ନୂଆଦିଲ୍ଲୀ,୨୨।୬: ୩୦ ଜୁନ୍‌ରୁ ଆରମ୍ଭ ହେଉଛି କୈଳାସ ମାନସରୋବାର ଯାତ୍ରା। ଏ ସମ୍ପର୍କିତ ପ୍ରସ୍ତୁତି ହୋଇସାରିଛି। ଯାତ୍ରୀଙ୍କ ଦଳ ପଠାଉଥିବା ଭୋଜନ-ପାଣି ଓ ଯାତ୍ରା ବାହନକୁ ନେଇ କୁମାଉ ମଣ୍ଡଳ ବିକାଶ ନିଗମ(କେଏମଭିଏନ୍) ଅଣ୍ଟା ଭିଡି ସାରିଛି। ଯାତ୍ରୀଙ୍କ ପାଇଁ ଜରୁରୀ ଗାଇଡଲାଇନ୍ସ ଜାରି କରାଯାଇଛି।ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା ପ୍ରଦାନ କରାଯାଇଛି। ଏହା ଅନୁଯାୟୀ ପ୍ରତ୍ୟେକ ଯାତ୍ରୀ ୧୯ ପ୍ରକାର ଔଷଧ ନେଇପାରିବେ। ସେଭଳି ଲିପୁଲେଖ ରୁଟ୍‌ରୁ ଯାତ୍ରୀଙ୍କୁ ହାଲକା ଜିନିଷ ନେଇ ଯିବାର ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଯାତ୍ରୀଙ୍କୁ କେବଳ ୨୦ କିଲୋଗ୍ରାମ୍ ଜିନିଷ ନେଇକି ଯିବାର ଅନୁମତି ଦିଆଯାଇଛି। ପ୍ରତ୍ୟେକ ବ୍ୟାଚ୍‌କୁ ୫ କିଲୋଗ୍ରାମ୍ ପ୍ରତି ଯାତ୍ରୀ ହିସାବରେ କମ୍ ଜିନିଷ ନେବାର ଅନୁମତି ଦିଆଯାଇଛି, ଏହାର ବ୍ୟବହାର ଚୀନ୍ ପକ୍ଷରୁ ଖାଦ୍ୟ-ପେୟ ଜିନିଷ ନେଇଯିବାରେ ବ୍ୟବହାର କରାଯିବ। ଯଦି ମୋଟ ଭାବରେ ୨୫ କିଲୋଗ୍ରାମ୍ ପ୍ରତି ଯାତ୍ରୀଙ୍କ ହିସାବରେ ଅଧିକ ଜିନିଷ ମିଳିବ, ତେବେ ତା ଉପରେ ଅତିରିକ୍ତ ଚାର୍ଜ ଲାଗିବ।

ପ୍ରତି ବ୍ୟାଚ୍‌ରେ ୫ ଜଣ ଲୋକଙ୍କ ସର୍ଭିସ ଟିମ୍ ରହିବ। ତାଙ୍କ ଭିତରେ ଜଣେ ଡାକ୍ତର ଓ ୪ ଜଣ ରୋଷେଇଆ ରହିବେ। ମନ୍ତ୍ରଣାଳୟ ଯାତ୍ରୀଙ୍କୁ ପରାମର୍ଶ ଦେଇଛି ଯେ, କିଛି ଜରୁରୀ ଔଷଧ ସାଙ୍ଗରେ ରଖନ୍ତୁ। ତାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ରହିବ ଦରକାର । ଯାତ୍ରା ବେଳେ ଯଦି ସାଙ୍ଗରେ ଥିବା ଡାକ୍ତର ଓ ଯୋଗାଯୋଗ ଅଧିକାରୀଙ୍କୁ ଲାଗେ କୌଣସି ଯାତ୍ରୀ ଆଗକୁ ବଢିବା ଠିକ୍ ନଲାଗେ, ତେବେ ତାଙ୍କର ନିଷ୍ପତ୍ତି ଅନ୍ତିମ ହେବ। ଏହି ମାମଲାରେ କୌଣସି ସ୍ଥିତିରେ ଟଙ୍କା ଫେରସ୍ତ କରାଯିବ ନାହିଁ।

୧୯ ପ୍ରକାର ଔଷଧ ନେଇପାରିବେ ଯାତ୍ରୀ

କ୍ରୋସିନ୍, ପେଣ୍ଟାପ୍ରାଜୋଲ୍, ଡାଇଜିନ୍, ଭିଟାମିନ୍ ସି ୫୦୦ ଏମ୍‌ଜି, ପୁଲଭ୍ ଇଲୋଟ୍ରାଲ୍, ଡାୟମାକ୍ସ , ଆଣ୍ଟିବାୟୋଟିକ୍, କଫ୍ ସିରିପ୍ ଲିପସୋଲ, ବ୍ୟାଣ୍ଡେଜ୍ କ୍ଲଥ, କଟନ୍, ବେଞ୍ଜୋଇନ୍ ଟିଞ୍ଚର, ଆଡେସିଭ୍ ପ୍ଲାଷ୍ଟର, ବ୍ୟାଣ୍ଡ ଏଡ୍, ବେଟାଡିନ୍ ଲୋସନ୍, ବୋରିକ୍ ପାଉଡର ଆଦି ନେଇ ଯିବାର ଅନୁମତି ରହିବ। ସେଭଳି ହୋମିଓପାଥିକ୍ ବ୍ୟବହାର କରୁଥିବା କରୁଥିବା ଔଷଧ ମଧ୍ୟ ରଖିପାରିବେ।

କୈଳାସ ମାନସରୋବର ଯାତ୍ରାର ଆରମ୍ଭ ୩୦ ଜୁନ୍‌ରୁ ହେବ, ଯାହାକି ୨୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦଳ ୩୦ ଜୁନ୍‌ରୁ ୩ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଳୀରେ ପାସପୋର୍ଟ, ଭିସା, ମେଡିକାଲ ଜିନିଷ ଆଦିର ପକ୍ରିୟା ପୁରା କରିବେ। ଏହାପରେ ଟିମ୍ ୪ ଜୁଲାଇରେ ଟନକପୁରରେ ପହଁଞ୍ଚିବେ।

ଆହୁରି ପଢନ୍ତୁ :ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ପ୍ରସ୍ତୁତି, ଶୁଳ୍କ ସଙ୍କଟକୁ ଏଡାଇବା ପାଇଁ ପ୍ରୟାସ