏବଂ ଏହା କେବଳ ଆରମ୍ଭ ହୋଇପାରେ।" ସେ ଆମେରିକାର ନୂଆ ଭିସା ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଯେଉଁଥିରେ ନାଇଜେରୀୟ ନାଗରିକଙ୍କ ପାଇଁ ଏକକାଳୀନ ତିନି ମାସିଆ ଭିସା ନୀତି ଜାରି କରାଯାଇଛି। ତୁଗ୍ଗାର କହିଛନ୍ତି ଯେ ନାଇଜେରିଆ ଆମେରିକୀୟ ନାଗରିକଙ୍କୁ ପାଞ୍ଚ ବର୍ଷିଆ ମଲ୍ଟିପଲ ଏଣ୍ଟ୍ରି ଭିସା ଦେଉଛି ଏବଂ କେବଳ ଇ-ଭିସା ପ୍ରଣାଳୀ ପ୍ରଚଳନ କରିଛି। ଯାହା ଆମେରିକାର ଦାବିକୁ "ପାରସ୍ପରିକ" ନୀତି ବୋଲି ଖଣ୍ଡନ କରୁଛି।

ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଇଜେରିଆ ସମେତ ଅନ୍ୟ ଆଫ୍ରିକୀୟ ଦେଶମାନଙ୍କ ଉପରେ ଉଚ୍ଚ ଶୁଳ୍କ ଏବଂ ଭିସା ପ୍ରତିବନ୍ଧକ ଲଗାଇବାର ଧମକ ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ ପୂର୍ବରୁ ମଧ୍ୟ ନିଜ ଦେଶରେ ରହୁଥିବା ଅବୌଧ ପ୍ରବାସୀମାନଙ୍କୁ ତୃତୀୟ ଦେଶମାନଙ୍କୁ ପଠାଇବାରେ ସଫଳ ହୋଇଛି। ଏଲ ସାଲଭାଡୋର ଏବଂ ଦକ୍ଷିଣ ସୁଦାନ ଆମେରିକା ଚାପ ଆଗରେ ନଇଁ ଅନ୍ୟ ଦେଶର ନାଗରିକମାନଙ୍କୁ ନିଜ ଦେଶରେ ପ୍ରଶୟ ଦେଇଛନ୍ତି।

ତୁଗ୍ଗାରଙ୍କ ଏହି ନିଷ୍ପତ୍ତି ନାଇଜେରିଆର ଜାତୀୟ ସ୍ୱାର୍ଥ ଏବଂ ସାର୍ବଭୌମତ୍ୱକୁ ପ୍ରାଥମିକତା ଦେଇଛି। ସେ ଆହୁରି କହିଛନ୍ତି ଯେ ନାଇଜେରିଆ ଆମେରିକା ସହିତ ଗ୍ୟାସ, ଖଣିଜ ଏବଂ ରେଆର ଆର୍ଥ ମେଟରିଆଲ ନେଇ ବ୍ୟବସାୟିକ ସମ୍ପର୍କ ଗଢ଼ିବାକୁ ଆଗ୍ରହୀ। କିନ୍ତୁ ନିର୍ବାସିତଙ୍କୁ ଗ୍ରହଣ କରିବା ସମ୍ଭବ ନୁହେଁ।

ଏହି ଘଟଣା ଆମେରିକାର ନିର୍ବାସନ ନୀତି ଏବଂ ଆଫ୍ରିକୀୟ ଦେଶମାନଙ୍କ ସହ କୂଟନୈତିକ ସମ୍ପର୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଅନ୍ୟ ଆଫ୍ରିକୀୟ ଦେଶ ଯେପରିକି ଲାଇବେରିଆ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଯାହା ଟ୍ରମ୍ପ ପ୍ରଶାସନର ତୃତୀୟ ଦେଶ ନିର୍ବାସନ ଯୋଜନାକୁ ଆହୁରି ଜଟିଳ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.