ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପିଲାଙ୍କୁ ଜଙ୍କ୍ ଫୁଡ୍ ଦେଉଥିବା ପିତାମାତା ପଡ଼ି ପାରନ୍ତି ଅସୁବିଧାରେ , ଏହାର କାରଣ ଜାଣି ରଖନ୍ତୁ

Published By : Prameya | December 10, 2024 8:23 PM

ନୂଆଦିଲ୍ଲୀ : ଜଙ୍କ୍‌ ଫୁଡ୍‌ ପ୍ରତି ଲୋକଙ୍କର କ୍ରେଜ୍‌ ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ କଥା ଯଦି ପିଲାଙ୍କର କହିବା ତ ପିଜ୍ଜା, ବର୍ଗର ଓ ନୁଡଲ୍ସ ପ୍ରତି ତାଙ୍କର ପ୍ରୀତି କିଛି ଅଲଗା ଧରଣର । ଆଜିକାଲି ପିଲାମାନେ ରୁଟି-ପରିବା ପରିବର୍ତ୍ତେ ଲଞ୍ଚ ଓ ଡିନରରେ ବର୍ଗର ଓ ପିଜ୍ଜା ଖାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି, ଏହି ଫାଷ୍ଟ ଫୁଡ୍‌ ପ୍ରତି ପିଲାଙ୍କର ଭଲପାଇବା ତାଙ୍କୁ ହାର୍ଟ ସମ୍ୱନ୍ଧୀୟ ସମସ୍ୟା, ମଧୁମେହ ଓ କ୍ୟାନସର ଭଳି ପ୍ରାଣଘାତୀ ରୋଗର ନିକଟତର କରାଇ ପାରେ। କିଛିଦିନ ପୂର୍ବେ ଏକ ଖବର ଆସି ଥିଲା ଯେ, ଜଙ୍କ୍ ଫୁଡ୍‌ ଖାଇବା ଅଭ୍ୟାସରେ ବ୍ରିଟେନର ଜଣେ ୧୭ବର୍ଷିୟ ପିଲାଙ୍କର ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ଚାଲି ଯାଇଥିଲା। ସେ ଜଙ୍କ ଫୁଡ୍‌ ବ୍ୟତୀତ ଆଉ କିଛି ଖାଉ ନଥିଲେ। ଯେଉଁଥିରେ ସେ ପୁଷ୍ଟିହୀନତାର ଶିକାର ହୋଇ ଥିଲେ। 

ବିଶେଷଜ୍ଞଙ୍କ ଅନୁସାରେ ,ଜଙ୍କ ଫୁଡ୍‌ର ଅଧିକ ସେବନ କେବଳ ପିଲାଙ୍କ ଠାରେ ମୋଟାପାର ବିପଦ ବଢାଇ ନଥାଏ , ଏହାସହ ଏଥିରେ ପିଲାଙ୍କ ଦୃଷ୍ଟିଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ଡାକ୍ତରମାନେ ଅନେକ ସମୟରେ ପିଲାଙ୍କ ଜନ୍ମ ସମୟରେ ହିଁ ତାଙ୍କର ନ୍ୟୁରୋଲଜିକାଲ ବିକାଶ ଓ ଭଲ ଇମ୍ୟୁନିଟି ପାଇଁ ପିଲାକୁ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ଏଥିପାଇଁ କାରଣ ପୁଷ୍ଟିହୀନତାରେ ପୀଡ଼ିତ ପିଲାଙ୍କ ଠାରେ ଅନେକ ସମୟରେ ଦୃଷ୍ଟିଶକ୍ତିରେ ହ୍ରାସ, ଦୁର୍ବଳ ମାଂସପେଶୀ , ନ୍ୟୁରୋଲଜିକାଲ ସମସ୍ୟା ଓ ଅନେକ ଗୁରୁତର ମାମଲାରେ ହାର୍ଟ ସମ୍ୱନ୍ଧୀୟ ରୋଗ ଓ ମୃତ୍ୟୁ ମଧ୍ୟ ହୋଇ ପାରେ।

କହି ରଖୁଛୁ କି, ପିଲାର ଜନ୍ମର ପ୍ରାରମ୍ଭିକ ବର୍ଷର ସମୟରେ, ତାର ଦୃଷ୍ଟିଶକ୍ତି ଗୁରୁତ୍ତ୍ୱପୂର୍ଣ୍ଣ ବିକାଶ ଦେଇ ଗତି କରେ। ଏହି ସମୟରେ ଯଦି ଜଙ୍କ ଫୁଡ୍‌ର ଅଧିକ ସେବନ ଶରୀରରେ କୌଣସି ପ୍ରକାରର ପୋଷଣ ସମ୍ୱନ୍ଧୀୟ ଅଭାବ ଓ ଦୁର୍ବଳ ଦୃଷ୍ଟିର କାରଣ ସାଜିପାରେ। 

ଜଙ୍କଫୁଡ୍‌ରେ ଥିବା ଅତ୍ୟଧିକ ସୋଡ଼ିୟମ ରକ୍ତଚାପ ଭଳି ସମସ୍ୟାକୁ ବୃଦ୍ଧି କରାଇ ପାରେ। ଯେଉଁଥି ପାଇଁ ପିଲାର ଆଖିର ସରଞ୍ଚନାକୁ କ୍ଷତି କରିଥାଏ। ଏହି କାରଣରୁ ଭଲରେ ଦେଖି ନପାରିବା , ଆଖିରୁ ରକ୍ତସ୍ରାବ ବା ଗ୍ଲୁକୋମା ସମସ୍ୟା ହୋଇପାରେ , ଯାହାକି ଅନେକ ସମୟରେ ଦୃଷ୍ଟିଶକ୍ତି ହରାଇବା ବା ସବୁଦିନ ପାଇଁ ଅନ୍ଧ ହୋଇ ଯିବାର କାରଣ ସାଜି ପାରେ। 

ବିଶେଷଜ୍ଞଙ୍କ ଅନୁସାରେ, ପ୍ୟାକେଟ୍‌ରେ ମିଳୁଥିବା ସାଲାଦର ଟ୍ରେସିଂ , ମେୟୋନିଜ ,କେଚଅପ୍‌ , ବାରବେକ୍ୟୁ ସସ୍‌ ଭଳି ଚର୍ବି ଯୁକ୍ତ ଜିନିଷକୁ ଦୂରେଇବା ଉଚିତ୍‌। ଏହିସବୁ ଜିନିଷରେ ପ୍ରଚୁର ପରିମାଣରେ ଶର୍କରା , ଚର୍ବି   ଆଡିଟିଭ୍ ଭରି ରହିଥାଏ । ଏହା ପରିବର୍ତ୍ତେ ପିଲାଙ୍କୁ ଭିଟାମିନରେ ଭରପୂର ଫଳ ଓ ପରିବା  ଖାଇବାକୁ ଦିଅନ୍ତୁ। ଏଥିରେ ଆଖି ଭଲ ରହିବ। ପିଲାଙ୍କ ଖାଦ୍ୟରେ ଆପଣ ଅଙ୍ଗୁର , କମଳା , କୋଭି, କଞ୍ଚା ଗାଜର ସବୁଜ ପନିପରିବା ଭଳି ଜିନିଷ ସାମିଲ କରି ପାରିବେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.